loading...

ଯୁବକ ବିରୋଧୀ ନବୀନ ସରକାର ବିରୋଧରେ ଏଥର ଓଡ଼ିଶାର ଯୁବ ସମାଜ ଭୋଟ ଦେବେ : ଅଭିଳାଷ ପଣ୍ଡା

ଭୁବନେଶ୍ୱର,  ମଇ  ୨୦୨୪


  • ନବୀନ ଶାସନରେ ଓଡ଼ିଶାରେ ଶିକ୍ଷା ସ୍ଥିତି ଅତ୍ୟନ୍ତ ଦୟନୀୟ
  • ରାଜ୍ୟ ସରକାର ୫-ଟି ନାମରେ ମିଛ ବାହାଦୁରୀ ମାରୁଛନ୍ତି
  • ଏ ଯୁବ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆଗାମୀ ଦିନରେ ଯୁବମୋର୍ଚ୍ଚା ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବ 



ଓଡ଼ିଶାରେ ଗତ ୨୫ବର୍ଷ ହେଲା ନବୀନ ବାବୁ ଶାସନ କରୁଥିବାବେଳେ ଓଡ଼ିଶାରେ ଶିକ୍ଷାର ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି । ଏ ଯୁବ ବିରୋଧୀ ନବୀନ ସରକାର ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।

ଏହି ଧାରଣାରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ସ୍କୁଲରେ ଶିକ୍ଷକ ନାହାନ୍ତି କି ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରଫେସର ନାହାନ୍ତି । କିନ୍ତୁ ରାଜ୍ୟ ସରକାର ୫-ଟି ନାମରେ ମିଛ ବାହାଦୁରୀ ମାରୁଛନ୍ତି । ରାଜ୍ୟରେ ଚାକିରି କରିବାକୁ ଯୁବକମାନଙ୍କୁ ପାଇଁ ସୁଯୋଗ ନାହିଁ । ତେଣୁ ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ କଷ୍ଟ ସହିନପାରିବାରୁ ମୃତ୍ୟୁବରଣ କରୁଛନ୍ତି ଏହା କଣ ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ଯୁବକମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ ବିଜୁ ଯୁବ ବାହିନୀ ନାଁରେ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବିଜେଡି ନେତାମାନେ ଲୁଟି ଖାଇଗଲେ । ଆଜି ବିଜୁ ଯୁବବାହିନୀ କୁଆଡେ ଗଲା ।

ଓଡ଼ିଶାରେ ଏମିତି କୌଣସି ପରୀକ୍ଷା ନାହିଁ ଯେଉଁ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେଉନାହିଁ, ନବୀନ ଶାସନରେ ଗରିବ ମେଧାବୀ ଯୁବକଯୁବତୀ ଅର୍ଥ ଅଭାବରୁ ସରକାରୀ ଚାକିରିଟେ କରିପାରୁନି କାରଣ ଏଠି ଗୋଟିଏ ଅଣଓଡ଼ିଆ ଅଫିସର ନିର୍ଦ୍ଦେଶରେ ଚାଲୁଥିବା ସରକାରରେ ଓଡ଼ିଆ ଯୁବକ ଯୁବତୀ ଚାକିରି କରିବା ପରିବର୍ତେ “ମାହଲ ମାଣ୍ଡା”ମାନେ ଅର୍ଥ ଦେଇ ଚାକିରୀ କରୁଛନ୍ତି।

ନବୀନ ଶାସନରେ ଓଡ଼ିଶାବାସୀ ଅତିଷ୍ଟ ହୋଇ ପଡିଲେଣି । ତେଣୁ ଗୋଟେ ଅଣଓଡ଼ିଆ ନେତୃତ୍ୱରେ ଚାଲୁଥିବା ଏସରକାରକୁ ଏଥର ନିର୍ବାଚନରେ ଯୁବକମାନେ ଉଚିତ ଜବାବ ଦେବେ । ଓଡିଶାର ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଯୁବକମାନେ ଦୃଷ୍ଟିରେ ରଖି ନିର୍ବାଚନରେ ଭୋଟ ଦେବେ । ଏଥର ନିର୍ବାଚନରେ ଯୁବକମାନେ ଓଡ଼ିଶାରେ ପରିବର୍ତନ କରିବା ସହ ଓଡ଼ିଶାରେ ବିଜେପିର “ଡବଲ ଇଞ୍ଜିନ ସରକାର” ଗଠନ କରିବେ ବୋଲି ଦୃଢ଼ ନିଷ୍ପତି ନେଇସାରିଲେଣି । ଆଗାମୀ ଦିନରେ ଯୁବମୋର୍ଚ୍ଚା ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏଯୁବ ବିରୋଧୀ ସରକାର ବିରୋଧରେ ଧାରଣା ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ଧାରଣାରେ ରାଜ୍ୟ ସମ୍ପାଦକ ଜୀବନ ରାଉତ, ଅନ୍ୟତମ ରାଜ୍ୟ ସମ୍ପାଦକ ଆଶୁତୋଷ ବେହେରା, ଆଶୁତୋଷ ସାହୁ, ରାଜ୍ୟ ସଂଯୋଜକ ରଜିତ୍ ନାୟକ, ଭୁବନେଶ୍ୱର ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସ୍ୱୟଂ ସେବକ ରାୟ, ସନ୍ତୋଷ ନାୟକ ସମେତ ଶହ ଶହ ଯୁବକମାନେ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget