loading...

ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ସତର୍କତା ସଚେତନତା ଶିବିର

ଭୁବନେଶ୍ୱର,  ୩ ନଭେମ୍ବର ୨୦୨୪



 ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ କଟକ ଜିଲ୍ଲା ଟାଙ୍କୀ ବ୍ଲକ୍‌ର କନେଇପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସତର୍କତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜାତୀୟ ସତର୍କତା ସଚେତନତା ସପ୍ତାହ ୨୦୨୪ର ଥିମ୍ “ସତ୍ୟନିଷ୍ଠାର ସଂସ୍କୃତି ଓ ଦେଶର ସମୃଦ୍ଧି” ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ଅଗ୍ରଣୀ ଜିଲ୍ଲା ଅଧିକାରୀ ରଶ୍ମିରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ ଏବଂ କଟକ ଜିଲ୍ଲାର ଏଫ୍‌ଏଲ୍‌ସି ସତ୍ୟନାରାୟଣ ରାଉତ, ଆର୍‌ସେଟି ନିର୍ଦ୍ଦେଶକ ସୁକାନ୍ତ ଛାଟୋଇ, ଓଜିବି ଟାଙ୍ଗୀ ଶାଖାର ଶାଖା ପ୍ରବନ୍ଧକ ଦିଗନ୍ତ ରାଉଳ, ଧନ ଫାଉଣ୍ଡେସନ୍‌ର ସିଏଫ୍‌ଏଲ୍ କର୍ମଚାରୀ ଶ୍ରୀ ସଂଗ୍ରାମ, ଆର୍‌ସେଟି କଟକର ଅଧ୍ୟାପକ ଅମିତ କୁମାର ମହାନ୍ତି ଏବଂ ପ୍ରାୟ ୬୫ ଜଣ ଗ୍ରାମର ସଭ୍ୟ (ସରପଞ୍ଚ., ୱାର୍ଡ ମେମ୍ବର, ବରିଷ୍ଠ ନାଗରିକ ଓ ଏସ୍‌ଏଚ୍‌ଜି କର୍ମୀ) ମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସତର୍କତା ସଚେତନତା ସପ୍ତାହର ବିଷୟବସ୍ତୁ ଉପରେ ଆଧାରିତ ପୋଷ୍ଟର ଏବଂ ବ୍ୟାନରଗୁଡିକ ତ୍ରିଭାଷୀରେ ପ୍ରଦର୍ଶିତ ହୋଇଥିଲା। ଧନ୍ୟବାଦ ଅର୍ପଣ ସହିତ ସଚେତନତା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget