ଭୁବନେଶ୍ୱର, ୦୩ ଫେବୃଆରୀ ୨୦୨୫
- ରେଳ ବଜେଟ୍ରେ ପୁଣି ଥରେ ଓଡ଼ିଶାକୁ ଗୁରୁତ୍ୱ
- ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତିବର୍ଷ ବଢ଼ୁଛି ରେଳ ବଜେଟ
- ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧପରିକର
- ଗତ କିଛି ବର୍ଷ ହେବ ରେଳ ବଜେଟ୍ ୧୦ ହଜାର କୋଟି ପାର କରିଛି
- ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ୨୦୪୬ କିମି ନୂଆ ଟ୍ରାକ୍ ନିର୍ମାଣ ହୋଇଛି
- ୭୮ ହଜାର କୋଟିର ପ୍ରକଳ୍ପର ନିର୍ମାଣ ଚାଲିଛି
- ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ
- ଐତିହାସିକ, ଲୋକାଭିମୁଖୀ ରେଳ ବଜେଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜ୍ଞାପନ କଲେ ରାଜ୍ୟ ସଭାପତି
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଆଜି ଆଗତ ହୋଇଥିବା ରେଳ ବଜେଟ୍ରେ ଓଡ଼ିଶା ପାଇଁ ୧୦,୫୯୯ କୋଟି ଟଙ୍କା ଘୋଷଣା କରାଯାଇଛି। ବିକଶିତ ଭାରତର ଗଠନ ପାଇଁ ମୋଦିଜୀ ବଦ୍ଧ ପରିକର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ କହିଛନ୍ତି, ବିକଶିତ ଓଡ଼ିଶା ଗଠନରେ ରେଳର ବିକାଶ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଉପଲବ୍ଧି କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାରେ ରେଳର ଆଧୁନିକରଣ ଏହାର ଭିତିଭୂମି ସଜାଡ଼ିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ନେତୃତ୍ୱରେ ରେଳ ବଜେଟ ପ୍ରତିବର୍ଷ ଓଡ଼ିଶାର ରେଳ ବଜେଟ ବଢିଚାଲିଥିବାବେଳେ କିଛି ବର୍ଷ ହେବ ଏହା ୧୦ ହଜାର କୋଟି ଟଙ୍କା ପାର କରିଛି। ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ୨୦୪୬ କିମି ନୂଆ ଟ୍ରାକ୍ ନିର୍ମାଣ ହୋଇଛି। ଏହି ନବ ନିର୍ମିତ ଟ୍ରାକ୍ ମାଲେସିଆରେ ଥିବା ଟ୍ରାକଠାରୁ ଅଧିକ। ଏହାଛଡ଼ା ଓଡ଼ିଶାରେ ବର୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି। ୭୮ ହଜାର କୋଟିର ପ୍ରକଳ୍ପର ନିର୍ମାଣ ଚାଲିଛି । ରାଜ୍ୟରେ ୧୯୦୦ କିମି ଟ୍ରାକରେ କବଚ ଲାଗିବା କାମ ସରିଛି । ଆସନ୍ତା ୬ ବର୍ଷରେ ଏହି କାମ ସରିବ । ଏହି କାର୍ଯ୍ୟ ଶେଷ ହେବା ପରେ ରେଳଯାତ୍ରା ଅଧିକ ସୁରକ୍ଷିତ ହୋଇପାରିବ ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି। ଏଥିପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ। ଫଳରେ ଓଡ଼ିଶାର ସବୁ ଜିଲାକୁ ଓ ଅନ୍ୟାନ୍ୟ ରାଜ୍ୟକୁ ସଂଯୋଗକରଣ ଅଧିକ ସୃଦୃଢ଼ ହେବ। ଖୁବ୍ଶୀଘ୍ର କୋଲକାତା -ଚେନ୍ନାଇ ୪ ଲେନ କାମ ସରିବାକୁ ଥିବାବେଳେ କୋଲକାତା-ଭଦ୍ରକ କାମ ଜୋରସୋର ଚାଲିଛି। ଏହାଛଡ଼ା ଆଗକୁ ଅଧିକ ଟ୍ରେନ ଓଡ଼ିଶାରେ ଗଡ଼ିବାକୁ ଯାଉଛି। ଏହି ଐତିହାସିକ ଓ ଲୋକାଭିମୁଖୀ ରେଳ ବଜେଟ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦି ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି।
Post a Comment