ନୁଆଦିଲ୍ଲୀ : ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧୁ କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ 52 କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା 42 କୋଟି ଟଙ୍କା । 2019 ଏପ୍ରିଲରେ ଏହା ମାତ୍ର 17 କୋଟି ଟଙ୍କା ଥିଲା ।
ଲକଡାଉନ କାଳରେ ସାରାଦେଶରେ କରୋନା ସମସ୍ୟାର ମୁକାବିଲା ପାଇଁ ଗୁରୁତ୍ବର ଆହ୍ବାନ ରହିଛି । ଏହି ସମୟରେ ଲୋକଙ୍କ ମଧ୍ୟରେ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିଛି । ସେହି ଆବଶ୍ୟକତା ପୂରଣ କରିବା ପାଇଁ ଜନୌଷଧୁ କେନ୍ଦ୍ରଗୁଡିକ ପକ୍ଷରୁ ସତପରୋନାସ୍ତି ଚେଷ୍ଟା କରାଯାଉଛି । ଏହି ସମୟରେ କେବଳ ଏପ୍ରିଲ ମାସରେ ଏସବୁ କେନ୍ଦ୍ର ହାରା 52 କୋଟି ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ବିକ୍ରି କରାଯାଇଛି ଯାହା ଏକ ରେକର୍ଡ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏସବୁ କେନ୍ଦ୍ରରୁ ଲୋକଙ୍କୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ଖୋଲାବଜାରରେ ଉପଲବ୍ଧ ଔଷଧ ତୁଳନାରେ ଜନୌଷଧୁ ଔଷଧପତ୍ରର ମୂଲ୍ୟ ହାରାହାରି 50 ରୁ ୨୦ ଶତାଂଶ କମ୍ । ଏହା ଫଳରେ ଗୋଟିଏ ମାସରେ ଦେଶର ସାଧାରଣ ଔଷଧ କ୍ରେତା ପ୍ରାୟ 30୦ କୋଟି ଟଙ୍କା ବଂଚାଇ ପାରିଛନ୍ତି ।
କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଓ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସଫଳତା ପାଇଁ ଜନୌଷଧୁ ଷ୍ଟୋର ପରିଚାଳକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିରଚ୍ଛିନ୍ନଭାବେ ଲୋକଙ୍କୁ ସେବା ଯୋଗାଇଥିବାରୁ ଦୁଇ ମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । । କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତ ସରକାର ଜନୌଷଧୁ କାର୍ଯ୍ୟକ୍ରମ ପ୍ରତି ବିଭିନ୍ନ ଅଭିନବ ବ୍ୟବସ୍ଥାରେ ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ମାନ ଆଣିବାକୁ ଉଦ୍ୟମରତ । ଜନୌଷଧ ଯୋଜନାରେ ୨୦୦ ପ୍ରକାରର ଜେନେରିକ ଔଷଧ ଓ ଡାକ୍ତରୀ । ସାମଗ୍ରୀ ଦେଶର ପ୍ରତ୍ୟେକ ନାଗରିଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ । ବ୍ୟୁରୋ ଅଫ୍ ଫାର୍ମ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଚିନ କୁମାର ସିଂହ କହିଛନ୍ତି । ବିପିପିଆଇ ପକ୍ଷରୁ ସୁବିଧା ନିମନ୍ତେ ଜନୌଷଧି ସୁଗମ ଆପ୍ ବିକଶିତ କରାଯାଇଛି ।
ଏହା ମାଧ୍ୟମରେ ଲୋକେ ନିକଟବର୍ତ୍ତୀ ଜନୌଷଧୁ କେନ୍ଦ୍ର ସୁବିଧାରେ ଠାବ କରିପାରିବ । ଏହାଛଡା ଏସବୁ କେନ୍ଦ୍ରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଔଷଧପତ୍ର ଏବଂ ଡାକ୍ତରୀ ସାମଗ୍ରୀର ତଥା ସେସବୁର ମୂଲ୍ୟ ଜାଣିପାରିବେ । 32,50୦ରୁ ଅଧୁକ ଲୋକ ଏବେ ଏହି ଆପ ବ୍ୟବହାର କରୁଛନ୍ତି । ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଜନୌଷଧି କେନ୍ଦ୍ରର ଅବସ୍ଥିତି ଓ ଅନ୍ୟାନ୍ୟ ସୁବିଧା ବିଷୟରେ ତଥ୍ୟ ଏହି ଆପରେ ଯୋଗାଇ ଦିଆଯାଉଛି । ଦେଶର 726 ଜିଲ୍ଲାରେ ଏବେ 630୦ରୁ ଅଧୁକ ଜନୌଷଧୁ କେନ୍ଦ୍ର କାର୍ଯ୍ୟ କରୁଛି । ଲକଡାଉନ କାଳରେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ କରିବା ପାଇଁ ଏହି କେନ୍ଦ୍ର ସମୃହ ସୋସିଆଲ ମିଡିଆରେ ସୂଚନାତ୍ମକ ତଥ୍ୟମାନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ।
Post a Comment