loading...

କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ, ନୂଆ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଫ୍‌ଆଇଭିବି ସଭାପତିଙ୍କ ଘୋଷଣା

ଭୁବନେଶ୍ୱର,  ଜୁନ ୨୦୨୪



ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସ୍‌ର ନାମ ଘୋଷଣା କରାଯାଇଛି । ଗତ ମେ ୩୦ ତାରିଖରେ ଏଫ୍‌ଆଇଭିବି ପକ୍ଷରୁ ସୁଇଜରଲାଣ୍ଡର ଜେନେଭାଠାରେ ଥିବା ଏହାର ମୁଖ୍ୟାଳୟରେ ନୂତନ କରି ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ଶୁଭାରମ୍ଭ ଅବସରରେ ଏଫ୍‌ଆଇଭିବି ସଭାପତି ଡ. ଆରି ଗ୍ରାକା କିଟ୍ ଓ କିସ୍ ନାମ ଘୋଷଣା କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମାଜସେବା କ୍ଷେତ୍ରରେ କରିଥିବା କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଏଫ୍‌ଆଇଭିବି ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି । ସମଗ୍ର ବିଶ୍ୱରେ ଭଲିବଲ ମ୍ୟାଚ୍ ଆୟୋଜନ କରି ଏଫ୍‌ଆଇଭିବି ସେଥିରୁ କିଛି ଅର୍ଥ ଦାନ ଆକାରରେ ଗ୍ରହଣ କରିବ । ଏହି ଦାନ ଅର୍ଥକୁ ଏଫ୍‌ଆଇଭିବି ବିଶ୍ୱର ବିଭିନ୍ନ ଦେଶରେ ସମାଜସେବା କ୍ଷେତ୍ରରେ ବିନିଯୋଗ କରିବା ହେଉଛି ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ମୁଖ୍ୟ ଲକ୍ଷ୍ୟ । ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଥୋମାସ ବାକ୍‌ଙ୍କ ସମେତ ସମଗ୍ର ବିଶ୍ୱରୁ ୨ଶହରୁ ଊର୍ଦ୍ଧ୍ୱ ଦେଶରେ ଥିବା ଭଲିବଲ୍ ସଂଘର ପ୍ରତିନିଧି ଓ ଅନ୍ୟାନ୍ୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ମେ ୩୦ ତାରିଖରେ ଏ ନେଇ ଏଫ୍‌ଆଇଭିବି ଓ କିଟ୍ ଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ନିର୍ବାଚନ ଯୋଗୁଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ନ ପାରିବାରୁ ଏହି ବୁଝାମଣା ପରେ ସ୍ୱାକ୍ଷରିତ ହେବ । ସୂଚନାଯୋଗ୍ୟ, କ୍ରୀଡ଼ା କ୍ଷେତ୍ରରେ କିଟ୍ ଓ କିସ୍‌ର ଅବଦାନ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରଛି । ବିଶ୍ୱରେ ଯେତେସବୁ କ୍ରୀଡ଼ା ସଂଘ ରହିଛି ସମସ୍ତେ କ୍ରୀଡ଼ା ପ୍ରତି କିଟ୍ ଓ କିସ୍‌ର ଥିବା ଅବଦାନକୁ ପ୍ରଶଂସା କରିଆସିଛନ୍ତି । ସଂପ୍ରତି ଏଫ୍‌ଆଇଭିବି କିଟ୍ ଓ କିସ୍‌କୁ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ଏକମାତ୍ର ସହଯୋଗୀ ଶିକ୍ଷାନୁଷ୍ଠାନ ଭାବେ ଗ୍ରହଣ କରିଛି । ଫାଉଣ୍ଡେସନ୍ ଶୁଭାରମ୍ଭ ଅବସରରେ ଏଫ୍‌ଆଇଭିବି ସହ କିଟ୍ ଓ କିସ୍‌ର ଲୋଗୋ ରଖି କିଟ୍ ଓ କିସ୍‌କୁ ଏହାର ସହଯୋଗୀ ଅନୁଷ୍ଠାନ ଘୋଷଣା କରାଯାଇଥିଲା । ଏହା ସହ କିଟ୍ ଓ କିସ୍‌କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଫ୍‌ଆଇଭିବି, ଏହାର ସଭାପତି ଡ. ଆରି ଗ୍ରାକ. ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି “ମୋ ସମାଜସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏଫ୍‌ଆଇଭିବି ବିଭିନ୍ନ ଦେଶରେ ଭଲିବଲ୍ ଆୟୋଜନ ସହ ସମାଜସେବା କରିବା ନେଇ ନିଷ୍ପତ୍ତି ନେଇଥିବାରୁ ମୁଁ ଏଫ୍‌ଆଇଭିବିକୁ ସାଧୁବାଦ ଜଣାଉଛି । ନିର୍ବାଚନ ଯୋଗୁଁ ମୁଁ ଜେନେଭାରେ ଉପସ୍ଥିତ ରହିପାରି ନ ଥିଲେ ମଧ୍ୟ ଏଫ୍‌ଆଇଭିବି କିଟ୍ ଓ କିସ୍ ଅନୁଷ୍ଠାନକୁ ଯଥେଷ୍ଟ ସମ୍ମାନୀତ କରିଛନ୍ତି ।” ସମଗ୍ର ବିଶ୍ୱରୁ କିଟ୍ ଓ କିସ୍‌କୁ ଏକମାତ୍ର ସହଯୋଗୀ ଅନୁଷ୍ଠାନ ଭାବେ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍ ଗ୍ରହଣ କରିଥିବାରୁ ଏହା ଓଡ଼ିଶା ଓ ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget