ଭୁବନେଶ୍ୱର, ୦୯ ଜୁନ ୨୦୨୫
ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପୂର୍ବତନ ସଭାପତି ସ୍ୱର୍ଗତା ନନ୍ଦିନୀ ଶତପଥିଙ୍କ ୯୪ ତମ ଜୟନ୍ତୀ ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ଦାସ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ସହ ଭୁବନେଶ୍ୱରରେ ଥିବା ନନ୍ଦିନୀ ଶତପଥିଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶ୍ରୀଯୁକ୍ତ ଦାସ ନନ୍ଦିନୀ ଶତପଥିଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ କଂଗ୍ରେସ ଦଳ ବିଶେଷକରି ଓଡ଼ିଶା ପାଇଁ ନନ୍ଦିନୀ ଶତପଥି ବହୁ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି। ମୁଁ କେନ୍ଦ୍ର ମନ୍ତ୍ରୀ ଥିଲାବେଳେ ତାଙ୍କୁ ଅନେକଥର ସାକ୍ଷାତ କରି ବହୁ ପ୍ରସଙ୍ଗରେ ଆଲୋଚନା କରିଛି। ନନ୍ଦିନୀ ଶତପଥିଙ୍କୁ ଓଡ଼ିଶାରେ ବହ୍ନି କନ୍ୟା ବା ଲୌହମାନବୀ ଭାବରେ ଜାଣନ୍ତି। ଓଡ଼ିଶାକୁ ଆଜି ନନ୍ଦିନୀ ଶତପଥିଙ୍କ ଭଳି ନାରୀନେତ୍ରୀ ଆବଶ୍ୟକତା ରହିଛି ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ଜ୍ୟୋତିଷ ସାହୁ, ଉଷାରାଣୀ ବେହେରା, ଦୀପକ କୁମାର ସାହୁ, ମନୋରଞ୍ଜନ ରାଉତରାୟ, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ଖଗେଶ୍ୱର ମଲ୍ଲିକ, ସୁଭାଷ ପ୍ରଧାନ, ଏମଡି ସାହାଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ବିର୍ଷା ମୁଣ୍ଡାଙ୍କ ପୂଣ୍ୟ ତିଥିରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ବିଧାନସଭା ସମ୍ମୁଖରେ ଥିବା ଏବଂ ସାଲିଆ ସାହିରେ ଥିବା ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ମୁକ୍ତି ସଂଗ୍ରାମ, ବନ୍ଧୁଆ ମଜଦୁରୀ, ଆଦିବାସୀଙ୍କ ଜମି ହଡ଼ପ ଏବଂ ସୁଧଖୋର ଜମିଦାରଙ୍କ ବିରୋଧରେ ସେ ଜୀବନ ବ୍ୟାପୀ ଅବିରତ ସଂଗ୍ରାମ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭୂତି ମିଶ୍ର, ଉଦିତ ପ୍ରଧାନ, ସୁଭାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment