loading...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭାର୍ଗବୀ ନଦୀ ଉପରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ବ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ସ୍ଥାନୀୟ ରାଜୀବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନଧରି ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାର୍ଗବୀ ନଦୀର ମାଳିସାହିଠାରେ ଏକ ହାଇଲେବୁଲ୍ ସେତୁ ନିର୍ମାଣ ପାଇଁ ଆଜି ବିଧବଦ୍ଧ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ନାବାର୍ଡ ସହାୟତାରେ ଏହି ସ୍ଥାନରେ ଏକ ହାଇଲେବୁଲ୍ ସେତୁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ଦୀର୍ଘଦିନ ଧରି ଅସଂପୂର୍ଣ୍ଣ ଅବସ୍ଥାରେ ରହିଥିଲା । ଏହି ବ୍ରିଜ୍ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଗମନା ଗମନକୁ ଦୃଷ୍ଟିରେ ରଖ ତୁରନ୍ତ ଅର୍ଦ୍ଧନିର୍ମିତ ସେତୁର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । 

ବ୍ରହ୍ମଗିରି ବ୍ଲକ୍‌ର ନରସିଂହପାଟଣା, ଜଗନ୍ନାଥ ପାଟଣା, ବଳଭଦ୍ର ପାଟଣା ଓ ବରୁଡି ମଉଜାର ପ୍ରାୟ ୨୫୦୦ ହେକ୍ଟର ଚାଷ ଜମିକୁ ନିରନ୍ତର ଜଳସେଚନ ତଥା ଲୁଣାପାଣି ପ୍ରଭାବରୁ ମୁକ୍ତକରି ଚାଷ ଜମି ପାଇଁ ଜଳସେଚନ କରିବା ଉଦ୍ଦେଶ୍ୟରେ ସୁନାମୁଖୀ ନଦୀ ଉପରେ ଏକ କଣ୍ଟ୍ରାଲ୍ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି ।  ଦୀର୍ଘ ଦିନଧରି ସୁନାମୁଖୀ ନଦୀ ଉପରେ ଏକ କଣ୍ଟ୍ରାଲ୍ ଷ୍ଟ୍ରକଚର ନିର୍ମାଣ କରିବା ଉପରେ ଜନସାଧାରଣ ଦାବି କରି ଆସୁଥିଲେ । ସମୁଦ୍ର ଓ ଚିଲିକାର ଲୁଣାପାଣି ଜୁଆର ସମୟରେ ମାଡିଯାଇ ସୁନାମୁଖୀ ଜଳଉତ୍ସ ଲବଣାକ୍ତ ହୋଇ ଚାଷ ପାଇଁ ଅନୁପଯୁକ୍ତ ହେବା ସହିତ ପିଇବା ପାଣିର ସମସ୍ୟା ଉତ୍କଟ ଅବସ୍ଥାରେ ଥିଲା । 

ଆଜି ଏହି ଦୁଇଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିର୍ବାଚନ ମଣ୍ଡଳୀର ବିକାଶ ପ୍ରକ୍ରିୟାକୁ ଅଧୂକ ତ୍ବରାନ୍ବିତ କରିବ । ଜଳସେଚନ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ବନ୍ୟା ନିୟନ୍ତ୍ରଣ ତଥା ଅବବାହିକା ପରିଚାଳନା ମୁଖ୍ୟଯନ୍ତ୍ରୀ ଇଂ ସୁଶାନ୍ତ କୁମାର ରଥ, ଜଳ ନିଷ୍କାସନ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ବିକ୍ରମ କେଶରୀ ସ୍ବାଇଁ ଏବଂ ଯୋଜନା ଓ ସଂଯୋଜନ ବିଭାଗର ଅନୁଶାସନ ସଚିବ ଶ୍ରୀ ଅଭୟ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget