ଭୁବନେଶ୍ୱର ; ରାଜ୍ୟର ଗ୍ରାମୀଣ ଅର୍ଥନୀତି ତଥା ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ଦିଗରେ ଧାନ ଉତ୍ପାଦନ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ରାଜ୍ୟରେ ଗତ ଖରିଫ ବିପଣନ ଋତୁରେ ୨୦୧୯-୨୦ରେ ରେକର୍ଡ ୭୦ ଲକ୍ଷ ୫୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ସେହିପରି ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ଚାଷୀମାନଙ୍କୁ ଧାନ କ୍ରୟ ବାବଦକୁ ମୋଟ ୧୨ ହଜାର ୮୦୮ କୋଟି ଟଙ୍କା ପ୍ରଦାନ କରାଯାଇ ଚାଷୀମାନଙ୍କର କ୍ରୟଶକ୍ତିକୁ ବୃଦ୍ଧି କରାଯାଇଛି । ସାରା ରାଜ୍ୟରେ ଅଭୂତପୂର୍ବ କୋଭିଡ୍ – ୧୯ ସ୍ଥିତିରେ ଓଡ଼ିଶାର କୃଷକମାନେ ଅକ୍ଲାନ୍ତ ପରିଶ୍ରମ କରି ଖରିଫ ଧାନ ଚାଷ କରି ଲୋକମାନଙ୍କର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଥିବାବେଳେ ଅଧୁକରୁ ଅଧୁକ ଚାଷୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିବେ ସେଥୁ ନିମନ୍ତେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ ସଂପନ୍ନ କରିବା ପାଇଁ ଜିଲ୍ଲାପାଳ ଏବଂ ବିଭାଗୀୟ କ୍ଷେତ୍ର ଅଧୁକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
ଉତ୍ସର୍ଗୀକୃତ ମନୋଭାବ ଏବଂ ସଂକଳ୍ପ ନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧୁକାରୀମାନେ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ବାନ ଦେଇଥିଲେ । । ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲାପାଳମାନଙ୍କ ସହିତ ଖରିଫ ଧାନସଂଗ୍ରହ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ଅବସରରେ କହିଥିଲେ ଯେ | ଧାନ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ବର୍ତ୍ତମାନ ଏକ ବଳକା ରାଜ୍ୟ ଭାବରେ ପରିଗଣିତ ହେବା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ନିମନ୍ତେ ଆବଶ୍ୟକୀୟ ଚାଉଳ ଯୋଗାଇବା ସହିତ ନିଅଣ୍ଟିଆ ରାଜ୍ୟ ନିମନ୍ତେ କେନ୍ଦ୍ରର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ପ୍ରଚୁର ପରିମାଣର ଚାଉଳ ଯୋଗାଇପାରୁଛି । କୋଭିତ୍ – ୧୯ ସ୍ଥିତିରେ ଅଧୁକାରୀ ଓ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ । ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ୧୪.୯୭ ଲକ୍ଷ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି ।
ଧାନସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ ଏବଂ ନିର୍ଭୁଲ କରିବା ଦିଗରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରବର୍ତ୍ତିତ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପି-ପାସ୍ ଓ ଚାଷୀଙ୍କୁ ଆଗୁଆ ଟୋକନ ପ୍ରଦାନ ଭଳି ଟେକ୍ନୋଲୋଜିର ବ୍ୟବହାର ପ୍ରତି ଚାଷୀମାନଙ୍କର ଆଗ୍ରହ ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ଏଣୁ ସହିତ ଚାଷୀ ନାମ ପଂଜୀକରଣ, ରେସନ୍ କାର୍ଡ ଆବେଦନ ଓ ସଂଶୋଧନ, ପିଡ଼ିଏସ୍ ରିଟେଲ୍ ଲାଇସେନ୍ସ ଦେୟ ପ୍ରଦାନ ଆଦି ପ୍ରମୁଖ ୪ଟି ଅନ୍ଲାଇନ୍ ସେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିକଟଅତୀତରେ ଲୋକର୍ପିତ କରିବା ଦ୍ଵାରା । । ଜନସାଧାରଣ ଅଧୂକ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ । ରାଜ୍ୟର ଚାଷୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଊଦ୍ଧ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାବେଳେ ଅଧୁକରୁ ଅଧୁକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରି ସେମାନଙ୍କୁ ସର୍ବନିମ୍ନ । ସହାୟକ ମୂଲ୍ୟ ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ କହିଥିଲେ ।
ଏଣୁ ସହିତ ଧାନସଂଗ୍ରହ କେନ୍ଦ୍ରରୁ ମିଲରମାନଙ୍କ ଦ୍ଵାରା ସେହିଦିନ ଧାନ ଉଠାଣ ଏବଂ ଧାନ କିଣିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରାପ୍ୟ ପ୍ରଦାନ ଉପରେ ଶ୍ରୀ ସ୍ୱାଇଁ ଗୁରୁତ୍ବାରୋପ କରିଥିଲେ । ଧାନସଂଗ୍ରହ । କାର୍ଯ୍ୟରେ କୌଣସି ଖୁଲାପ ଦୃଷ୍ଟିକୁ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ନଭେମ୍ବର ପହିଲାଠାରୁ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ଏଠୁ ନିମନ୍ତେ ସମସ୍ତ । ପୂର୍ବପ୍ରସ୍ତୁତି ସାରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ ଜିଲ୍ଲାରେ ଶୀଘ୍ର ଧାନ ଅମଳ ହେଉଛି ସେଠାରେ ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଡେରିରେ ଖରିଫ୍ ଧାନ ଅମଳ ଜିଲ୍ଲାରେ ନଭେମ୍ବର ୧୬ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଧାନ ଅମଳର ପ୍ରକୃତ ସ୍ଥିତାବସ୍ଥାକୁ ଅନୁଧ୍ୟାନ କରି । ସଂପୃକ୍ତ ଜିଲ୍ଲାର ଜିଲ୍ଲା ଧାନ ସଂଗ୍ରହ କମିଟି ଧାନ ସଂଗ୍ରହର ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବେ ।
ଧାନସଂଗ୍ରହ ନିମନ୍ତେ ଚାଷୀ ତାଲିକା ଚୂଡ଼ାନ୍ତ କରିବା ନିମନ୍ତେ ସମସ୍ତ ନୂତନ କିମ୍ବା ପରିବର୍ତ୍ତନ କରିଥିବା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ, ଅଣଭୁଲେଖ ଜମି ଏବଂ ଜଳସେଚିତ ଜମି ଆଦିର ତଥ୍ୟ ସଂପର୍କରେ ନିର୍ଭୁଲ ଭାବରେ ଯାଞ୍ଚ କାର୍ଯ୍ୟ ସଂପନ୍ନ କରିବା ପାଇଁ ସଚିବ ଶ୍ରୀ ଯାଦବ କହିଥିଲେ । ଏଣୁ ସହିତ ସମସ୍ତ ଚାଷୀଙ୍କର ଆଧାର ସଂଯୋଗୀକରଣ ଏବଂ ଇଣ୍ଟରନେଟ୍ । ଆଦି ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ଶେଷ କରିବା ପାଇଁ ସେ କହିଥିଲେ । କୋଭିଡ୍ ୧୯ ସ୍ଥିତିରେ ସମସ୍ତ ପ୍ରକାର ମାର୍ଗଦର୍ଶିକା ପାଳନ ସହିତ ମଣ୍ଡିଗୁଡ଼ିକର ସାନିଟାଇଜେସନ୍, ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ବ ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଚାଷୀମାନଙ୍କ ଅବଗତି ନିମନ୍ତେ ଧାନସଂଗ୍ରହର ସମସ୍ତ ନିୟମାବଳୀ, ଧାନର ଏଫଏକ୍ୟୁ ମାନ ଏବଂ ଧାନସଂଗ୍ରହ କେନ୍ଦ୍ର ଓ ତାରିଖ ଆଦି ସଂପର୍କରେ ବ୍ୟାପକ । ପ୍ରଚାର ଓ ଜନସଚେତନତା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା । ଧାନସଂଗ୍ରହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ନିୟମିତ ମଣ୍ଡି ପରିଦର୍ଶନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।
ଏଣୁ ସହିତ ଜିଲ୍ଲା ଓ ସଡିଭିଜନ୍ ସ୍ତରରେ ଟାସ୍କ ଫୋର୍ସ ଗଠନ କରି ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା । ପାଇଁ କୁହାଯାଇଥିଲା । । ବୈଠକରେ ନିବନ୍ଧକ, ସମବାୟ ସମିତି ସମୃହ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧୁକାରୀ ଏବଂ ଡିଆର୍ସିଏସ୍ ଓ ଏଆସିଏସ୍ମାନେ ଯୋଗଦେଇଥିଲେ ।
Post a Comment