ଭୁବନେଶ୍ୱର, ୩୦ ମଇ ୨୦୨୪
- ଢ଼େଙ୍କାନାଳ ଷ୍ଟେସନ ଠାରେ ଢ଼େଙ୍କାନାଳ ଓ ଶଦାସିବପୁର ରେଳ ଷ୍ଟେସନ ମଧ୍ୟରେ 3 ୟ ଏବଂ 4 ର୍ଥ ଲାଇନର କାର୍ଯ୍ୟକ୍ଷମ ପାଇଁ|
- ସରଲା ଷ୍ଟେସନରେ ସମ୍ବଲପୁର-ଝାରସୁଗୁଡା ରେଳ ସେକ୍ସନରେ ମାଲବାହୀ ଟ୍ରେନ୍ ପରୀକ୍ଷା ଲାଇନର କାର୍ଯ୍ୟକ୍ଷମ ପାଇଁ |
- ସମ୍ବଲପୁର ଏବଂ ୱାଲଟିୟର ରେଳ ମଣ୍ଡଳ ପରିସୀମା ମଧ୍ୟରେ ବ୍ରିଜ୍ ପୁନନିର୍ମାଣ କାର୍ଯ୍ୟ |
ଉପରୋକ୍ତ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯାତ୍ରୀ ପରିବହନ କରୁଥିବା କିଛି ଟ୍ରେନ୍ ପ୍ରଭାବିତ ହେବ ଯାହା ଫଳରେ କିଛି ଟ୍ରେନକୁ ବାତିଲ୍ କରାଯାଉଥିବାବେଳେ କିଛି ଟ୍ରେନର ମାର୍ଗ ପରିବର୍ତନ, ସମୟ ପୁନଃ ନିର୍ଧାରଣ ଓ ମାର୍ଗରେ କିଛି ସମୟ ପାଇଁ ନିୟନ୍ତ୍ରଣ କରାଯିବ |
ଟ୍ରେନ୍ ବାତିଲ୍:
- 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 30 ମଇ 2024 ରୁ 14 ଜୁନ୍ 2024 ମଧ୍ୟରେ ରାଉରକେଲା ଠାରୁ ଏବଂ 31 ମଇ 2024 ରୁ 15 ଜୁନ୍ 2024 ମଧ୍ୟରେ ପୁରୀରୁ ବାତିଲ ରହିବ |
- 08414/08413 ପୁରୀ-ତାଳଚେର-ପୁରୀ ପାସେଞ୍ଜର ସ୍ପେସିଆଲ 30 ମଇରୁ 5 ଜୁନ୍ 2024 ମଧ୍ୟରେ ପୁରୀରୁ ଏବଂ 31 ମଇରୁ 6 ଜୁନ୍ 2024 ମଧ୍ୟରେ ତାଳଚେର ଠାରୁ ବାତିଲ୍ ରହିବ |
- 07471/07470 ପାଲାସା-ବିଶାଖାପାଟନମ୍-ପାଲାସା ପାସେଞ୍ଜର ସ୍ପେଶାଲ 31.05.2024 ଦିନ ଉଭୟ ଦିଗରୁ ବାତିଲ୍ ରହିବ |
- 08169/08170 ଏବଂ 08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର ସ୍ପେଶାଲ 7 ଜୁନ୍ ରୁ 14 ଜୁନ୍ 2024 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ |
- 08264/08263 ବିଳାସପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ବିଳାସପୁରରୁ 7 ରୁ 14 ଜୁନ୍ 2024 ମଧ୍ୟରେ ଏବଂ ଟିଟିଲାଗଡରୁ 8 ରୁ 15 ଜୁନ୍ 2024 ମଧ୍ୟରେ ବାତିଲ ରହିବ |
- 08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 7 ରୁ 14 ଜୁନ୍ 2024 ମଧ୍ୟରେ ଏବଂ ରାୟପୁରରୁ 8 ରୁ 15 ଜୁନ୍ 2024 ମଧ୍ୟରେ ବାତିଲ ରହିବ |
ଟ୍ରେନର ମାର୍ଗ ପରିବର୍ତ୍ତନ :
18190/18189 ଏର୍ଣ୍ଣାକୁଲମ୍-ଟାଟା-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ 6 ରୁ 12 ଜୁନ୍ ମଧ୍ୟରେ ଏର୍ଣ୍ଣାକୁଲମ୍ ଠାରୁ ଏବଂ 7 ଜୁନ୍ ରୁ 14 ଜୁନ୍ 2024 ପର୍ଯ୍ୟନ୍ତ ଟାଟା ଠାରୁ ଚଳାଚଳ କରିବାକୁ ଥିବା ଟ୍ରେନ ଏହାର ନିର୍ଦ୍ଧାରିତ ପଥ ବିଜୟନଗରମ-ଟିଟିଲାଗଡ-ଝାରସୁଗୁଡା ମାର୍ଗ ପରିବର୍ତ୍ତେ ଜାରୋଲି-ଜଖପୁରା-କଟକ-ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ମାର୍ଗ ଦେଇ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ |
ଟ୍ରେନ ସମୟରେ ପୁନଃନିର୍ଦ୍ଧାରଣ:
06090 ସାନ୍ତ୍ରାଗଛି-ତାମ୍ବରମ୍ ଏକ୍ସପ୍ରେସ୍ 30 ମଇ ଦିନ ସାନ୍ତ୍ରାଗଛିରୁ, 20896 ଭୁବନେଶ୍ୱର-ରାମେଶ୍ୱରମ ଏକ୍ସପ୍ରେସ୍ ଭୁବନେଶ୍ୱରରୁ 31 ମଇ 2024 ଦିନ, 06222 ମୁଜାଫରପୁର-ମହୀଶୂର ସ୍ପେଶାଲ ମୁଜାଫରପୁରରୁ 30 ମଇ ଦିନ, 06104 ଦିଵରୂଗଡ଼-ନ୍ୟୁ-ନାଗରକୋଏଲ ସ୍ପେଶାଲ ଦିଵରୂଗଡ଼ ଠାରୁ ୨୯ ମଇ ଦିନ, 09060 ବ୍ରହ୍ମପୁର-ସୁରଟ ସ୍ପେଶାଲ ବ୍ରହ୍ମପୁର ଠାରୁ 31 ମଇ 2024 ଦିନ, 20917 ଇନ୍ଦୋର-ପୁରୀ ଏକ୍ସପ୍ରେସ ଇନ୍ଦୋରରୁ 11 ଜୁନ୍ ଦିନ, 15028 ଗୋରଖପୁର-ସମ୍ବଲପୁର ଏକ୍ସପ୍ରେସ ଗୋରଖପୁରରୁ 6 ରୁ 13 ଜୁନ୍, 22840 ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 4 ଜୁନ୍ 2024 ରେ ଭୁବନେଶ୍ୱର ଠାରୁ ଛାଡିବାକୁ ଥିବା ଟ୍ରେନ ଗୁଡିକ ଉତ୍ପତି ଷ୍ଟେସନ ମାନଙ୍କ ଠାରୁ ସର୍ବନିମ୍ନ ଏକ ଘଣ୍ଟାରୁ ସର୍ବାଧିକ ଦୁଇ ଘଣ୍ଟା 30 ମିନିଟ୍ ମଧ୍ୟରେ ସମୟରେ ପୁନଃ ନିର୍ଧାରଣ କରାଯିବ |
Post a Comment