loading...

ନାଲକୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳିତ

ଭୁବନେଶ୍ୱର,  ୩ ନଭେମ୍ବର ୨୦୨୪




ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି” ଆଧାରରେ କମ୍ପାନୀର ସମସ୍ତ ୟୁନିଟ ତଥା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପୋର୍ଟ ଫାସିଲିଟି ଠାରେ ବିଭିନ୍ନ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜୀବନରେ ଅଖଣ୍ଡତା, ସାଧୁତା ଏବଂ ଉତ୍ତରଦାୟିତ୍ୱ ର ବାର୍ତ୍ତା ପ୍ରଚାର ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଅଖଣ୍ଡତା ଶପଥ ପାଠ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗୀତା, କର୍ମଚାରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନ୍ୟତମ ଅଟେ । ଦ୍ଵୈତ ନଗରୀ କଟକ-ଭୁବନେଶ୍ଵର ର ୩୫ ରୁ ଉର୍ଦ୍ଧ୍ଵ ଶିକ୍ଷାନୁଷ୍ଠାନରୁ ୨୫୦ ରୁ ଅଧିକ ପ୍ରତିଯୋଗୀ ଏହି ତର୍କ ତଥା ବକ୍ତୃତା କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।  

ନାଲକୋ କର୍ପୋରେଟ କାର୍ଯ୍ୟ।ଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଯୋଗିତା ମାନଙ୍କରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗଦୀଶ ଅରୋରା, ନିର୍ଦ୍ଦେଶକ (ପି ଆଣ୍ଡ ଟି) ଏବଂ ନିର୍ଦ୍ଦେଶକ (ଏଚଆର) ଅତିରିକ୍ତ ଦାୟିତ୍ତ୍ଵ, ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ) ଏବଂ ଶ୍ରୀ ହରଶିମରନ ସିଂ, ଆଇଆରଏସଇ, ସିଭିଓ, ନାଲକୋ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। 


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget