ଭୁବନେଶ୍ୱର, ୦୮ ଜୁନ ୨୦୨୫
ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ଅନୁଷ୍ଠାନ। ଏହି ଅନୁଷ୍ଠାନର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ନିର୍ବାଚନ ଆୟୋଗର କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ। ରାଜ୍ୟ ଏବଂ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ସହିତ ଜନସାଧାରଣଙ୍କ ଜନମତକୁ ସମ୍ମାନ ଜଣାଇବା ନିର୍ବାଚନ ଆୟୋଗର ପ୍ରଥମ ଓ ଶେଷ କର୍ତ୍ତବ୍ୟ। ନିର୍ବାଚନ ଆୟୋଗକୁ ସରକାରୀ ଅକ୍ତିଆରରୁ ମୁକ୍ତ କରିବାପାଇଁ ନିର୍ବାଚନ ଆୟୋଗକୁ ଏକ ବହୁ ସଦସ୍ୟଭୁକ୍ତ ଅନୁଷ୍ଠାନ କରିବା ସହିତ ସାମ୍ବିଧାନିକ ଅଧିକାର ମଧ୍ୟ ପ୍ରଦାନ କରାଗଲା। କିନ୍ତୁ ନିର୍ବାଚନ ଆୟୋଗ ନିଜକୁ ମୁକ୍ତ ଓ ସାମ୍ବିଧାନିକ ଦାୟିତ୍ୱକୁ ନିଷ୍ଠାର ସହ ମୁକ୍ତ ଓ ଅବାଧ ନିର୍ବାଚନ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କର ହାତବାରିସି ହୋଇ ଭାରତୀୟ ଜନତାପାର୍ଟିକୁ କିଭଳି ଭାବରେ ସାଧାରଣ ନିର୍ବାଚନ ଓ ରାଜ୍ୟ ନିର୍ବାଚନରେ ଅଧିକ ସଂଖ୍ୟକ ଆସନ ମିଳିବ ସେଥିପାଇଁ ସମସ୍ତ ବେନିୟମ କାମକୁ ନିର୍ବାଚନ ଆୟୋଗ କରୁଛି ବୋଲି ବିରୋଧି ଦଳର ନେତା ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ଯେଉଁ ଗମ୍ଭୀର ପ୍ରଶ୍ନ ସବୁ ଉତ୍ଥାପନ କରିଛନ୍ତି ତାହାକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପୁଙ୍ଖାନୁପୁଙ୍ଖ ଓ ତଥ୍ୟ ସହ ସାମ୍ବାଦିକ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ତାହା କିଭଳି ଭାବରେ ଆମ ଗଣତନ୍ତ୍ର ଓ ଆମ ଜନମତକୁ ହଡ଼ପ କରାଯାଉଛି ତାହାର ବିସ୍ତୃତ ବିବରଣୀ ଦେଇଛନ୍ତି। ପ୍ରଥମ କୌଶଳଟି ହେଉଛି ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ନିଯୁକ୍ତି କରୁଥିବା ପ୍ୟାନେଲକୁ ଅକ୍ତିଆର/ହରଣଚାଲ କରିନିଆଗଲା। ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ନିଯୁକ୍ତି କରୁଥିବା ପାନେଲରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରହିବାର ନିୟମ ଥିଲେ ମଧ୍ୟ ତାହାକୁ ପ୍ରଥମେ ମୋଦି ସରକାର ଗ୍ରହଣ କଲେ ନାହିଁ। ସେହି ସ୍ଥାନରେ ତାଙ୍କ ସରକାର ଦ୍ୱିତୀୟ ମୁଖ୍ୟ କ୍ୟାବିନେଟ ମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ସଦସ୍ୟ ଆକାରରେ ନେଲେ। ଫଳସ୍ୱରୂପ ପ୍ୟାନେଲରେ ମାତ୍ର ତିନିଜଣ ସଦସ୍ୟ ରହିଲେ ଯଥା ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାରଙ୍କର ଅନ୍ୟ ଏକ ବରିଷ୍ଠ ମନ୍ତ୍ରୀ ଓ ବିରୋଧି ଦଳର ନେତା। ତେଣୁ ଯେଉଁମାନେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ କଥାରେ ପରିଚାଳିତ ହେବେ ଏବଂ ବିଜେପି ଦଳକୁ ସମସ୍ତ ସହଯୋଗ କରିପାରିବେ ସେହି ବ୍ୟକ୍ତିମାନଙ୍କୁ ନିର୍ବାଚନ ଆୟୋଗରେ ସଦସ୍ୟରୂପେ ଗ୍ରହଣ କରାଯାଉଛି। କାରଣ ସରକାରଙ୍କ ପାଖରେ ଦୁଇଟି ଥିଲା ବେଳେ ବିରୋଧିଙ୍କ ପାଖରେ ମାତ୍ର ଗୋଟିଏ ଭୋଟ। ତେଣୁ ୨/୧ ନିଷ୍ପତ୍ତିରେ ଏହା ସବୁବେଳେ ସରକାରଙ୍କ ସପକ୍ଷରେ ଯାଉଛି। ଫଳସ୍ୱରୂପ ନିର୍ବାଚନ ଆୟୋଗର ସଦସ୍ୟମାନେ ବିଜେପି ଦଳର ପ୍ରତିନିଧିଭଳି କାମ କରୁଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କୌଣସି ପରିସ୍ଥିତିରେ ଏହି ସଦସ୍ୟମାନଙ୍କ ପାଖରୁ ଆଶା କରାଯାଇପାରିବ ନାହିଁ। ଦ୍ୱିତୀୟ କୌଶଳ ନକଲି ଭୋଟରଙ୍କୁ ଭୋଟର ଲିଷ୍ଟରେ ସାମିଲ କରିବା। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ମହାରାଷ୍ଟ୍ରରେ ଭୋଟରଙ୍କ ସଂଖା ୮ କୋଟି ୯୮ ଲକ୍ଷ ଥିଲା। ୫ ବର୍ଷପରେ ଅର୍ଥାତ ୨୦୨୪ ମେ ମାସରେ ଲୋକସଭା ନିର୍ବାଚନ ବେଳକୁ ମହାରାଷ୍ଟ୍ରର ଭୋଟର ସଂଖ୍ୟା ୯ କୋଟି ୨୯ଲକ୍ଷକୁ ପହଞ୍ôଚଲା। ୫ ବର୍ଷରେ ୩୧ଲକ୍ଷ ନୂଆ ଭୋଟର ଯୋଡ଼ିହେଲେ। କିନ୍ତୁ ୨୦୨୪ ନଭେମ୍ବର ମାସ ମହାରାଷ୍ଟ୍ରର ରାଜ୍ୟ ନିର୍ବାଚନ ବେଳକୁ ରାଜ୍ୟର ଭୋଟରଙ୍କ ସଂଖ୍ୟ ଅପ୍ରଶ୍ୟାତିତ ଭାବେ ବୃଦ୍ଧିପାଇ ୯ କୋଟି ୭୦ଲକ୍ଷକୁ ବୃଦ୍ଧି ପାଇଲା। ଅର୍ଥାତ ମାତ୍ର ୬ ମାସରେ ୪୧ ଲକ୍ଷ ଅଧିକ ନୂଆ ନକଲି ଭୋଟରଙ୍କୁ ଭୋଟର ଲିଷ୍ଟରେ ଯୋଡ଼ି ଦିଆଗଲା। ଯଦି ୫ ବର୍ଷରେ ମାତ୍ର ନୂଆ ଭୋଟର ୩୧ଲକ୍ଷ ହେଉଛନ୍ତି, ୬ ମାସପରେ ଏହା କିପରି ୪୧ଲକ୍ଷକୁ ବୃଦ୍ଧିପାଇଲା? ଏହାର ଉତ୍ତର ନିର୍ବାଚନ ଆୟୋଗ ଦେଉନାହାଁନ୍ତି। କାରଣ ନିର୍ବାଚନ ହଡ଼ପ କରିବାପାଇଁ ନିର୍ବାଚନ ଅଧିକାରୀମାନେ ମୋଦି ଏବଂ ଶାହାଙ୍କ ଇସରାରେ କାମ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାରଙ୍କର ତଥ୍ୟ ଅନୁସାରେ ୨୦୨୪ ମସିହା ନଭେମ୍ବର ମାସ ସୁଦ୍ଧା ମହାରାଷ୍ଟ୍ରରେ ସମୁଦାୟ ୯ କୋଟି ୫୪ଲକ୍ଷ ପ୍ରାପ୍ତ ବୟସ୍କ ଲୋକ ଥିଲେ। କିନ୍ତୁ ଭୋଟରଙ୍କ ସଂଖ୍ୟା ରାଜ୍ୟର ଇୟଙ୍କକ୍ଷଗ୍ଧ ଜନସଂଖ୍ୟା ଠାରୁ ୧୬ଲକ୍ଷ ଅଧିକ କିିପରି ହେଲା। ତୃତୀୟ ନିର୍ବାଚନୀ ହଡ଼ପ କୌଶଳ ହେଲା ଭୋଟ ହାରକୁ ମିଛରେ ବୃଦ୍ଧିକରି ଦର୍ଶାଇବା। ମହାରାଷ୍ଟ୍ରରେ ବିଗତ ତିନୋଟି ବିଧାନସଭା ନିର୍ବାଚନରେ ମତଦାନ ହାରର ଯେଉଁ ଫଳାଫଳ ନିର୍ବାଚନ ଆୟୋଗଦ୍ୱାରା ପ୍ରକାଶ ପାଇଥିଲା ତାହା ୨୦୨୪ ନିର୍ବାଚନର ମତଦାନ ହାରକୁ ଦେଖିଲେ ଏଥିରେ ନିର୍ବାଚନ ହଡ଼ପ କୌଶଳକୁ ବୁଝି ହୋଇପଡ଼ିବ। ନିର୍ବାଚନ ସମୟରେ ମତଦାତାମାନେ ନିଜ ନିଜ ବୁଥରେ ଧାଡ଼ିହୋଇ ଛିଡ଼ା ହୋଇ ମତଦାନ କରି ଘରକୁ ଫେରିଯାଆନ୍ତି। କିନ୍ତୁ ଯେଉଁ ମତଦାତା ମାନେ ମତଦାନର ସମୟ ସରିବା ପରେ ବୁଥ କେନ୍ଦ୍ର ଭିତରେ ଅଛନ୍ତି ସେମାନେ ଭୋଟ ଦେଇପାରିବାର ନିୟମ ଅଛି। ୨୦୦୯ ରୁ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଚୂଡ଼ାନ୍ତ ଭୋଟ ହାରର ଫଳାଫଳ ପାଖାପାଖି .୫୦ ରୁ ୧.୦୮ ପର୍ଯ୍ୟନ୍ତ ବ୍ୟବଧାନ ରହୁଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଭୋଟ ଫଳାଫଳ ହାର ବ୍ୟବଧାନ ୭.୮୩ ପ୍ରତିଶତ ଚୂଡ଼ାନ୍ତ ମତଦାନର ବୃଦ୍ଧି ଘଟିଲା। ଏତେବଡ଼ ଚୂଡ଼ାନ୍ତ ମତଦାନର ପରିବର୍ତ୍ତନ କଦାପି ସମ୍ଭବନୁହେଁ। କାରଣ ଯଦି ଗୋଟିଏ ବୁଥରେ ଏତେବଡ଼ ବଡ଼ ସଂଖ୍ୟକ ଭୋଟର ରହିଯାଇଛନ୍ତି ତାହାହେଲେ ସେମାନଙ୍କୁ ଅନ୍ୟୂନ ୧୦ ଘଂଟା ସମୟ ଦରକାର ଭୋଟ ଦେବାପାଇଁ। ଆମ ଭୋଟ ମତଦାନ କ’ଣ ରାତିସାରା ଚାଲିଥିଲାକି? ଏହାର କୌଣସି ଭିଡିଓ ରେକଡିଂ ଅଛିକି? ନିର୍ଦ୍ଦିଷ୍ଟ ଲକ୍ଷ ଭିତ୍ତିକ ନକଲି ମତଦାନ କରାଇବା। ମହାରାଷ୍ଟ୍ରରେ ପ୍ରାୟ ୧ଲକ୍ଷ ବୁଥ ଅଛି। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନର ବୁଥ ଅନୁଯାୟି ବିଜେପି ଓ କଂଗ୍ରେସର ଭୋଟ ଫଳାଫଳକୁ ଦେଖିଲେ ୧୨ ହଜାର ବୁଥରେ ବିଜେପି ବହୁତ କମଜୋର ଥିଲା। କିନ୍ତୁ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେହି ୧୨ ହଜାର ବୁଥରେ ପାଖାପାଖି ୮୫ ଟି ନିର୍ବାଚନ ମଣ୍ଡଳୀରେ ବିଜେପି ସପକ୍ଷରେ ଅଧିକ ଭୋଟ କରିବାପାଇଁ ଯାଇ ନକଲି ଭୋଟରମାନଙ୍କୁ ସେହି ସବୁ ବୁଥମାନଙ୍କରେ ବହୁପରିମାଣରେ ଯୋଡ଼ି ଦିଆଯାଉଛି। ଯାହା ଫଳରେ ୨୦୨୪ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନରେ ଏନଡିଏ ଏହି ୮୫ଟି ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଧିକ ଆସନ ଜିତିପାରିଛି। ଫଳସ୍ୱରୂପ ବିଜେପିକୁ ୧୩୪ ଆସନ ମିଳିଲା। କିନ୍ତୁ କିନ୍ତୁ ରାଜ୍ୟରେ ବାକି ୮୮ ହଜାର ବୁଥରେ ଏଭଳି ନକଲି ଭୋଟର ଯୋଡାଯାଇ ନାହିଁ। ଉଦାହରଣ ସ୍ୱରୂପ କାମଠୀ ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯେଉଁଠି ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଏକଲକ୍ଷ ୩୬ ହଜାର ଭୋଟ ମିଳିଥିଲା ଏବଂ ବିଜେପିକୁ ୧ଲକ୍ଷ ୧୯ ହଜାର ଭୋଟ ମିଳିଥିଲା। କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ୧ଲକ୍ଷ ୩୪ ହଜାର ଭୋଟ ପାଇଲାବେଳେ ୧ଲକ୍ଷ ୭୫ ହଜାର ଭୋଟ ପାଇଲା ଅର୍ଥାତ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟ ବ୍ୟବଧାନ ମଧ୍ୟରେ ୫୬ ହଜାର ଅଧିକ ଭୋଟ ପାଇଲା ଏହା କେବଳ ୩୫ ହଜାର ନୂଆ ମତଦାତାଙ୍କୁ ସେହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସମୟରେ ଯୋଡ଼ି ଦିଆଗଲା। ପଞ୍ଚମ କୌଶଳଟି ସମସ୍ତ ଚଞ୍ଚକତାକୁ ଲୁଚାଇଦେଲା। ୨୦୨୪ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନରେ ବିରୋଧି ଦଳ ଯେତେସବୁ ଅଭିଯୋଗ ନିର୍ବାଚନ ଆୟୋଗ ସମ୍ମୁଖରେ ରଖିଛନ୍ତି ତାହାର କୌଣସି ଉତ୍ତର ମିଳୁନାହିଁ। ଏପରିକି ୨୦୨୪ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନର ଭୋଟର ତାଲିକା (ଫଟୋ ସହ) ପ୍ରଦାନ କରିବାପାଇଁ ନିର୍ବାଚନ ଆୟୋଗ ସମ୍ମୁଖରେ ଦାବି କରାଯାଇଥିଲା। କିନ୍ତୁ ଆୟୋଗ ଏହାକୁ ଖାରଜ କରିଦେଲେ। ଖାଲି ସେତିକି ନୁହେଁ ମହାରାଷ୍ଟ୍ର ହାଇକୋର୍ଟ ୨୦୨୪ ରାଜ୍ୟ ନିର୍ବାଚନ ପ୍ରସଙ୍ଗରେ ହେଉଥିବା ମାମଲାରେ ନିର୍ବାଚନ ଆୟୋଗଙ୍କ ଗୋଟେ ନିର୍ଦ୍ଦିଷ୍ଟ ପୁଲିଂ ବୁଥର ଭିଡିଓ ଗ୍ରାଫି ଓ ସିସିଟିଭି ଫୁଟେଜ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ନିର୍ବାଚନ ଆୟୋଗଙ୍କ ମତାମତ ନେଇ ଧାରା-୯୩, ଉପଧାରା-୨,ଏ ୧୯୬୧ କଣ୍ଠକ୍ଟ ଅଫ ଇଲେକ୍ସନ ରୁଲର ସଂଶୋଧନ କରି ସିସିଟିଭି ଫୁଟେଜ ଏବଂ ଇଲୋଟ୍ରୋନିକ ରେକର୍ଡ ପ୍ରଦାନକୁ ନିଷିଦ୍ଧ କଲେ। ତେଣୁ ଏହି ଆଇନର ସଂଶୋଧନ ଏବଂ ସମୟକୁ ଦେଖିଲେ ସବୁକିଛି ସ୍ପଷ୍ଟ ହୋଇଯାଉଛି। ନିର୍ବାଚନ ପୂର୍ବରୁ ଇଲେକସନ କମିଶନକୁ ସାଥିରେ ନେଇ ବିଜେପି ନିର୍ବାଚନକୁ ଜିତିବାପାଇଁ ଯେଉଁ ମ୍ୟାଚ ଫିକ୍ସିଂ କରିଥିଲା ତାହାର ଫଳାଫଳ ସେଥିପାଇଁ ତାଙ୍କ ସପକ୍ଷରେ ଗଲା। ଓଡ଼ିଶାରେ ମଧ୍ୟ ୨୦୨୪ ରାଜ୍ୟ ନିର୍ବାଚନ ଓ ଲୋକସଭା ନିର୍ବାଚନରେ ବହୁ ବୁଥରେ ଏହିଭଳି କାରାନାମା କରାଯାଇଛି। ଯାହାଦ୍ୱରାକି ଜନମତକୁ କାରସାଦି କରି ନିଜ ଦଳ ସପକ୍ଷରେ ନିଆଯାଇଛି। ତଳସରା ଠାରୁ ଆରମ୍ଭ କରି ଫୁଲବାଣୀ ବିଧାନସଭା କ୍ଷେତ୍ରରେ ବିଭିନ୍ନ ବୁଥର ମତଦାନ ହୋଇଥିବା ସଂଖ୍ୟାଠାରୁ ଅଧିକ ଭୋଟ ଗଣତି ହୋଇଥିବା ମଧ୍ୟ ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଫର୍ମ ୧୭-ସି ଅଭିଯୋଗ କରିଥିବା ରାଜନୈତିକ ଦଳମାନଙ୍କୁ ପ୍ରଦାନ କରୁନାହାନ୍ତି। ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା ମୋଦି ଶାହାଙ୍କ ଶାସନ କାଳରେ ଭାରତ ବର୍ଷର ଗଣତନ୍ତ୍ରକୁ ଦୁର୍ବଳ କରିଦେବା ସହିତ ସମସ୍ତ ସାମ୍ବିଧାନିକ ଓ ସ୍ୱାଧୀନ ଅନୁଷ୍ଠାନ ମାନଙ୍କୁ କରାୟତ କରିନେଇଛନ୍ତି। ନିର୍ବାଚନ ଆୟୋଗକୁ ହାତବାରିସକରି ନିର୍ବାଚନର ଫଳାଫଳକୁ ହଡ଼ପ କରାଯାଉଛି। ଏହାଦ୍ୱାରା ଗଣତନ୍ତ୍ର ଦୁର୍ବଳ ହେବାସହିତ ଜନମତକୁ ବେଖାତିର କରାଯାଉଛି। ଆସନ୍ତା ନିର୍ବାଚନରେ ଇଭିଏମ ପରିବର୍ତ୍ତେ ବାଲେଟରେ ଭୋଟ କରିବାପାଇଁ ସେ ଦାବି କରିଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଗଣତନ୍ତ୍ର ଓ ଆମ ସମ୍ବିଧାନକୁ ବଞ୍ଚାଇବାକୁ ହେଲେ ସ୍ୱଛ ଓ ନିରପେକ୍ଷ ନିର୍ବାଚନ ଆୟୋଗ ହେବା ଉଚିତ। କିନ୍ତୁ ଏବେ ଯାହା ଦେଖାଯାଉଛି ନିର୍ବାଚନ ଆୟୋଗ ମୋଦି ଶାହାଙ୍କ ଯୋଡ଼ିରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଯେଉଁ ଅଧିକାରୀଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା ସେ ପରବର୍ତ୍ତୀ ପର୍ଯ୍ୟାୟରେ ପୁରସ୍କୃତ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ସଚିବରୂପେ କାର୍ଯ୍ୟ କରୁଥିଲେ ଏବଂ ପୁର୍ନବାର ତାଙ୍କୁ ଅଧିକ ପୁରସ୍କୃତ କରାଯାଉ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାରେ ସୁଯୋଗ ଦିଆଗଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରଜନୀ ମହାନ୍ତି, ସୁଦର୍ଶନ ଦାସ, ଶ୍ରୀମତୀ ଜୟଶ୍ରୀ ପାତ୍ର ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।
Post a Comment