ଭୁବନେଶ୍ୱର, ୩୧ ଡିସେମ୍ବର ୨୦୨୪
ଇଂରାଜୀ ନବବର୍ଷ ୨୦୨୫ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନିଶ୍ଚିନ୍ତ ପୂରଣ ହେବ। ଏହି ଲକ୍ଷ୍ୟ ହାସଲ କରିବା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ। “ବିକଶିତ ଓଡ଼ିଶା” ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ ବୋଲି ଶ୍ରୀ ସାମଲ କହିଛନ୍ତି।
୨୦୨୫ ବର୍ଷରେ ସମସ୍ତ ଆହ୍ୱାନକୁ ସାମ୍ନା କରି ଓଡ଼ିଶାକୁ ଆହୁରି ଆଗେଇ ନେବାକୁ ଶ୍ରୀ ସାମଲ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଥିସହ ରାଜ୍ୟବାସୀଙ୍କ ଶୁଭମୟ, ଶାନ୍ତିମୟ, ମଙ୍ଗଳମୟ ଏବଂ ସମୃଦ୍ଧିମୟ ଜୀବନ କାମନା କରିଛନ୍ତି।
Post a Comment