ଭୁବନେଶ୍ୱର, ୧୦ ଜୁନ ୨୦୨୫
ଆଜି ଓଜେଇ ଫଳ ବାହାରିଛି । ଆଉ ଦିନେ ଦୁଇଦିନ ପରେ ନିଟ୍ ଫଳ ମଧ୍ୟ ପ୍ରକାଶ ପାଇବ । ଇଂଜିନିୟରିଂ ଓ ମେଡିକାଲ୍ ନାମ ଲେଖା ପାଇଁ କାଉନସିଲିଂ ଓ ଚୟସ୍ ଲକିଙ୍ଗ୍ ଆରମ୍ଭ ହେବ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ପଛୁଆବର୍ଗ ପିଲାଙ୍କ ପାଇଁ ମେଡିକାଲ୍ ଓ ଇଂଜିନିୟରିଂରେ ସଂରକ୍ଷଣ କଥା ସରକାର ଘୋଷଣା କଲେନାହିଁ । ଆଜି ସରକାରର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିଜେ ମୁଖ୍ୟମନ୍ତ୍ରୀ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍ ଓ ଇଂଜିନିୟରିଂ ସଂରକ୍ଷଣ କଥା ସରକାର ବିଚାର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ଘୋଷଣା ନ ହେବା ଫଳରେ ଓବିସି ବର୍ଗର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ନାମଲେଖାରୁ ବଞ୍ôଚତ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସରକାର ତୁରନ୍ତ ମେଡିକାଲ୍ ଓ ଇଂଜିନିୟରିଂ ନାମଲେଖାରେ ଓବିିିସି ସଂରକ୍ଷଣ କଥା ନିର୍ଦ୍ଦେଶନାମା ଜରିଆରେ ପ୍ରକାଶ କରିବାକୁ ଓବିସି ଫୋରମ୍ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଦାବି କରିଛନ୍ତି । ପୁନଶ୍ଚ ଶ୍ରୀ ବେହେରା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ମେଡ଼ିକାଲ୍ ଓ ଇଂଜିନିୟରିଂରେ ତୁରନ୍ତ ଓବିସି ସଂରକ୍ଷଣ ଦେବାକୁ ଦାବି କରିଛନ୍ତି । ସରକାର ଗତ ବର୍ଷକ ଭିତରେ ଯେଉଁ ୨୮ ହଜାର ଚାକିରି ଦେଇଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି, ଯଦି ସେଥିରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ଦିଆଯାଇଥାଆନ୍ତା ତାହେଲେ ଏହି ବର୍ଗ ୭୫୬୦ଟି ପଦବୀ ପାଇପାରିଥାଆନ୍ତା । କିନ୍ତୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଓବିସି ବର୍ଗଙ୍କୁ ଦିଆଯାଉଥିବା ଯୋଗୁଁ ଏହି ବର୍ଗ ୩୧୫୦ଟି ପଦବୀରେ ନିଯୁକ୍ତି ସୁଯୋଗ ପାଇପାରିଛନ୍ତି । ଅର୍ଥାତ୍ ରାଜ୍ୟର ପଛୁଆବର୍ଗ ୪୪୧୦ ପଦବୀରେ ନିଯୁକ୍ତି ସୁଯୋଗ ହରେଇଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଆଗାମୀ ୨୦୨୫-୨୬ ବର୍ଷକ ଭିତରେ ୪୦ ହଜାର ସରକାରୀ ପଦବୀରୁ ନିଯୁକ୍ତି ଦିଆଯିବ । ଅର୍ଥାତ୍ ରାଜ୍ୟର ଓବିସି ବର୍ଗ ୨୭ ଭାଗ ସଂରକ୍ଷଣ ପାଇଥିଲେ୪୦ ହଜାର ପଦବୀରୁ ୧୦୮୦୦ ପଦବୀରେ ନିଯୁକ୍ତି ପାଇପାରିଥାନ୍ତେ । କିନ୍ତୁ ୧୧.୨୫% ସଂରକ୍ଷଣ ଯୋଗୁଁ ଏହି ୪୦ ହଜାର ପଦବୀରୁ ଓବିସି ବର୍ଗ ମାତ୍ର ୪୫୦୦ପଦବୀରେ ନିଯୁକ୍ତି ସୁଯୋଗ ପାଇବେ । ଅର୍ଥାତ୍ ରାଜ୍ୟର ପଛୁଆବର୍ଗ ଯୁବକ ଯୁବତୀମାନେ ୧୦୮୦୦ -୪୫୦୦= ୬୩୦୦ଟି ପଦବୀରେ ନିଯୁକ୍ତି ସୁଯୋଗ ହରେଇବାକୁ ଯାଉଛନ୍ତି । ତେଣୁ ରାଜ୍ୟର ପଛୁଆବର୍ଗଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ରାଜ୍ୟ ସରକାର ମେଡିକାଲ୍ ଓ ଇଂଜିନିୟରିଂ ନାମ ଲେଖାରେ ଓବିସି ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷରୁ ସଂରକ୍ଷଣ ଦେବା ସହିତ ତୁରନ୍ତ ଓବିସିମାନଙ୍କ ପାଇଁ ନାମଲେଖା ଓ ନିଯୁକ୍ତିରେ ୨୭ ଭାଗ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
Post a Comment