ଭୁବନେଶ୍ୱର, ୦୩ ଜାନୁଆରୀ ୨୦୨୫
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ର ଏକ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଥିଲେ ।
କ୍ୟାବିନେଟ୍ ବୈଠକରେ ମୋଟ ୯ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଏବଂ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନ ସଭାର ୨ୟ ଅଧିବେଶନର ସତ୍ରାବସାନ ସଂପର୍କିତ ଥିଲା ।
ବିଷୟ- ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ‘ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗ(OS&ES Cadre)’ ଏବଂ ଓଡିଶା ଅଧସ୍ତନ ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗର(OSS&ES cadre)’ ପୁନର୍ଗଠନ ।
ପ୍ରଶାସନିକ ବ୍ୟବସ୍ଥାର ବିଭିନ୍ନ ସ୍ତରରେ ତଥ୍ୟର ବଢୁଥିବା ଚାହିଦାକୁ ପୂରଣ କରିବା ଏବଂ ପ୍ରଭାବଶାଳୀ ବିକେନ୍ଦ୍ରୀକରଣ ଯୋଜନା ସୁନିଶ୍ଚିତ କରିବା ନିମନ୍ତେ, ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟ କ୍ୟାବିନେଟ ‘ଓଡିଶା ପରିସଂଖ୍ୟାନ ଓ ଅର୍ଥନୀତି ସେବା ବର୍ଗ ଏବଂ ‘ଓଡିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ବର୍ଗ'ର ପୁନର୍ଗଠନ ନିମିତ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
9. ସେବା ବର୍ଗର ମଞ୍ଜୁରିପ୍ରାପ୍ତ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ବେତନ ସ୍ତର, ଏବଂ ପଦୋନ୍ନତି ନୀତିର ମୁଖ୍ୟ ସଂଶୋଧନଗୁଡ଼ିକ କ୍ୟାରିୟର ଅଭିବୃଦ୍ଧି, ନୂତନ ପ୍ରତିଭାଙ୍କୁ ଆକର୍ଷିତ କରିବା ଏବଂ କୁଶଳୀ ବୃତ୍ତିଗତମାନଙ୍କୁ ପରିସଂଖ୍ୟାନ ସେବାରେ ରଖୁବା ପାଇଁ ଉଦ୍ଧିଷ୍ଟ, ଯାହାଦ୍ବାରା ପ୍ରଭାବଶାଳୀ ଯୋଜନା ପାଇଁ ଉଚ୍ଚ-ଗୁଣାତ୍ମକ, ନିର୍ଭରଯୋଗ୍ୟ ପରିସଂଖ୍ୟାନ ସଂଗ୍ରହ ସମ୍ଭବପର ହେବ |
୩. ସହକାରୀ ନିର୍ଦ୍ଦେଶକ(OS&ES Cadre) ଏବଂ ପରିସଂଖ୍ୟାନ ଅଧିକାରୀ (OSS&ES cadre) ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ସଂଶୋଧୃତ ହୋଇଛି ଏବଂ ଏହି ଉଭୟ ପଦବୀ ପାଇଁ ନିଯୁକ୍ତି ଓଡିଶା ଲୋକସେବା ଆୟୋଗ (OPSC) ଦ୍ବାରା ଏକକ ନିଯୁକ୍ତି ପରୀକ୍ଷା ମାଧ୍ୟମରେ କରାଯିବ।
୪. ସହକାରୀ ନିର୍ଦ୍ଦେଶକ, ପରିସଂଖ୍ୟାନ ଅଧିକାରୀ ଏବଂ ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ(OSS&ES cadre) ପଦବୀରେ ପଦୋନ୍ନତି ଭିଭିକ ନିଯୁକ୍ତି ଏବଂ ପ୍ରତ୍ୟକ୍ଷ ନିଯୁକ୍ତିର ନିର୍ଦ୍ଧାରିତ ଅଂଶକୁ ପରିବର୍ତ୍ତନ କରାଯାଇଛି। ଏହା ବ୍ୟତୀତ ପରିସଂଖ୍ୟାନ ଅଧିକାରୀଙ୍କଠାରୁ ସହକାରୀ ନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକଙ୍କଠାରୁ ଉପ ନିର୍ଦ୍ଦେଶକ ପର୍ଯ୍ୟନ୍ତ ପଦୋନ୍ନତି ପାଇଁ ଆବାସିକ ଅବଧୂ(Residency period) ସଂଶୋଧ ହୋଇଛି।
i. ସହକାରୀ ନିର୍ଦ୍ଦେଶକ ପଦବୀ ସଂଖ୍ୟା ୮୧ ରୁ ୧୦୯, ଓ Pay Level-୧୧ ରୁ Level -୧୨ କୁ ORSP
ନିୟମ, ୨୦୧୭ ଅନୁସାରେ ସଂଶୋଧନ କରାଯାଇଛି ।
ii. ପରିସଂଖ୍ୟାନ ଅଧ୍ୟାକାରୀ ପଦବୀ ସଂଖ୍ୟା ୧୭୨ ରୁ ୧୫୫ କୁ ହ୍ରାସ କରାଯାଇଛି।
iii. ସହକାରୀ ପରିସଂଖ୍ୟାନ ଅଧିକାରୀ ପଦବୀ ସଂଖ୍ୟା ଅପରିବର୍ତ୍ତିତ ରହିଛି ।
୫.
ଯୋଜନା ଓ ସଂଯୋଜନ ବିଭାଗ ସଂକଳ୍ପ ସଂଖ୍ୟା-୭୮୭୮, ତା ୨୯.୦୪.୨୦୨୩ ରିଖ ଅନୁଯାୟୀ ଓଡିଶା ପରିସଂଖ୍ୟାନ ଓ ଅର୍ଥନୀତି ସେବା ବର୍ଗ ଅନ୍ତର୍ଗତ ନିର୍ଦ୍ଦେଶକଠାରୁ ଉପ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଆଂଶିକ ପୁନର୍ଗଠନର କାର୍ଯ୍ୟୋତ୍ତର(post facto) ଅନୁମୋଦନ ପ୍ରାପ୍ତ ହୋଇଛି ।
ଆଂଶିକ ପୁନର୍ଗଠନରେ,
କ. ନିର୍ଦ୍ଦେଶକଙ୍କ ଦରମା ORSP ନିୟମ, ୨୦୧୭ ଅନୁସାରେ Pay Level-୧୫ ରୁ Level -୧୬ କୁ ସଂଶୋଧୂ ହୋଇଛି।
ଖ. ୩ଟି ଯୁଗ୍ମ ନିର୍ଦ୍ଦେଶକ ସ୍ତର-୧ (Pay Level-୧୪) ପଦବୀକୁ ଉନ୍ନୀତ କରି ୩ଟି ଅତିରିକ୍ତ ନିର୍ଦ୍ଦେଶକ (Pay Level-୧୫) ଭାବେ ନୂତନ ପଦବୀ ସୃଷ୍ଟି କରାଯାଇଛି | ଏହା ସହିତ, ୩ଟି ଯୁଗ୍ମ ନିର୍ଦ୍ଦେଶକ ସ୍ତର-୧ (Pay Level- ୧୪) ଏବଂ ୭ଟି ଯୁଗ୍ମ ନିର୍ଦ୍ଦେଶକ ସ୍ତର-୨ (Pay Level-୧୩) ପଦବୀକୁ ମିଶ୍ରଣ କରି ଯୁଗ୍ମ ନିର୍ଦ୍ଦେଶକ(Pay Level- ୧୪) ଭାବରେ ୧୦ଟି ପଦବୀ ନାମିତ କରାଯାଇଛି
ଗ. ଉପ ନିର୍ଦ୍ଦେଶକ ପଦବୀ ସଂଖ୍ୟା ୩୫ ରୁ ୪୧ କୁ ବୃଦ୍ଧି କରାଯାଇଛି।
ଘ. ଯୁଗ୍ମ ନିର୍ଦ୍ଦେଶକ ଏବଂ ଅତିରିକ୍ତ ନିର୍ଦ୍ଦେଶକ ପଦବୀ ପାଇଁ ପଦୋନ୍ନତି ପାଇଁ ଆବାସିକ ଅବଧୂ(Residency period)ର ବ୍ୟବସ୍ଥା କରାଯାଇଛି |
Post a Comment