loading...

ଉତର ଭୁବନେଶ୍ୱରରେ କଂଗ୍ରେସର କର୍ମୀସମିଳନୀ

ଭୁବନେଶ୍ୱର,  ଅପ୍ରେଲ ୨୦୨୪




ସ୍ଥାନୀୟ ଚନ୍ଦ୍ରଶେଖରପୁର ଲୁମ୍ବିନବିହାର ଠାରେ ଗତକାଲି ରାତ୍ରରେ ଶତାଧିକ କର୍ମୀଙ୍କୁ ନେଇ କର୍ମୀସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ୨୫ଟି ୱାର୍ଡରେ ସଭାପତି, ସମସ୍ତ ବ୍ଲକର ସଭାପତି ଓ କର୍ମକର୍ତା, ପାଂଚପଂଚାୟତର କର୍ମକର୍ତା ଓ ବିଭିନ୍ନ ଅଂଚଳର ବରି କର୍ମୀମାନେ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ପ୍ରଦେଶ କଂଗ୍ରେସ କମିଟି ବରି ଉପସଭାପତି ଶିବାନନ୍ଦ ରାୟ ଯୋଗଦେଇ ତାଙ୍କ ଭାଷଣରେ କହିଲେ ରାଜ୍ୟ ଓ କେନ୍ଦ୍ର ସରାକରଙ୍କୁ ମିଛୁଆ ରାଧୁଆ ଆଖ୍ୟା ଦେଇଥିଲେ । ଓଡ଼ିଶାରେ ଯାହା କିଛି ଉନ୍ନତି ହୋଇଛି କଂଗ୍ରେସ ସରକାର ସମୟରେ ହୋଇଛି ଏମାନେ ଡାହା ମିଥ୍ୟା କଥା କହୁଛନ୍ତି । ଏମାନେ କେବଳ ଓଡ଼ିଶାର ଖଣି ଲୁଟୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନ କଂଗ୍ରେସର ଉପଯୁକ୍ତ ବିଧାୟକ ପ୍ରାର୍ଥୀଭାବେ ଅଶୋକ ଦାସଙ୍କୁ କଂଗ୍ରେସ ଦଳ ଟିକେଟ ଦେଇଛି ସମସ୍ତ କର୍ମୀ ଏକତ୍ରିିତ ହୋଇ ଲଢ଼ିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ତାଙ୍କ ଭାଷଣରେ କଂଗ୍ରେସ ଗ୍ୟାରେଂଟି କାର୍ଡକୁ ଭୋଟରଙ୍କ ପାଖରେ ପଂହଚାଇବାକୁ ୱାର୍ଡ, ପଂଚାୟତ ଓ ବ୍ଲକ କଂଗ୍ରେସର କର୍ମକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ତୁରନ୍ତ ବୁଥ କମିଟି ସମ୍ମିଳନୀ କରି ତାଙ୍କୁ ତାଲିମ ପ୍ରଦାନ କରି ବୁଥ ଜଗିବାପାଇଁ କହିଥିଲେ । ଆମ ପ୍ରାର୍ଥୀ ଅଶୋକ ଏକ ଟାଣୁଆ ସଂଗଠକ ତାଙ୍କ ପଛରେ ସମସ୍ତଙ୍କ ସମର୍ଥନ ଅଛି ତେଣୁ ଆପଣମାନେ ତାଙ୍କୁ ସମସ୍ତ ସହଯୋଗ କରି ଜିତାଇବାକୁ ଆହ୍ୱାନ ଦେଇଥିଲେ । ପ୍ରାର୍ଥୀ ଅଶୋକ ଦାସ ଉପସ୍ଥିତ କର୍ମୀମାନଙ୍କୁ ସମ୍ବେଦ୍ଧିତ କରି କହିଲେ ମୁଁ ନିର୍ବାଚନ ଏକା ଲଢୁନାହିଁ, ମୁଁ ନିମିଷ ମାତ୍ର କିନ୍ତୁ ଆପଣମାନେ ଜଣେ ଜଣେ ଅଶୋକ ଦାସ ହୋଇ ନିର୍ବାଚନ ଲଢ଼ୁଛନ୍ତି । ମୁଁ ସମସ୍ତଙ୍କର ସହଯୋଗ କାମନା କରୁଛି । ଆଜି ଦରଦାମ ଆକାଶଛୁୂଆଁ, ଯୁବ ସମାଜ ଆଜି ହତାଶ, ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ନିଯୁକ୍ତି କ୍ଷେତ୍ରରେ ବିଜେଡ଼ି ବିଜେପି ବାହସ୍ପପୋଟ ମାରୁଥିଲେ କିନ୍ତୁ ସଂପୂର୍ଣ୍ଣ ବିଫଳ, ଭୁବନେଶ୍ୱରରେ ମଂଚେଶ୍ୱର ଶିଳ୍ପାଂଚଳ, ରସୁଲଗଡ଼ ଶିଳ୍ପାଂଚଳ, ଚନ୍ଦକା ଶିଳ୍ପାଂଚଳ ଓ ରେଲୱେ ଡବା କାରଖାନା କଂଗ୍ରେସ ସରକାର କରିଛି । କିଟ, ଆଇଟିଆର ଭଳି ଯେତେ ଶିକ୍ଷାନୁ ।ନ ଓ ମେଡିକାଲକୁ କଂଗ୍ରେସ ସରକାର ଯାଗା ଦେଇଛି । ଡୁମୁଡୁମା, ରସୁଲଗଡ଼, ଚନ୍ଦ୍ରଶେଖରପୁର, ନିଳାଦ୍ରୀବିହାର ପ୍ରଭୃତି ହାଉସିଂ କଲୋନୀ କଂଗ୍ରେସ କରିଥିବାରୁ ଭୁବନେଶ୍ୱର ଆଜି ଜନପୂର୍ଣ୍ଣ । ଏମାନେ ଭୁବନେଶ୍ୱର କ’ଣ ରାଜ୍ୟପାଇଁ ବି କିଛି କରିନାହାନ୍ତି । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ବେକାରୀଭତା, ମହିଳା ଭତା ଓ କୃଷକ ଭତା ତିନି ହଜାର କରି ଦିଆଯିବ ବୋଲି କହିଥିଲେ । ପ୍ରତି ମାସରେ ୫ ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ୨୫ଲକ୍ଷ ସ୍ୱାସ୍ଥ୍ୟ ବୀମା ଦିଆଯିବ । ଆପଣମାନେ ଗ୍ୟାରେଂଟି କାର୍ଡ ବିଷୟରେ ଓ ରାହୁଲ ଗାନ୍ଧୀଙ୍କ ଆଜିର ଭାଷଣ ଗଳି କନ୍ଦିରେ ଆଲୋଚନା କଲେ ଆମର ନିଶ୍ଚିତ ବିଜୟ ହେବ । ଏହି ସମ୍ମିଳନୀକୁ ତି ବ୍ରହ୍ମାନନ୍ଦ ସାହୁ ପରିଚାଳନା କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର, ସମ୍ପାଦକ ଆଶିଷ ମଲ୍ଲିକ, ଜିଲ୍ଳା ମହିଳା କଂଗ୍ରେସ ସଭାନେତ୍ରୀ ଗିତାଞ୍ଜଳି ମହାନ୍ତି, ପ୍ରାଚୀ ରାଉତରାୟ, ଅକ୍ଷୟ ମହାନ୍ତି, ପ୍ରଶନ୍ନ ନାୟକ, ସିଲି ସେଠୀ, ଅନିଲ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଥିଲେ । ବ୍ଲକ (୧) ସଭାପତି ମନୋରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget