loading...

କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ: ମଙ୍ଗୋଲିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,  ମଇ  ୨୦୨୪




ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଭାରତରେ ଅବସ୍ଥାପିତ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍‍ବୋଲ୍‍ଡ ଦାମ୍ବାଜୟ କହିଛନ୍ତି। ଆଜି ଅନୁଷ୍ଠିତ କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗନବୋଲ୍‍ଡ ଶିକ୍ଷା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କିଟ୍‍ ଓ କିସ୍‍ ଓ କିମ୍‍ସ ଯୋଗଦାନକୁ ପ୍ରଶଂସା କରି କହିଲେପ୍ରତ୍ୟେକ ପରିବାରର ଶକ୍ତି ସେହି ପରିବାରର ମହିଳାଙ୍କ ନିକଟରେ ନିହିତ ରହିଥାଏ। ଆମ ଦେଶରେ ମଧ୍ୟ ସମାଜରେ ମହିଳାମାନଙ୍କ ପ୍ରମୁଖ ଭୂମିକା ରହିଛି। ମହିଳାମାନଙ୍କୁ ସଶକ୍ତ କରାଗଲେ ସେମାନେ ଉଚିତ୍‍ ସମୟରେ ସେମାନେ ସମାଜକୁ  ଉଲ୍ଲେଖନୀୟ ପ୍ରତିଦାନ ଦେଇଥାନ୍ତି। ଭାରତ ଓ ମଙ୍ଗୋଲିଆ ମଧ୍ୟରେ ରହିଥିବା ଐତିହାସିକ ଓ ଆଧ୍ୟାତ୍ମିକ ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ୨ହଜାର ବର୍ଷ ପୂର୍ବରୁ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଏହି ସମ୍ପର୍କ ରହିଆସିଛି। ୨ହଜାର ବର୍ଷ ତଳେ ଯେତେବେଳେ ଗମନାଗମନର କୌଣସି ମାଧ୍ୟମ ନ ଥିଲା ସେତେବେଳେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ମଙ୍ଗୋଲିଆରୁ ସନ୍ୟାସୀମାନେ ଭାରତ ଆସୁଥିଲେ। ଭାରତ ସହ ମଙ୍ଗୋଲିଆର ଆଧ୍ୟାତ୍ମିକ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ମଙ୍ଗୋଲିଆର ସନ୍ୟାସୀମାନେ ଗଙ୍ଗାନଦୀର ଜଳ ନେଇ ଉତ୍ତର ମଙ୍ଗୋଲିଆରେ ଥିବା ଏକ ହ୍ରଦରେ ପକାଉଥିଲେ ଯାହାକି ପରବର୍ତ୍ତୀ ସମୟରେ ଗଙ୍ଗା ହ୍ରଦଭାବେ ପ୍ରସିଦ୍ଧି ଲାଭ କରିଥିଲା। କଠିନ ପରିଶ୍ରମ ଓ ସମାଜ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସହ ବିଶ୍ୱ ବିଜୟୀ ହେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଗନ୍‍ବୋଲ୍‍ଡ ଉତ୍ସାହିତ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେସବୁବେଳେ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ଆକାଙ୍‌କ୍ଷାରେ ଦୃଢ଼ ରହିବା ସହ ନିଜ କାର୍ଯ୍ୟରେ ଦୟାଶୀଳ ହେବା ଉଚିତ। ଶିକ୍ଷା ହେଉଛି ଦାରିଦ୍ର‌୍ୟ ଦୂରୀକରଣର ଏକ ପ୍ରମୁଖ ଅସ୍ତ୍ର ବୋଲି କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ କହିଥିଲେ। ସେ କହିଲେ ବିଶ୍ୱବିଦ୍ୟାଳୟ ହେଉଛି ଜ୍ଞାନର କେନ୍ଦ୍ର ଓ ଜ୍ଞାନ ହେଉଛି ଶକ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ତାଙ୍କ ଉଦ୍‍ବୋଧନରେ ଶିକ୍ଷାଗବେଷଣା ଓ କ୍ରୀଡ଼ା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ଏହା ତୁମ ଶୈକ୍ଷିକ କ୍ୟାରିୟର ଶେଷ ହୋଇଥିଲେ ମଧ୍ୟ ଭବିଷ୍ୟତ ଲକ୍ଷ୍ୟ ହାସଲ ନିମନ୍ତେ ଏହା ତୁମମାନଙ୍କୁ ବାଟ ଦେଖାଇବ ବୋଲି ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସିବିକେ ମହାନ୍ତି ଡ଼ିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତକିଟ୍‍ ସୋସାଇଟି ଉପସଭାପତି ଉମାପଦ ବୋଷସମ୍ପାଦକ ଆର.ଏନ୍‍ ଦାଶ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାବର୍ତ୍ତନରେ ମୋଟ ୬୬୫ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡିସ୍ନାତକୋତ୍ତର ଓ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ କିଟ୍‌ରେ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହ ଆୟୋଜନ କରାଯାଇଥାଏ। ଏହି ଅବସରରେ ୨ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ  ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୪ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget