loading...

ସଂକଳ୍ପ ଯାତ୍ରା ତୃତୀୟ ଦିନରେ ପୁରୀ ବଡ଼ଦାଣ୍ଡରେ ସମାପନା ହେଲା

ଭୁବନେଶ୍ୱର, ୨୦ ଫେବୃଆରୀ ୨୦୨୫




ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସଂକଳ୍ପ ପଦଯାତ୍ରା ଚନ୍ଦନପୁର ଠାରୁ ଦିନ ୧୦ ଘଟିକା ସମୟରେ ଆରମ୍ଭ ହେଲା। ଏହି ପଦଯାତ୍ରାରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ସହ ପ୍ରଭାରୀ ରୋଜାଲୀନି ତିର୍କୀ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ୍‌, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନିପତି, ବିଧାୟକ ଅଶୋକ ଦାସ, ଦାଶରଥି ଗମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉଂଟା, ଆପାଲା ସ୍ୱାମୀ କାଡରେକା, ସାଗର ଦାସ, ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ, ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ସଂଜିବ ଗିରି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅଶିତ ପଟ୍ଟନାୟକ, ନଳିନୀ ମହାନ୍ତି, ଯାଜପୁର ଜିଲ୍ଲା ସଭାପତି ମନୋଜ ରାଉତ, ପୂବର୍ତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ୟାସିର ନୱାଜ, ଗୋପନ ମାର୍ଥା, ସୁଦିପ ସାମଲ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ପଦ୍ମାକର ଗୁରୁ, ଆଲୋକ ଦାସ, ଗୋପାଳଚନ୍ଦ୍ର ଖୁଂଟିଆ, ରାଜେଶ ମହାପାତ୍ର, ବିଷ୍ଣୁ ପ୍ରସାଦ ମିଶ୍ର, ସତ୍ୟବ୍ରତ ନାୟକ, ସନ୍ତୋଷ ନନ୍ଦ, ନଳିନ ପ୍ରଧାନ, ଗଣେଶ୍ୱର ଦାସ,ବିନୋଦ ପ୍ରଧାନ, ସ୍ମୃତିରଞ୍ଜନ ସ୍ୱାଇଁ, ଅଭିନାଶ ମିଶ୍ର, ଦାମୋଦର ପ୍ରଧାନ, ପର୍ଶୁରାମ ପ୍ରଧାନ, ଉମାପଦ ମିଶ୍ର, ରାମଚନ୍ଦ୍ର ସାହୁ, ପ୍ରତାପ ନାୟକ, ପୟା ଜେନା, ଗଙ୍ଗାଧର ପ୍ରଧାନ, ପ୍ରବିର ପ୍ରଧାନ, କେତନ ମିଶ୍ର, ଲଲାଟେନ୍ଦୁ ଦାସ, ଅମରେନ୍ଦ୍ର ପାଇକରାୟ, ସୁଦିପ ମହାପାତ୍ର, ଛବିନ୍ଦ୍ର ପଢ଼ିଆରୀ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନପତି, ପ୍ରାଚୀ ରାଉତରାୟ, ନିଶିକାନ୍ତ ମିଶ୍ର, ସଶ୍ମିତା ବେହେରା, ଜୟଶ୍ରୀ ପାତ୍ର, ସୋନାଲି ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଶ୍ରୀୟା ମହାନ୍ତି, ଯବାମଣି ଟୁଡ଼ୁ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ। ସଂକଳ୍ପ ପଦଯାତ୍ରା ଦିନ ୨.୩୦ ମିନିଟ୍ ସମୟରେ ଅଠରନଳା ପାଖରେ ପହଂଚିଲା। ସେଠାରେ ଥିବା ଶ୍ରୀ ହରି ଭିଲାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିବା ସହିତ ବିଶ୍ରାମ ନେଲେ। ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଦିନ ୪.୧୫ ମିନିଟ ସମୟରେ ଆରମ୍ଭ ହେଲା। ହଜାର ହଜାର ପୁରୀ ଜିଲ୍ଲାରେ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ନେତୃବୃନ୍ଦ ମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟା ୬.୧୫ ମନିଟ୍ ସମୟରେ ସଂକଳ୍ପ ପଦଯାତ୍ରା ଶ୍ରୀମନ୍ଦିର ସିଂହ ଦ୍ୱାର ପାଖରେ ପହଂଚିଲା। ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ, ସମସ୍ତ ବିଧାୟକ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ମହାପ୍ରଭୁଙ୍କୁ ଦର୍ଶନ କଲେ। ମହାପ୍ରଭୁଙ୍କ ଦର୍ଶନସାରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଲେ ଯେ, ଆସନ୍ତା ଦିନରେ ଏକ ରାଜନୈତିକ ମହାବିପ୍ଳବ ସୃଷ୍ଟି ହେବ। ହଜାର ହଜାର କଂଗ୍ରେସ କର୍ମୀ ଏ ବିପ୍ଳବରେ ଯୋଡ଼ି ହେବେ। ଓଡ଼ିଶା ଦିନେ କଂଗ୍ରେସ ଶାସନରେ ଥିଲା। ଖୁବ୍ ଅଳ୍ପ ଦିନ ମଧ୍ୟରେ କଂଗ୍ରେସ କ୍ଷମତା ଦଖଲ କରିବ। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ କେବଳ କଂଗ୍ରେସ ହିଁ ରକ୍ଷା କରିପାରିବ। ଓଡ଼ିଶାର କୃଷକ, ଯୁବକ, ମହିଳା, ଛାତ୍ର, ଶ୍ରମିକ ଏବଂ ଉଠା ଦୋକାନୀମାନଙ୍କ ସମସ୍ୟାକୁ ନିଶ୍ଚିତ ରୂପେ ଅଗ୍ରାଧିକାର ଦିଆଯାଇ କଂଗ୍ରେସ ଲଢ଼ିବ। ଏହି ସଂକଳ୍ପ ପଦଯାତ୍ରାରେ ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ଏହି ପଦଯାତ୍ରାର ସୁପରିଚାଳନା କରିଥିବା ସମସ୍ତ କଂଗ୍ରେସ ନେତୃବର୍ଗଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ପୁନଃର୍ବାର ସୁଜିତ ମହାପାତ୍ର ଏବଂ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ସାମିଲ ହେଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget