loading...

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌: ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର, ୨୮ ଜାନୁଆରୀ  ୨୦୨୫



 ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡ଼ିଶା କନ୍‌କ୍ଳେଭ-୨୦୨୫କୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ। 

ଜନତା ମଇଦାନ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସୋଆ ଛାତ୍ରଛାତ୍ରୀମାନେ ଏୟାରପୋର୍ଟଠାରୁ ଆରମ୍ଭ କରି ଜନତା ମଇଦାନ ପର୍ଯ୍ୟନ୍ତ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। 

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଓଡିଶାରେ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଲେ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ ବୋଲି ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀମାନେ କହିଛନ୍ତି। 

ଓଡ଼ିଶାରେ ଇନୋଭେସନ୍ ଏବଂ ଟେକ୍ନୋଲୋଜିକୁ ନେଇ ଅନେକ କିଛି ଆମକୁ ଶିଖିବାକୁ ମିଳିବା ସହ ନୂଆ ନୁଆ ଷ୍ଟାର୍ଟଅପ୍ ମଧ୍ୟ ଏହି କନ୍‌କ୍ଲେଭ ଯୋଗୁଁ ଆଗକୁ ଆସିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। 

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ଏବଂ ସମ୍ ଲାଇଫ୍ ସାଇନ୍‌ସେସ୍‌ର ଷ୍ଟଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget