loading...

ସମସ୍ତ ଭୋଟର, ନିର୍ବାଚନ ଅଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି : ମନମୋହନ ସାମଲ

ଭୁବନେଶ୍ୱର,  ଜୁନ ୨୦୨୪



ଗଣତନ୍ତ୍ରର ସବୁଠୁ ବଡ ପର୍ବ “ସାଧାରଣ ନିର୍ବାଚନ-୨୦୨୪” ପାଇଁ ଆଜି ମତଦାନ ଶେଷ ହୋଇଛି । ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଚଳିତ ସାଧାରଣ ନିର୍ବାଚନ ଫଳାଫଳ ଆସନ୍ତା ୪ ତାରିଖ ଦିନ ପ୍ରକାଶ ପାଇବ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ପରିଚାଳନାକୁ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ସାକ୍ଷୀ ହୋଇଛନ୍ତି । ଓଡିଶାରେ ଏକକାଳୀନ ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଚଳିତ ନିର୍ବାଚନରେ ଭୋଟର ଭାଇଭଉଣୀମାନେ ଉତ୍ସାହର ସହ ସାମିଲ ହୋଇ ନିଜ ବହୁମୂଲ୍ୟ ମତ ସାବ୍ୟସ୍ତ କରିଛନ୍ତି । ଓଡିଶାରେ ଭୋଟ ଦେଇଥିବା ସମସ୍ତ ଭୋଟର ଭାଇଭଉଣୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ଭାରତୀୟ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ଅନୁ ିତ ହୋଇଥିବା ଏବଂ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।

ଦେଶର ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ ଏବଂ ରାଜ୍ୟ ରାଜନୀତିରେ ପରିବର୍ତନର ସ୍ୱର ଓଡିଶାବାସୀଙ୍କ ଭିତରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ବିଜେପି ସଂଖ୍ୟାଧିକ ଲୋକସଭା ଆସନ ସହିତ ବିଧାନସଭା ପାଇଁ ସ୍ପଷ୍ଟ ବହୁମତ ଆସନ ହାସଲ କରିବ । ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ ହେବ । ଓଡିଶାବାସୀଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବିଜେପି । ମୋଦିଙ୍କ ଗ୍ୟାରେଂଟିକୁ ଘରେ ଘରେ ପହଂଚାଇବା ସହିତ ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ । ପ୍ରତ୍ୟେକଙ୍କୁ ପକ୍କାଘର, ବିଶୁଦ୍ଧ ପାନୀୟ ଜଳ, ବିଜୁଳି, ଖାଦ୍ୟାନ୍ନ ଭଳି ମୈାଳିକ ସୁବିଧା ଯୋଗାଇବା ହେବ ଆମର ପ୍ରାଥମିକତା । ଓଡିଆ ଐତିହ୍ୟ, ଭାସ୍କର୍ଯ୍ୟ, କଳା, ସଂସ୍କୃତି ଓ ଅସ୍ମିତାକୁ ବିଶ୍ୱ ଦରବାରରେ ସମ୍ମାନିତ କରାଯିବ । ଓଡିଶାରେ ଚାଷୀ, ମହିଳା, ଯୁବକ ଏବଂ ଗରିବକଲ୍ୟାଣ ଯୋଜନାକୁ ସୁଦୃଢ କରାଯିବ । ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଥିବା ଲୁଟେରାଙ୍କ କବଳରୁ ଓଡିଶାକୁ ମୁକ୍ତ କରାଯିବ । ପ୍ରାକୃତିକ, ଖଣିଜସଂପଦ ଭରପୁର ଓଡିଶାର ବିକାଶକୁ ବହୁଗୁଣିତ କରାଯାଇ ରାଜ୍ୟର ଅର୍ଥନୀତିକ ସ୍ଥିତିକୁ ସୁଦୃଢ କରାଯିବ । ଓଡିଶା ହେବ ପୂର୍ବଦ୍ୟୋୟର ଦ୍ୱାରଦେଶ । “ଓଡିଶା ଏବଂ ଓଡିଶାବାସୀଙ୍କ ସାମଗ୍ରିକ ବିକାଶ” ଆମର ପ୍ରାଥମିକତାର ସର୍ବାଗ୍ରେ ରହିବ ବୋଲି ଶ୍ରୀ ସାମଲ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget