loading...

ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର ଠାରେ ଆନ୍ତର୍ଜାତିକ ଅଭିଲେଖ ଦିବସ ପାଳିତ

ଭୁବନେଶ୍ୱର,  ଜୁନ ୨୦୨୫



ପ୍ରତି ବର୍ଷ ପରି ଚଳିତ ବର୍ଷ ଜୁନ ୯ ତାରିଖରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆନ୍ତର୍ଜାତିକ ଅଭିଲେଖ ଦିବସ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଉତ୍ସବର ସେମିନାରରେ ଡ. ରାଜୀବ ଲୋଚନ ସାହୁ, ପ୍ରାକ୍ତନ ମୁଖ୍ୟ ଅଭିଲେଖପାଳ ତଥା ମହାପ୍ରବନ୍ଧକ, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିଲେଖାଗାର, ପୁଣେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଚଳିତ ଆନ୍ତର୍ଜାତିକ ଅଭିଲେଖ ଦିବସର ବିଷୟ ବସ୍ତୁ ଅଭିଲେଖାଗାର ଉପଲବ୍ଧ- ସମସ୍ତଙ୍କ ପାଇଁ ଅଭିଲେଖାଗାର ୰ଇକ୍ସମଷସଙ୍ଖରଗ୍ଦଇକ୍ସରଇମମରଗ୍ଦଗ୍ଦସଭକ୍ଷର-ଇକ୍ସମଷସଙ୍ଖରଗ୍ଦ ଲକ୍ଟକ୍ସ ଋଙ୍ଖରକ୍ସଚ୍ଚକ୍ଟଦ୍ଭର ଉପରେ ନିଜର ବକ୍ତବ୍ୟ ରଖିଥିଲେ । ବିଭାଗୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ, ଡ. ଶେଖ୍ ସୋଲେମାନ ଅଲ୍ଲୀ ପ୍ରାରମ୍ଭିକ ଭାଷଣରେ ପ୍ରତି ନାଗରିକଙ୍କୁ ଜଣେ ଜଣେ ଅଭିଲେଖବିତ୍ ହେବା ପାଇଁ ଆହ୍ୱାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ଅଭିଲେଖବିତ୍‌ଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀମତୀ ବନାନୀ ମହାପାତ୍ର । 

ମୁଖ୍ୟବକ୍ତା ଡ. ରାଜୀବ ଲୋଚନ ସାହୁ କହିଥିଲେ ଯେ ଆନ୍ତର୍ଜାତୀୟ ଅଭିଲେଖ ଦିବସ ପାଳନର ଉଦ୍ଦେଶ୍ୟ ଅଭିଲେଖର ସ୍ଥାୟୀ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟିକରିବା । ଓଡ଼ିଶାରେ ଅଭିଲେଖୀୟ ନୀତି କିମ୍ବା ସାର୍ବଜନୀନ ରେକର୍ଡ଼ ଅଧିନିୟମ ପ୍ରଣୟନ କରିବାର ଆବଶ୍ୟକତା ଉପରେ ସେ ଆଲୋକ ପାତ କରିଥିଲେ, ଯାହା ବିଧିବଦ୍ଧ ବ୍ୟବସ୍ଥା ଅନୁସାରେ ସାର୍ବଜନୀନ ରେକର୍ଡ଼କୁ ଓଡ଼ିଶା ରାଜ୍ୟ ଅଭିଲେଖାଗାରକୁ ହସ୍ତାନ୍ତର କରିବାରେ ସହାୟକ ହେବ । ଯେହେତୁ ସ୍ଥାୟୀ ସଂରକ୍ଷଣ ପାଇଁ ଯୋଗ୍ୟ ରେକର୍ଡ଼ଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଉଛି, ସେ ଏହି ବିଷୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ସରକାରୀ କାର୍ଯ୍ୟାଳୟରେ ସାମ୍ପ୍ରତିକ ରେକର୍ଡ଼ଗୁଡ଼ିକ ପରିଚାଳନା କରିବା ପାଇଁ ଏକ ଉତ୍ସର୍ଗୀକୃତ ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାୟୀ ରେକର୍ଡ଼ଗୁଡ଼ିକ ଚିହ୍ନଟ କରିବାରେ ସାହାଯ୍ୟ କରିବ ଯାହାଦ୍ୱାରା ସେଗୁଡ଼ିକ ଭବିଷ୍ୟତ ପିଢ଼ିପାଇଁ ସୁରକ୍ଷିତ ରହିବ । ସର୍ବସାଧାରଣଙ୍କୁ ଅଭିଲେଖର ପ୍ରାପ୍ତି କରାଇବା ତଥା ଅଭଲେଖୀୟ ଧରୋହର ବିଷୟରେ ପ୍ରଦର୍ଶନୀ ମାଧ୍ୟମରେ ଜନସାଧାରଣକୁ ଅବଗତ କରାଇବା ପାଇଁ ସେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକଙ୍କୁ ଅନୁରୋଧ କରିଥିଲେ । ସର୍ବସାଧାରଣ ତଥା ପାଠକ ମାନେ ରାଜ୍ୟ ଅଭିଲେଖାଗାରର ୱେବସାଇଟ୍ ରେ ଦିଆ ଯାଇଥିବା ଅଭିଲେଖୀୟ ତଥ୍ୟ ତଥା ସୂଚନା ଗୁଡ଼ିକ ପ୍ରତି ସେ ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଏହି ଅଭିଲେଖ ଗୁଡ଼ିକ ଆମର ଜାତୀୟ ଗୌରବ ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ । 

ବିଭାଗୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଡିଜିଟାଲ ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତା, ଜନସାଧାରଣଙ୍କ ସହିତ ସହଯୋଗ ଓ ସଚେତନାତା ବୃଦ୍ଧିକରି କିପରି ଆମ ଅଭିଲେଖ ଗୁଡ଼ିକୁ ଉତ୍ତରାଧିକାରୀଙ୍କ ନିମନ୍ତେ ସଂରକ୍ଷିତ କରି ହେବ ସେ ବିଷୟରେ କହିଥିଲେ । ପରିଶେଷରେ ଶ୍ରୋତାମାନେ ବିଷୟ ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନ ମୁଖ୍ୟ ବକ୍ତାଙ୍କୁ ପଚାରି ତାହାର ସନ୍ତୋଷ ଜନକ ଉତ୍ତର ପାଇଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget