ଭୁବନେଶ୍ୱର, ୦୩ ଜାନୁଆରୀ ୨୦୨୫
ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ତରଫରୁ ଗତ 3 ଜାନୁଆରୀ ୨୦୨୫ ତାରିଖ ଦିନ ଭୁବନେଶ୍ବର ସ୍ଥିତ ରେଳ ପ୍ରେକ୍ଷାଳୟଠାରେ ଏକ ପେନସନଭୋଗୀ ସମ୍ମେଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମେଳନୀ ୧୨୦୦ ରୁ ଅଧିକ ପେନସନଭୋଗୀ ଅଂଶଗ୍ରହଣ କରିଥିଲେ । ଷ୍ଟେଟ ବ୍ଯାଙ୍କ ଭୁବନେଶ୍ଵର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥିଙ୍କ ସହ ଏହି ସମ୍ମେଳନୀରେ ଶ୍ରୀ ପୋନ୍ନମବଲମ ଏମ. ମହାପ୍ରବନ୍ଧକ(ନେଟୱର୍କ-1) ଓ ଶ୍ରୀ କୌଶଳ କିଶୋର ସିଂ ମହାପ୍ରବନ୍ଧକ(ନେଟୱର୍କ-2), ଶ୍ରୀ ମନୋଜ କୁମାର ସିଂ ଉପ ମହାପ୍ରବନ୍ଧକ ଓ ମଣ୍ଡଳ ବିକାଶ ଅଧିକାରୀ , ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ , କର୍ମଚାରୀ ସଂଘ , ପେନସନର ସଂଘର କାର୍ଯ୍ୟକାରୀବୃନ୍ଦ ଓ ସେବାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ତାଙ୍କ ବକ୍ତବ୍ୟରେ ଶ୍ରୀ ପରୁଥି ସମସ୍ତ ପେନସନଭୋଗୀଙ୍କୁ ଷ୍ଟେଟ ବ୍ୟାଙ୍କର ରାଜଦୂତ କହି ସମ୍ବୋଧନ କରିଥିଲେ ଓ ସମାଜରେ ସକାରାତ୍ମକତା ବିସ୍ତାର କରିବାକୁ ଆହ୍ଵାନ ଦେଇଥିଲେ । ଅପରାହ୍ନରେ ଶ୍ରୀ ପରୁଥି କଟକ ଜିଲ୍ଲା ସ୍ଥିତ ରାମଦାସପୁର ଠାରେ ଷ୍ଟେଟ ବ୍ଯାଙ୍କର ଏକ ନୂତନ ଶାଖା ଉଦ୍ଘାଟନ କରିଥିଲେ । ଏହି ଶାଖାଟି ଷ୍ଟେଟ ବ୍ୟାଙ୍କର ଓଡିଶାରେ ୯୦୮ ତମ ଓ କଟକ ଜିଲ୍ଲାରେ ୬୪ ତମ ଶାଖା ଅଟେ । ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ଏମ , ଉପ ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର, କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ଭବାନୀ ଶଙ୍କର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀବର୍ଗ ଉପସ୍ଥିତ ଥିଲେ ।
Post a Comment