ଭୁବନେଶ୍ୱର, ଆଜି ୧୬୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି । କୋଭିଡ୍-୧୯ ମହାମାରୀ ସହ ଦୀର୍ଘ ଦିନଧରି ଚାଲୁ ରହିଥିବା ସଂଘର୍ଷରେ ରାଜ୍ୟର ଆର୍ଥିକ କ୍ଷେତ୍ରକୁ ମଜଭୁତ୍ କରିବାରେ ବ୍ୟାଙ୍କଗୁଡ଼ିକ ନିରବଚ୍ଛିନ୍ନ ସେବା ଯୋଗାଇ ଆସିଛନ୍ତି ବୋଲି ଆଜିର ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ମତବ୍ୟକ୍ତ କରିଛନ୍ତି ।
କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏହି ତିନୋଟି ମୁଖ୍ୟକ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଗ୍ରାଧୂକାର ଭିଭିରେ ଋଣ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ବ ଦେଇଥିଲେ । ରାଜ୍ୟର ବାର୍ଷିକ ଋଣ ଯୋଜନାରେ ଚଳିତ ନଭେମ୍ବର ୩୦ ତାରିଖ ସୁଦ୍ଧା ସ୍ଵୟଂ ସହାୟକ ଗୋଷ୍ଠୀ ୬୫ ପ୍ରତିଶତ ସଫଳତା ପାଇଥିବା ବେଳେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ୬୦ ପ୍ରତିଶତ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ୪୬ ପ୍ରତିଶତ ସଫଳତା ପାଇଛନ୍ତି । ପର୍ଯ୍ୟାୟ କ୍ରମେ ବାର୍ଷିକ ଋଣ ଯୋଜନାରେ ଲକ୍ଷ୍ୟ ହାସଲ ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜାରି ରହିଲେ ରାଜ୍ୟରେ ସାମଗ୍ରିକ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ ।
ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ଆର୍ଥିକ ପୁନରୁଦ୍ଧାର ପାଇଁ ବ୍ୟାଙ୍କମାନେ ଅର୍ଥ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି । କୋଭିଡ଼-୧୯ ମୁକାବିଲାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଆଗେଇ ଆସି ବ୍ୟାଙ୍କମାନେ ସମୟୋପଯୋଗୀ କର୍ତ୍ତବ୍ୟ କରିଛନ୍ତି । କୃଷି ଉତ୍ପାଦନ କମିଶନର ରାଜ୍ୟକୁମାର ଶର୍ମା କୃଷି କ୍ଷେତ୍ରରେ ହିତାଧୁକାରୀ ଏବଂ ଭାଗଚାଷୀମାନଙ୍କୁ ଚିହ୍ନଟ କରି ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଶସ୍ୟ ଋଣ ପ୍ରଦାନ କ୍ଷେତ୍ରରେ ରବି ଶସ୍ୟ ଋଣ କ୍ଷେତ୍ରର ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଥିବା ବେଳେ ଆସନ୍ତା ଖରିରେ ୨୦୨୧ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ବଳରାମ ଯୋଜନାରେ ଚାଷୀମାନଙ୍କୁ ଋଣ ସହାୟତା ଯୋଗାଇ ଦେବା ପାଇଁ ବ୍ୟାଙ୍କର କ୍ଷମତାପ୍ରାପ୍ତ ଅଧୁକାରୀମାନଙ୍କୁ ଦୃଷ୍ଟି ଦେବାକୁ କହିଥିଲେ । ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏ.କେ. ମୀନା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, କୃଷକ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଠିକ୍ ସମୟରେ ଋଣ ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୨ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବ୍ୟାଙ୍କମାନଙ୍କୁ ଦେଇଥିବା ପରାମର୍ଶ ଆଧାରରେ ବ୍ୟାଙ୍କର୍ସମାନେ କାର୍ଯ୍ୟକରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ସକମିଟିମାନେ ପ୍ରତି ଏସ୍ଏଲ୍ବିସି ବୈଠକ ବସିବା ପୂର୍ବରୁ ଋଣ ଯୋଗାଣ ସଂପର୍କରେ ତଦାରଖ କରିବା ଆବଶ୍ୟକ ।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୯୦,୩୯୫.୬୯ କୋଟି ଟଙ୍କାର ବାର୍ଷିକ ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ ଯୁବାବେଳେ ୨୦୨୦ ନଭେମ୍ବର ୩୦ ସୁଦ୍ଧା ୪୧,୨୨୭,୯୬ କୋଟି ଟଙ୍କାର ଋଣ ଲକ୍ଷ୍ୟ ହାସଲ ହୋଇଛି, ଯାହାକି ୪୫.୬୧ ପ୍ରତିଶତ । ମତ୍ସ୍ୟ ଚାଷ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ବହୁ ସମ୍ଭାବନା ରହିଥିଲେ ମଧ୍ୟ ଏସବୁ କ୍ଷେତ୍ରରେ ଆବଶ୍ୟକୀୟ ଉନ୍ନତି ହୋଇପାରିନାହିଁ । ନଗଦ ଜମା ଅନୁପାତ କ୍ଷେତ୍ରରେ ପାଞ୍ଚଟି ଜିଲ୍ଲା ୬୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ଅନ୍ୟ ୯ଟି ଜିଲ୍ଲା ୪୦ ପ୍ରତିଶତରୁ କମ୍ ଲକ୍ଷ୍ୟ ହାସଲ କରିଛନ୍ତି । ଏ ଦିଗରେ ସେମାନେ ବିହିତ ପଦକ୍ଷେପ ନେଇ ନଗଦ ଜମା ଅନୁପାତ ବୃଦ୍ଧି ପାଇଁ ଚେଷ୍ଟା କରନ୍ତୁ । ଷ୍ଟାଣ୍ଡ ଅଫ୍ ଇଣ୍ଡିଆ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ସିକ୍ୟୁଲ୍ ବ୍ୟାଙ୍କ ଜଣେ ଜଣେ ଅନୁସୂଚିତ ଜନଜାତି / ଅନୁସୂଚିତ ଜାତିର ମହିଳାଙ୍କୁ ରଣଯୋଗାଇ ଦିଅନ୍ତୁ ।
ଏ କ୍ଷେତ୍ରରେ ସବୁ ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣ କରି ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କମାନଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ମୀନା ପରାମର୍ଶ ଦେଇଥିଲେ । ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ । ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରାଜ୍ୟ କିଛି ସଫଳତା ପାଇଥିଲେ ମଧ୍ୟ ସଂପୂର୍ଣ୍ଣ ଲକ୍ଷ୍ୟ ହାସଲ ହୋଇନାହିଁ । ଦକ୍ଷିଣାଞ୍ଚଳର ଜିଲ୍ଲାମାନଙ୍କୁ ବ୍ୟାଙ୍କମାନେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ସେ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଅଧୁକା ହିତାଧୁକାରୀମାନଙ୍କୁ ସାମିଲ କରିବା ପାଇଁ ବ୍ୟାଙ୍କଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲେ । ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ବୈଠକରେ ଉପସ୍ଥିତ ରହି କହିଥିଲେ ଗ୍ରାମ୍ୟ ଅର୍ଥନୀତିର ବିକାଶରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ସକ୍ରିୟ କାର୍ଯ୍ୟ କରିଆସୁଛନ୍ତି । ଏବେ ସେମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ଯେପରି ଏ କ୍ଷେତ୍ରରେ ଅଧୁକ ମହିଳା ସାମିଲ ହେବେ ସେ ଦିଗରେ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରନ୍ତୁ ।
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଆର. ରଘୁପ୍ରସାଦ କହିଥିଲେ ଯେ ବାର୍ଷିକ ଋଣ ଯୋଜନାର ଅର୍ଥ ଠିକ୍ ଭାବରେ ବିତରଣ ହେବା ତଥା କିଷାନ କ୍ରେଡିଟ୍ କାର୍ଡ଼ ଯୋଗାଣ ଏବଂ ହିତାଧୁକାରୀମାନଙ୍କୁ ଋଣଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନେ ଅଗ୍ରାକାର ଦେବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଅର୍ଥସେବା ବିଭାଗର ଯୁଗ୍ମ ସଚିବ ସୁଚିନ୍ଦ୍ର ମିଶ୍ର, ସିଜିଏମ୍, ନାବାର୍ଡ, ଏସ୍ଏଲ୍ବିସି ଆବାହକ ଶ୍ରୀ ଜେନା ନିଜ ନିଜର ମତବ୍ୟକ୍ତ କରିଥିଲେ । କୃଷି, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ କହିଥିଲେ ।
ବୈଠକରେ ୟୁକୋ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଗୋଏଲ୍, ନାବାର୍ଡ ସିଜିଏମ୍ ଶ୍ରୀ ଉଦୟ ଭାସ୍କର, ଏସ୍ଆଇ ସିଜିଏମ୍ ଶ୍ରୀମତୀ ଦେ ଏବଂ ଅନ୍ୟ ବିଭାଗୀୟ ଅଧୁକାରୀମାନେ ଉପସ୍ଥିତ ଥିଲେ ।
Post a Comment