loading...

ୟୁକୋ ବ୍ୟାଙ୍କ ଭୁବନେଶ୍ୱର ପକ୍ଷରୁ ରିସୋର୍ସ,ଏମ୍‌ଏସ୍‌ଏମ୍‌ଇ ଓ କୃଷି ମହୋତ୍ସବ

ଭୁବନେଶ୍ୱର,  ଜୁନ ୨୦୨୫



ୟୁକୋ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ରିସୋର୍ସ, ଏମ୍‌ଏସ୍‌ଏମ୍‌ଇ ଓ କୃଷି ମହୋତ୍ସବ କଟକସ୍ଥିତ ହୋଟେଲ ପ୍ରମୋଦଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ, କୃଷି, ରିସୋର୍ସ ଗ୍ରାହକ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟାଙ୍କ ମିତ୍ରମାନେ ଯୋଗଦେଇଥିଲେ। ଏହି ଅବସରରେ ଗୈାତମ ପାତ୍ର, ମୁଖ୍ୟ ମହାପ୍ରବନ୍ଧକ, ବ୍ୟବସାୟ ବିକାଶ (ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା) ତଥା ସଂଯୋଜକ, ଏସ୍‌ଏଲ୍‌ବିସି, ଓଡିଶା, ଅଙ୍କିତ ରାଣା, ମହାପ୍ରବନ୍ଧକ, ଋଣ ଆଦାୟ ଏବଂ ଆଇନ୍‌, ୟୁକୋ ବ୍ୟାଙ୍କ ପ୍ରଧାନ କାର୍ଯ୍ୟାଳୟ, କୋଲକାତା , ପି.କେ ଗୁପ୍ତା, ଯୁଗ୍ମ ନିର୍ଦ୍ଦେଶକ ଏବଂ କାର୍ଯ୍ୟାଳୟ ମୁଖ୍ୟ, ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଭଗୱତ ସିଂ ଭାକୁନି, ଉପ ମହାପ୍ରବନ୍ଧକ ଏବଂ ଆଞ୍ଚଳିକ ମୁଖ୍ୟ , ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଭାକୁନି ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ। ସେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ପାତ୍ର ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ମହିଳା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କ ପାଇଁ ଏବଂ ଏସ୍‌ଏଚ୍‌ଜିଗୁଡିକୁ ଆର୍ଥିକ ସହାୟତା ପ୍ରଦାନରେ ୟୁକୋ ବ୍ୟାଙ୍କର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ରାଣା ୟୁକୋ ବ୍ୟାଙ୍କ ସହିତ ଦୀର୍ଘକାଳୀନ ସମ୍ପର୍କ ପାଇଁ ଗ୍ରାହକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ମଧ୍ୟ ଏମ୍‌ଏସ୍‌ଏମ୍‌ଇ, କୃଷି ଓ ଡିଜିଟାଲ ଉତ୍ପାଦ ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବାକୁ ଅଧିକ ଉନ୍ନତ କରିବାକୁ ବୁଝାଇ କହିଥିଲେ। ଶ୍ରୀ ଗୁପ୍ତା ଉତ୍କୃଷ୍ଟ ମାନର ଗ୍ରାହକ ସେବା କିପରି ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ସେ ସମ୍ପର୍କରେ ବିଶଦ ବର୍ଣ୍ଣନା କରିଥିଲେ। ସେ ବ୍ୟାଙ୍କ ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଓ ସୁବିଧା ଉପରେ ଆଲୋକପାତ କରିଥିଲେ। କିଛି ଗ୍ରାହକ ୟୁକୋ ବ୍ୟାଙ୍କ ସହିତ ନିଜ ନିଜର ବ୍ୟାଙ୍କିଙ୍ଗ୍ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଏସ୍‌ଏଚ୍‌ଜି, କୃଷି ଓ ଏମ୍‌ଏସ୍‌ଏମ୍‌ଇ ଗ୍ରାହକମାନଙ୍କୁ ଋଣ ୁମଜ୍ଞୁରୀପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସ୍‌ଏଚ୍‌ଜି ବ୍ୟାଙ୍କ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କର ନୂତନ ଉତ୍ପାଦ ଯେପରି, ୟୁକୋ ଫାର୍ମା ଗ୍ରୋଥ୍‌, ନାରୀ ସମ୍ମାନ ଏବଂ ଯୁବ ଶକ୍ତି ଆଦିର ବୈଶିଷ୍ଟ୍ୟଗୁଡିକ ଉପରେ ଆଲୋକପାତ କରାଯାଇଥିଲା। କୃଷି ବିଭାଗର ଉତ୍ପାଦଗୁଡିକ ଯଥା ୟୁକୋ ଅମ୍ରିତ ଧାରା, ଏଆଇଏଫ୍‌, ପିଏମ୍‌ଏଫ୍‌ଏମ୍‌ଇ ଏବଂ ଅନ୍ୟାନ୍ୟ କୃଷି ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଏଥି ସହିତ ୟୁକୋ ୟୁନିକ, ୟୁକୋ ରୟାଲ ଏବଂ ୟୁକୋ ପ୍ରିଭିଲେଜ ଜମା ଯୋଜନାର ବୈଷିଷ୍ଟ୍ୟତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମହିଳା ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଜମା ଯୋଜନାର ପିଙ୍କ ବାସ୍କେଟ୍ ଉତ୍ପାଦ ଯଥା ୟୁକୋ ଅପରାଜିତା, ୟୁକୋ ଜୟଲକ୍ଷ୍ମୀ ଏବଂ ୟୁକୋ ସଞ୍ଚୟିକାର ପ୍ରମୁଖ ବୈଷିଷ୍ଟ୍ୟଗୁଡିକୁ ଉପସ୍ଥିତ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget