ଭୁବନେଶ୍ୱର, ୪ ମଇ ୨୦୨୪
କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ବରି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଲେ ପ୍ରଫେସର ଅବଦୁଲ ସଲାମ । ଶ୍ରୀ ସଲାମ ପୂର୍ବରୁ ବିଜେପି ସଂଖ୍ୟାଲଘୁ ବିଭାଗର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଦେଶର ଗଣତନ୍ତ୍ର, ସମ୍ବିଧାନକୁ ସୁରକ୍ଷା ଦେବା ଓ ଧର୍ମନିରପେକ୍ଷତା ବଜାୟ ରଖିବାପାଇଁ କଂଗ୍ରେସର ଲଢ଼େଇରେ ମୁଁ ସାମିଲ ହୋଇ ଅତ୍ୟନ୍ତ ଖୁସି ଅନୁଭବ କରୁଛି ବୋଲି ସେ କହିଛନ୍ତି । ଆଜିର ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ପିସିସି ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆଉଲ ହକ, ପ୍ରଭାରୀ ଅବଦୁଲ କାଲାମ ଖାନ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ନଳିନୀକାନ୍ତ ନାୟକ, ବାଙ୍କନିଧି ବେହେରା, ଅଶୋକ ଦାସ, ଲୁଲୁ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment