loading...

ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଗଭୀର ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,  ମଇ  ୨୦୨୪


  • ଓଡ଼ିଆ ଅସ୍ମିତା ଏବଂ ରାଜ୍ୟରେ ଗଣତାନ୍ତ୍ରିକ ସାମ୍ବିଧାନିକ ପ୍ରକ୍ରିୟାକୁ ଚପାଇ ଦେବାର ଅପଚେଷ୍ଟାକୁ ବିଜେପି ସଫଳ ହେବାକୁ ଦେବ ନାହିଁ : ଧର୍ମେନ୍ଦ୍ର ପ୍ରଧାନ
  • ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ, ଓଡ଼ିଶାର ଭବିଷ୍ୟତ ନୂଆପିଢିଙ୍କ ସୁରକ୍ଷା ଚଳିତ ନିର୍ବାଚନର ପ୍ରସଙ୍ଗ ହେବ
  • ଓଡ଼ିଆ ଭାଷା, ଐତିହ୍ୟ ଅସ୍ମିତାର ପରିଭାଷା ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ
  •   ନବୀନ ସରକାର ଏବଂ ମୋଦୀ ସରକାରରେ ଓଡ଼ିଆର ଅସ୍ମିତା ଉପରେ ତୁଳନାତ୍ମକ ତଥ୍ୟ ଦେଲେ
  • ଓଡ଼ିଆ ସ୍ୱାଭିମାନକୁ ଆଘାତ କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି
  • କୋଭିଡ୍ ସମୟରେ  ମହାପ୍ରଭୁଙ୍କ ରଥାଯାତ୍ରାକୁ ବନ୍ଦ କରିବାକୁ କିଏ ଚେଷ୍ଟା କରିଥିଲା ?
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହଜାର ବର୍ଷ ତଳର ଐତିହ୍ୟ କୀର୍ତ୍ତିରାଜିକୁ ନଷ୍ଟ କଲା ବିଜେଡି ସରକାର
  • ଲଙ୍ଗୁଳି ମଠ, ଏମାର ମଠ, ମଙ୍ଗୁ ମଠ, ସାନ ଛତା ମଠ, ବଡ଼ ଆଖଡ଼ା ମଠ ବି ଭାଙ୍ଗିଛନ୍ତି
  • ଶାରୀ ଦେଉଳ ପାର୍ଶ୍ୱରେ ସପ୍ତମ ଶତାବ୍ଦୀର ଦେବୀ ମନ୍ଦିରକୁ ନଷ୍ଟ କରିବାକୁ ବି ପଛାଇଲେ ନାହିଁ
  • ଯାଜପୁରର ପାରାଭାଡିରେ ଥିବା ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗିଲେ 
  • ବିକାଶକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ବିକାଶ ନାମରେ ଓଡ଼ିଆ ସଭ୍ୟତା, ଓଡ଼ିଆ ଐତିହ୍ୟକୁ ଭାଙ୍ଗିବା ଠିକ୍ କି?
  • ବକ୍ସି ଜଗବନ୍ଧୁଙ୍କୁ ବୀରତ୍ୱକୁ ନେଇ ଏକ ସ୍ମାରକୀ ନିର୍ମାଣ ପାଇଁ ଜାଗା ଦେବାକୁ ନିବେଦନ କରିବା ପରେ ଏହାକୁ କିଏ ବନ୍ଦ କରାଇଲେ ?
  • ଏହା ସବୁ ମୋ ପାଇଁ ରାଜନୈତିକ ପ୍ରସଙ୍ଗ ନୁହେଁ, ଓଡ଼ିଆ ଅସ୍ମିତା ପାଇଁ କୌଣସି ଜାଗରଣ କରିବା ପାଇଁ ମୁଁ ପଛାଇବି ନାହିଁ
  • ମୋଦୀ ସରକାରରେ ହିଁ ଭୁବନେଶ୍ୱରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ କ୍ଲାସିକାଲ୍ ଓଡ଼ିଆ କେନ୍ଦ୍ର ୨୦୧୯ରେ ସ୍ଥାପନା ହୋଇଛି
  • ଓଡ଼ିଶାରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ରୋଜଗାର, ଦାଦନ, ଅପପୁଷ୍ଟି ରକ୍ତହୀନତା, ଅପରାଧକୁ ନେଇ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲେ




ଆଜି ଓଡ଼ିଆ ସମାଜ ସମ୍ମୁଖରେ ଗୋଟିଏ ବଡ ପ୍ରଶ୍ନ ଠିଆ ହୋଇଛି ଓଡ଼ିଆ ଭାଷା, ଐତିହ୍ୟ, ଗୌରବ, ଅସ୍ମିତା ସଂସ୍କୃତି ଉପରେ ବଡ ପ୍ରଶ୍ନଚିହ୍ନ ଲାଗିଛି ଯେଉଁ ସମାଜର ଐତିହ୍ୟ ହଜାର ହଜାର ବର୍ଷ ତଳର, ତାହାର ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଜେପି ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବରେ ଓଡ଼ିଆ ଅସ୍ମିତା ଏବଂ ରାଜ୍ୟରେ ଗଣତାନ୍ତ୍ରିକ ସାମ୍ବିଧାନିକ ପ୍ରକ୍ରିୟାକୁ କଣ୍ଠରୋଧ କରାଯିବାର ଅପଚେଷ୍ଟାକୁ ସଫଳ ହେବାକୁ ଦେବ ନାହିଁ ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେହିପରି ଚଳିତ ଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ, ଓଡ଼ିଶାର ଭବିଷ୍ୟତ, ନୂଆପିଢିଙ୍କ ସୁରକ୍ଷା ନିର୍ବାଚନର ବିଷୟବସ୍ତୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ପ୍ରଣାଳୀରେ ଓଡ଼ିଶା ସବୁଠୁ ଲାଭାର୍ଥୀ ହୋଇଛି ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ ଓଡ଼ିଶାର ବିକାଶ ସବୁ ଦିଗରୁ ନିମ୍ନଗାମୀ ହୋଇଛି ବିଜେପିକୁ ଆଶୀର୍ବାଦ କଲେ ଓଡ଼ିଶାକୁ ବିକଶିତ ଭାରତ ବେଳେ ଦେଶର ନମ୍ବର ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ତେବେ ବର୍ତ୍ତମାନର ମୂଳ ପ୍ରଶ୍ନ ହେଉଛି ଓଡ଼ିଆ ଭାଷା ଅସ୍ମିତା, ଯାହା ଏକ ବଡ ପ୍ରଶ୍ନବାଚୀରେ ଅଛି


ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ବାହାର ରାଜ୍ୟରୁ ମୋତେ ରାଜ୍ୟସଭାକୁ ନିର୍ବାଚତ କରିବା ମୋ ପାଇଁ ଗୌରବର ବିଷୟ ଆଜି ମୋ ଉପରେ ଓଡ଼ିଆ ନେତା ଭାବରେ ପ୍ରଶ୍ନ ଉଠିଛି, ଯାହାର ସାର୍ଟିଫିକେଟ୍ ଓଡ଼ିଆ ଲୋକମାନେ ଦେବେ କିନ୍ତୁ ଆଜି ଓଡ଼ିଶାର ନେତୃତ୍ୱ କିଏ ନେବ ତାହା ଏକ ପ୍ରଶ୍ନବାଚୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଆଞ୍ଚଳିକ ଦଳର ନେତୃତ୍ୱ ଜଣେ ବାହାରର ନେତା ନେଉଛନ୍ତି ଓଡ଼ିଆ ସ୍ୱାଭିମାନକୁ ଆଘାତ କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି ନିକଟ ଅତୀତରେ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ପୂର୍ବରୁ ଓଡ଼ିଆ ସ୍ୱାଭିମାନକୁ କୁଠାରଘାତ କରିଛି କୋଭିଡ୍ ସମୟରେ  ମହାପ୍ରଭୁଙ୍କ ରଥାଯାତ୍ରାକୁ ବନ୍ଦ କରିବାକୁ କିଏ କରିଥିଲା ? ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା କିଏ କରିଥିଲାଓଡ଼ିଶା ସରକାରଙ୍କ ସତ୍ୟପାଠ କଣ ଥିଲା, ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ଉତ୍ତର ଦିଅନ୍ତୁ


ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଭାବରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସେ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଦେଇଥିଲେ ମାତ୍ର ଶ୍ରମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବା ନାଁରେ ହଜାର ହଜାର ବର୍ଷ ତଳର ଐତିହ୍ୟ କୀର୍ତ୍ତିରାଜିକୁ ନଷ୍ଟ କରିଛନ୍ତି ତ୍ରୟୋଦଶ ଶତାବ୍ଦୀ ପୁରୁଣା ଐତିହ୍ୟ କୀର୍ତ୍ତିରାଜକୁ ନଷ୍ଟ କରିଛନ୍ତି ଓଡ଼ିଶା ସରକାର   ସରକାର ଲଙ୍ଗୁଳି ମଠ, ଏମାର ମଠ, ମଙ୍ଗୁ ମଠ, ସାନ ଛତା ମଠ, ବଡ଼ ଆଖଡ଼ା ମଠ ଏମିତି ଅନେକ ମଠ ଭାଙ୍ଗିଛନ୍ତି   ଲିଙ୍ଗରାଜ ମନ୍ଦିର, ଚିତ୍ରକାରିଣୀ ମନ୍ଦିର, ମକରେଶ୍ଵର ମନ୍ଦିର, ମୈତ୍ରେସ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିରସହସ୍ରଲିଙ୍ଗ ଏବଂ ପାପନାଶିନୀ  ପୁଷ୍କରିଣୀ, ଶାରୀ ଦେଉଳର କୀର୍ତ୍ତିରାଜି ନଷ୍ଟ କରିଛନ୍ତି ଶାରୀ ଦେଉଳ ପାର୍ଶ୍ୱରେ ସପ୍ତମ ଶତାବ୍ଦୀର ଦେବୀ ମନ୍ଦିରକୁ ନଷ୍ଟ କରିବାକୁ ବି ପଛାଇ ନାହିଁ ସରାକାର। ଓଡ଼ିଶା ସରକାରଙ୍କ କମ୍ପାନୀ ଓମଏମସି ଯାଜପୁର ଜିଲ୍ଲାର ପାରାଭାଡି ପାହାଡ଼ରେ ଥିବା ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗି ରୁଜି ଖନନ କାମ କରୁଛି ତ୍ରୟୋଦଶ ଶତାବ୍ଦୀ ଗଙ୍ଗବଂଶର ଚୌଦ୍ୱାରଗଡ଼ ଏବଂ ଅନ୍ୟ ସଂରକ୍ଷିତ ସ୍ଥାନରେ ଓଡ଼ିଶା ସରକାରଙ୍କ ସଂସ୍ଥା ଇଡକୋ ଜବରଦଖଲ କରୁଥିବା ଅଭିଯୋଗ ହୋଇଛି ବିକାଶକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ବିକାଶ ନାମରେ ଓଡ଼ିଆ ସଭ୍ୟତା, ଓଡ଼ିଆ ଐତିହ୍ୟକୁ ଭାଙ୍ଗିବେ ତାହେଲେ ତାକୁ ସମସ୍ତ ଓଡ଼ିଆ ବିରୋଧ କରିବେ


ଏହାବ୍ୟତିତ ପାଇକ ବିଦ୍ରୋହର ଅଗ୍ରଣୀ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ବୀରତ୍ୱକୁ ନେଇ ଏକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଜମି ଦେବା ପାଇଁ ଅନୁରୋଧ କରାଯାଇଥିଲା, ଯେଉଁଥିପାଇଁ ଇଣ୍ଡିଆନ ଅଏଲ ୯୦ କୋଟି ଟଙ୍କାର ବ୍ୟୟବରାଦ କରିସାରିଥିଲା ରାଜ୍ୟ ସରକାର ବାହାନା ଦେଖାଇ ଏହାକୁ ବନ୍ଦ କରିଦେଲେ ୨୫୦ କୋଟି ଟଙ୍କା ବ୍ୟୟରେ ବରୁଣେଇର ପାଦ ତଳେ ପାଇକ ସ୍ମାରକୀ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ପାଇଁ ଏହା ତିଆରି ହୋଇପାରିନାହିଁ ଏହା କଣ ଓଡ଼ିଆ ଅସ୍ମିତା ? ଏହା ସବୁ ମୋ ପାଇଁ ରାଜନୈତିକ ପ୍ରସଙ୍ଗ ନୁହେଁ, ଓଡ଼ିଆ ଅସ୍ମିତା ପାଇଁ କୌଣସି ଜାଗରଣ କରିବା ପାଇଁ ମୁଁ ପଛାଇବି ନାହିଁ   କୁଳବୃଦ୍ଧ ମଧୁବାବୁ, ଗୋପବନ୍ଧୁ ସମାଜ ପାଇଁ ତ୍ୟାଗ କରିଥିଲେ ତେଣୁ ଆନ୍ଦୋଳନ କରିବା ପାଇଁ ପ୍ରତିବଦ୍ଧତା ରଖିଥିବା ପାଖରେ ଲାଭ କ୍ଷତିର ହିସାବ ନଥାଏ   ମୁଁ ବୀର ସୁରେନ୍ଦ୍ର ସାଏ, ସାରଳା ଦାସ, ଅତିବଡି ଜଗନ୍ନାଥ,ମାଧୋ ସିଂହ, ଧରଣୀଧର ନାଏକ, ବାଜି ରାଉତଙ୍କ ଦାୟଦ। ମୋର ଧମନୀରେ ଓଡ଼ିଆରେ ଅଛି

ଭାଷା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଶାରେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ନବୀନ ସରକାରରେ ବିଳମ୍ବ ପରିଲକ୍ଷିତ ହୋଇଥିଲା ଜାଗା ମଧ୍ୟ ଯୋଗାଇଦେବାରେ ସରକାରଙ୍କ ଆନ୍ତରିକତା ନଥିଲା ଅପରପକ୍ଷରେ ମୋଦୀ ସରକାରରେ ହିଁ ଭୁବନେଶ୍ୱରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ କ୍ଲାସିକାଲ୍ ଓଡ଼ିଆ କେନ୍ଦ୍ର ୨୦୧୯ରେ ସ୍ଥାପନା ହୋଇଛି ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଦେଶିଆ, କୁଇ, ଗଡ଼ବା, ଜୁଆଙ୍ଗ, କିଷାନ, ସାନ୍ତାଳି ଏବଂ ସୌରା ଭାଷାରେ ବର୍ଣ୍ଣବୋଧ ସ୍ୱରୂପ ପୁସ୍ତକ ଉପଲବ୍ଧ ହୋଇଛି ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ ଯେ ଓଡ଼ିଶାର ପର୍ବ ପର୍ବାଣୀ ସହ ନିଜକୁ ଯୋଡିଥାନ୍ତି


ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପ୍ରଥମ ଥର ପାଇଁ ନବକଳେବର ନିମନ୍ତେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ସହ କୋଭିଡ୍ ସମୟରେ ରଥଯାତ୍ରା କରିବା ପାଇଁ ପ୍ରଚେଷ୍ଟା ଦେଇଥିଲେ, ଏହା ଆମର ପ୍ରତିବଦ୍ଧତା ପଦ୍ମ ପୁରସ୍କାରରେ ୪୯ ଜଣଙ୍କୁ ଓଡ଼ିଶାର ସମ୍ମାନିତ ହୋଇଛନ୍ତି ଓଡ଼ିଶାର କଳାକାରଙ୍କୁ ରାଜ୍ୟସଭାକୁ ପଠାଯାଇଛି


୨୦୦୪ ରୁ ୨୦୧୪ ମଧ୍ୟରେ ଓଡ଼ିଶା କଂଗ୍ରେସ ସରକାର ସମୟରେ ପ୍ରାୟ ଲକ୍ଷ କୋଟି ଟଙ୍କା ପାଇଛି ଓଡ଼ିଶାରେ ପ୍ରାୟ ୧୮ ଲକ୍ଷ କୋଟିରୁ ଅଧିକ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ, ରେଳ, ରାସ୍ତା, ବିମାନ ସେବା, ଗରିବ କଲ୍ୟାଣ ଆଦି ଯୋଜନାରେ ଏହି ଅନୁଦାନ ମିଳିଛି   ବିଗତ ୨୪ ବର୍ଷ ଶାସନରେ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଦେବା ପରେ ବି ଗାଁରେ ପିଇବା ପାଣି ନାହିଁ ହୀରାକୁଦ ଡ୍ୟାମ ତଳେ ଥିବା ମ୍ୟୁନିସପାଲଟି ଅଞ୍ଚଳରେ ମାର୍ଚ୍ଚ ମାସରେ ହଇଜା ହେଉଛି   ୨୦୩୬ରେ ଓଡ଼ିଆ ପିଲାର ସ୍ବାସ୍ଥ୍ୟ କଣ ହେବ ଓଡ଼ିଶାର ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷାରେ ପଦବୀ ଖାଲିପଡିଛି ସ୍କୁଲରେ ଡ୍ରପଆଉଟ ସଂଖ୍ୟା ବଢୁଛି ଓଡ଼ିଶାରେ ୬୪.% ମହିଳା ଏବଂ ୬୪.ଶିଶୁ ରକ୍ତହୀନତା ଶୀକାର ହୋଇଛନ୍ତି ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନାର ବାସ୍ତବ ତଥ୍ୟ ଦେଖାଇଛି ରାଜ୍ୟର ଲକ୍ଷ ସରକାରୀ ଦପ୍ତରରେ ପୋଷ୍ଟ ଖାଲି ଅଛି ଓଡ଼ିଶାର ପ୍ରାୟ କୋଟି ଲୋକ ବାହାରେ କାମ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ଯେଉଁ ଆସନରୁ ପ୍ରତିନିଧିତ୍ୱ କଲେ, ହିଞ୍ଜିଳି ଏବଂ ଏବେ ପ୍ରାର୍ଥୀ ହୋଇଥିବା ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ଦୀର୍ଘ ୨୪ ବର୍ଷର ଶାସନରେ ପ୍ରଶ୍ନ କଲେ ଗାଳି ହେଉଛି ବାହାର ରାଜ୍ୟକୁ କାମ କରିବାକୁ ଯିବା ଓଡ଼ିଆ ଅସ୍ମିତାର ବିଷୟ   ସତ ନିଶ୍ଚିତ ଭାବେ ତାଙ୍କୁ କଷ୍ଟ ଦେଉଥିବ ଚଳିତ ନିର୍ବାଚନରେ ଓଡ଼ିଆ ସମାଜ ଏହି ସବୁ ପ୍ରସଙ୍ଗ କରିବ ଲୋକତନ୍ତ୍ରରେ ଲୋକମତ ସର୍ବୋପରି କିନ୍ତୁ ପ୍ରସଙ୍ଗ ଯେତେବେଳେ ଆତ୍ମୟତା ସହ ହୃଦୟରୁ ବାହାରେ ଜନସଂଗଠନରେ ତାହାର ଲାଭ ଦେଖାଯାଏନାହିଁ ଚଳିତଥର ନିର୍ବାଚନ ଓଡ଼ିଆ ଅସ୍ମିତା, ଅସ୍ମିତ୍ୱ ଓଡ଼ିଶାର ଭବିଷ୍ୟତ, ନୂଆପିଢିଙ୍କ ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି


ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଦୁଲାଲ ପ୍ରଧାନ ଏବଂ  ସରୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ 

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget