ଭୁବନେଶ୍ୱର, ୩୦ ଡିସେମ୍ବର ୨୦୨୪
ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ୱର ମଣ୍ଡଳର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଳନ ଅନ୍ତର୍ଗତ , ଓପନ୍ ଲର୍ଣ୍ଣିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ପୁରୀକୁ ଯଥାକ୍ରମେ ଏକ ସ୍କୁଲ ବସ୍ ଏବଂ ପିକ୍-ଅପ୍ ଯାନ ଯୋଗାଇ ଦିଆଯାଇଛି। ଭୁବନେଶ୍ୱରର ଡୁମଡୁମାସ୍ଥିତ ହୋଟେଲ ୱେଲକମ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଶ୍ରୀ ରାଣା ଆଶୁତୋଷ କୁମାର ସିଂହ, ପରିଚାଳନା ନିର୍ଦ୍ଦେଶକ (ଆର,ସି ଏବଂ ଏସ.ଏ.ଆର.ଜି) କର୍ପୋରେଟ୍ ସେଣ୍ଟର ମୁମ୍ବାଇ, ଶ୍ରୀ ଦିନେଶ ପରୁଥି ମୁଖ୍ୟ ମହାପ୍ରବନ୍ଧକ ଭୁବନେଶ୍ୱର ମଣ୍ଡଳ, ଶ୍ରୀ କୌଶଳ କିଶୋର ସିଂହ ମହାପ୍ରବନ୍ଧକ (ନେଟୱର୍କ-II), ଶ୍ରୀ ପ୍ରଶାନ୍ତ କୁମାର ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା ) ଭୁବନେଶ୍ୱର ପ୍ରଶାସନିକ କାର୍ଯ୍ଯାଳୟ , ଶ୍ରୀ ମନୋଜ କୁମାର ସିଂହ, ଉପ ମହାପ୍ରବନ୍ଧକ ଓ ମଣ୍ଡଳ ବିକାଶ ଅଧିକାରୀ ଏବଂ ଷ୍ଟେଟ ବ୍ଯାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସ୍ଵେଚ୍ଛା ସେବୀ ସଂଗଠନ ମାନଙ୍କର ପ୍ରତିନିଧିମାନଙ୍କୁ ଯାନଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଓପନ୍ ଲର୍ଣ୍ଣିଂ ସିଷ୍ଟମ୍ସରୁ, ଶ୍ରୀ ପ୍ରକାଶ କୁମାର ରଥ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଶ୍ରୀମତୀ କସ୍ତୁରୀ ମହାପାତ୍ର ଉପାଧ୍ୟକ୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସ୍କୁଲ ବସ୍ ଗ୍ରହଣ କରିଛନ୍ତି। ସେହିପରି, ଗୋବିନ୍ଦ ଗୋଧାମ ଗୋଶାଳା ପୁରୀର ସଚିବ ତଥା ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀ ବିଷ୍ଣୁ ଚରଣ ପଣ୍ଡା, ବୁଲା ଗାଈ ଏବଂ ଷଣ୍ଢ ଭଳି ପ୍ରାଣୀମାନଙ୍କୁ ପରିବହନ ତଥା ଥଇଥାନ ପାଇଁ ପିକ୍-ଅପ୍ ଭ୍ୟାନ୍ ଗ୍ରହଣ କରିଛନ୍ତି।
Post a Comment