loading...

ସମ୍‌ରେ ନବଜାତ ଶିଶୁଙ୍କ କ୍ଷେତ୍ରରେ ପୁର୍ନଜୀବନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୪





ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଭୁବନେଶ୍ୱର ଓ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍ ସିଟି ଶାଖା (ଆଇଏପି) ର ମିଳିତ ଆନୁକୂଲ୍ୟରେ ମେଡିକାଲ୍ କଲେଜର ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନବଜାତ ଶିଶୁଙ୍କ କ୍ଷେତ୍ରରେ ପୁର୍ନଜୀବନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଯାଇଛି। 

ନବଜାତ ଶିଶୁଙ୍କ ଜୀବନ ରକ୍ଷା ନିମନ୍ତେ ଆବଶ୍ୟକୀୟ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନବଜାତ ଶିଶୁଙ୍କ ପ୍ରାଥମିକ ସ୍ତରରେ ଜୀବନ ରକ୍ଷା ନିମନ୍ତେ ଏୟାରୱେ ବ୍ୟବସ୍ଥାପନ ଓ ଚେଷ୍ଟ କମ୍ପ୍ରେସନ୍ସ ସମ୍ପର୍କରେ ପ୍ରଶିକ୍ଷଣ ନେବା ସହ ଜରୁରୀକାଳୀନ ସ୍ଥିତିରେ ସେମାନଙ୍କ ଜୀବନ ରକ୍ଷା ନେଇ କେଉଁଭଳି ଦକ୍ଷତା ଆବଶ୍ୟକ ସେ ନେଇ ଜ୍ଞାନ ଆହରଣ କରିଥିଲେ। 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ମୃତ୍ୟୁଞ୍ଜୟ ଦାଶ, ଡାକ୍ତର ପ୍ରଶାନ୍ତ ସାବତ ଏବଂ ଡାକ୍ତର ଚନ୍ଦ୍ରଶେଖର ପାତ୍ର ଯୋଗ ଦେଇଥିଲେ। ସେମାନେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସମ୍ପର୍କରେ ନିଜର ଅଭିଜ୍ଞତା ଓ ଦୃଷ୍ଟିକୋଣ ବଖାଣି ଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ର୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଏବଂ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତାଦେବୀ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget