loading...

ଇଣ୍ଡିଆନ୍ ୱମେନ୍ସ ଲିଗ୍ (IWL) ରେ ଆକର୍ଷଣୀୟ ପ୍ରଦର୍ଶନ ସହ ଚାମ୍ପିୟନ ହୋଇଥିବା ଓଡ଼ିଶା ଏଫ୍.ସି ମହିଳା ଦଳକୁ ଶୁଭେଚ୍ଛା ଜଣାଇଲା ଫିଫା

ଭୁବନେଶ୍ୱର, ୨ ମଇ  ୨୦୨୪





ଓଡ଼ିଶା ଏଫ୍.ସି ମହିଳା ଦଳକୁ ଶୁଭେଚ୍ଛା ଜଣାଇଲା ଫିଫା I ଇଣ୍ଡିଆନ୍ ୱମେନ୍ସ ଲିଗ୍ ୨୦୨୩-୨୪ ରେ ଚାମ୍ପିଅନ୍ ହୋଇଥିବା ଓଡିଶା ଏଫ୍.ସି ମହିଳା ଦଳକୁ ଫିଫା ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଏନେଇ ଫିଫା ପକ୍ଷରୁ ଓଡିଶା ଏଫ୍.ସିକୁ ଏକ ଚିଠି ମିଳିଛି | ଯେଉଁଥ୍ରେ FIFA ର ସଭାପତି ଶ୍ରୀ ଜିଆନି ଇନଫାଣ୍ଟିନୋଙ୍କ ଦ୍ବାର AIFF ର ସଭାପତି ଶ୍ରୀ କଲ୍ୟାଣ ଚୌବେ'ଙ୍କୁ ଶୁଭେଚ୍ଛା କରାଯିବା ସ‌ହ ଓଡ଼ିଶା ଏଫସିକୁ ତାର ସଫଳତା ପାଇଁ ପ୍ରଶଂସା କରାଯାଇଛି | ଏହି ଚିଠିରେ ଓଡ଼ିଶା ଏଫସିର ସଫଳତା ପାଇଁ କ୍ଳବକୁ ଅଭିନନ୍ଦନ ଜଣାଯାଇଥିବା ଉଲ୍ଲେଖ କରାଯାଇଛି। ଇଣ୍ଡିଆନ୍‌ ୱମେନ୍ସ ଲିଗ୍ ୨୦୨୩-୨୪ ରେ ଓଡିଶା ଏଫ୍.ସି ବହୁତ ସୁନ୍ଦର ପଦର୍ଶନ କରି ମାତ୍ର ଗୋଟିଏ ମ୍ୟାଚରେ ପରାସ୍ତ ଓ ୧୦ ଟି ମ୍ୟାଚରେ ବିଜୟୀ ହୋଇ IWL ଚାମ୍ପିଅନ୍ସ ହୋଇଥିଲା | ଏହାସହ ସହ ଆଗାମୀ ସିଜନରେ କ୍ଳବ AFC ମହିଳା ଚାମ୍ପିଅନ୍ସ ଲିଗ୍‌ରେ ଖେଳିବା ପାଇଁ ନିଜର ସ୍ଥାନ ସୁରକ୍ଷିତ କରିଛି। ଓଡିଶା ଏଫ୍ ସି ମହିଳା ଦଳର ଯାତ୍ରା କେବଳ କ୍ଲବ ପାଇଁ ଗୌରବ ଆଣିନାହିଁ ବରଂ ବହୁ ଫୁଟବଲ ଖେଳୁଥିବା ଯୁବପିଡି'ଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ପ୍ରେରଣା ଦେଇଛି | ଆସନ୍ତା ସିଜିନରେ ମଧ୍ୟ ସଫଳତାର ଆଶା ରଖିଛି କ୍ଳବ |

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget