loading...

ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ ଅବକାରୀ ବିଭାଗରଜୋରଦାର ଚଢାଉ

ଭୁବନେଶ୍ୱର,  ମଇ  ୨୦୨୪



ସ୍କାନରରେ ଢାବା/ ରାସ୍ତା କଡ଼ରେ ଥିବା ଭୋଜନାଳୟ/ହୋଟେଲ/ରେଷ୍ଟୁରାଣ୍ଟ
ଦୁଇ ଦିନରେ ୪୮ଜଣ ଗିରଫ : ବ୍ୟାପକ ବେଆଇନ୍‍ ଅବକାରୀ ସାମଗ୍ରୀ ଜବତ



ଅନ୍ତିମ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଢାବା/ ରାସ୍ତାକଡ଼ ଭୋଜନାଳୟ/ହୋଟେଲ/ରେଷ୍ଟୁରାଣ୍ଟରେ ବେଆଇନ ଭାବେ ମଦ ବିକ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, କଟକ ଓ ମୟୂରଭଞ୍ଜ ଆଦି ୮ଟି ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅବକାରୀ ଥାନା ଅଧୀନରେ ଏଭଳି ଭୋଜନାଳୟ/ ଢାବା ରହିଛି, ସେହି ଅବକାରୀ ଥାନାର ଓଆଇସିମାନଙ୍କୁ ସତର୍କ କରାଯାଇଛି ଯେ ଅସାମାଜିକ ତତ୍ତ୍ୱମାନେ ଯେପରି ରାସ୍ତା କଡ଼ରେ ଥିବା ଭୋଜନାଳୟରେ ମଦ ପିଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସୁଯୋଗ ପାଇବେ ନାହିଁ । ତଦନୁଯାୟୀ ୨୦୨୪ ମେ ୨୯ ଓ ୩୦ ତାରିଖରେ ୨୧୯ଟି ଢାବା ଉପରେ ଚଢ଼ାଉ କରାଯାଇଛି।


ଏହି ସମୟ ମଧ୍ୟରେ ୨୨୮ ଲିଟର ବିଦେଶୀ ମଦ, ୩୬୧ ଲିଟର ବିୟର ଓ୧୨୮ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୪୮ଟି ମାମଲା ରୁଜୁ ହୋଇଥିବା ବେଳେ ୪୮ ଜଣଙ୍କୁ ଗିରଫ କରାଯାଇଛି। କୌଣସି ଅସାମାଜିକ ତତ୍ତ୍ୱ ଯେପରି ବେଆଇନ ଭାବେ ମଦ ଗଚ୍ଛିତ ନ ରଖିବେ ସେଥିପାଇଁ ମଧ୍ୟ ଜୋରଦାର ଚଢ଼ାଉ କରାଯାଉଛି।


୦୧.୦୬.୨୦୨୪ରେ ନିର୍ବାଚନ ହେବାକୁ ଥିବା ଜିଲ୍ଲାରେ ଅତିରିକ୍ତ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି। ଜୁନ୍‍ ପହିଲାରେ ମତଦାନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିବ।




Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget