loading...

ପିଏନ୍‌ବି ଆଞ୍ଚଳିକ ମୁଖ୍ୟ ଓ ଉପ-ଆଞ୍ଚଳିକ ମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର,  ମଇ  ୨୦୨୪




ସର୍ବଭାରତୀୟ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଧିକାରୀ ସଂଘ (ଏଆଇପିଏନ୍‌ବିଓଏ) ଭୁବନେଶ୍ୱର ପକ୍ଷରୁ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ନୂତନ ଆଞ୍ଚଳିକ ପ୍ରବନ୍ଧକ ତଥା ମହାପ୍ରବନ୍ଧକ ରାଜେଶ କୁମାର, ଉପ-ଆଞ୍ଚଳିକ ପ୍ରବନ୍ଧକ ତଥା ଉପ-ମହାପ୍ରବନ୍ଧକ କ୍ଷେତ୍ରବାସୀ ମିଶ୍ରଙ୍କୁ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ନୂତନ ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ରାଜ୍ୟ ଅର୍ଥନୀତିରେ ଲଲ୍ଲେଖନୀୟ ଅବଦାନ ପାଇଁ ବ୍ୟାଙ୍କର ବିସ୍ତୃତ ନିର୍ଦ୍ଦେଶାବଳୀ ସହ ସାଲିସ ନକରି ସ୍ଥାୟୀ ବ୍ୟବସାୟ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଊପ-ଆଞ୍ଚଳିକ ମୁଖ୍ୟ ଶ୍ରୀ ମିଶ୍ର ମଧ୍ୟ ସମାନ ଭାବେ ଏହି ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ସଂଘ ପକ୍ଷରୁ ସହାୟକ ମହାପ୍ରବନ୍ଧକ ଏନ୍ ଖଟାଇ ଏବଂ ସଂଘର ସଭାପତି ପି.କେ ଦଳାଇ ଉପସ୍ଥିତ ଥିଲେ । ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ନୂତନ ସଭାପତି ରୋସନ କୁମାର ରାୟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଦୀପକ ପ୍ରଧାନ, ସର୍କଲ ସେକେ୍‌୍ରଟାରୀ, କଟକ ଏବଂ ଗୈାର କିଶୋର ମିଶ୍ର, ସର୍କଲ ପ୍ରେସିଡେଣ୍ଟ, କଟକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶୋଭାବର୍ଦ୍ଧନ କରିଥିଲେ । ସଂଯୋଗ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget