ଭୁବନେଶ୍ୱର, ୩୦ ମଇ ୨୦୨୪
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ଦୁଇଦିନିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ବ୍ରହ୍ମପୁର ମଣ୍ଡଳର ବ୍ୟବସାୟିକ ସମୀକ୍ଷା କରିଥିଲେ ଏବଂ କର୍ପୋରେଟ୍ ଦୃଷ୍ଟିକୋଣ ଓ ବର୍ତ୍ତମାନର ଆର୍ଥିକ ବର୍ଷ ପାଇଁ ଆନୁମାନିକ ଆଶା ଉପରେ ବିଚାର ବିମର୍ଷ କରିଥିଲେ । ସେ ପିଏନ୍ବିର ସ୍ଥାନୀୟ ଶାଖାଗୁଡିକୁ ପରିଦର୍ଶନ କରିବା ସହ ଶାଖା ଦ୍ୱାରା ପ୍ରଦାନ କରାଯାଉଥିବା ଗ୍ରାହକ ସେବାର ଗୁଣବତ୍ତା ଆକଳନ କରିଥିଲେ । ଏହି ଅବସରରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା ଯେଉଁଥିରେ ଶ୍ରୀ କୁମାର ଗ୍ରାହକମାନଙ୍କୁ ସମ୍ବୋଧନ କରିବା ସହ ବ୍ୟାଙ୍କର ଡିଜିଟାଲ ଉତ୍ପାଦ, ଅନ୍ଲାଇନ୍ ଋଣ ସୁବିଧା ଏବଂ ସମସ୍ତ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ସେବାକୁ ସହଜ ଓ ସରଳ କରିବା ନେଇ ବ୍ୟାଙ୍କର ପ୍ରତିବଦ୍ଧତାକୁ ସୁନିଶ୍ଛିତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡଃ ଆଲୋକ ରଞ୍ଜନ ସେନାପତିଙ୍କ ଉପସ୍ଥିତିରେ ଫାର୍ମାର୍ସ ଟ୍ରେନିଂ ସେଣ୍ଟର ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶ୍ରୀ ସେନାପତି କୃଷକ ମାନଙ୍କ ପାଇଁ ଉପଲବ୍ଧ ଥିବା ସ୍ୱତନ୍ତ୍ର ଋଣ ଉତ୍ପାଦ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଏଲ୍ପି ମୁଖ୍ୟ ରାଜେଶ କୁମାର ମହନ୍ତ, ସର୍କଲ ଶସ୍ତ୍ର ମୁଖ୍ୟ ପ୍ରଶାନ୍ତ କୁମାର ସିଂ, ଉପ-ମଣ୍ଡଳ ମୁଖ୍ୟ ପ୍ରଦୀପ କୁମାର ଦାସ, ମୁଖ୍ୟ ପ୍ରବନ୍ଧକ ସୁବ୍ରତ କୁମାର ସେଠୀ, ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟ ପ୍ରବନ୍ଧକ ମମତା ନନ୍ଦଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
Post a Comment