ମୁଖ୍ୟ ରେଳ ସଂରକ୍ଷା ଆୟୁକ୍ତ ଶ୍ରୀ ଶୈଳେଶ କୁମାର ପାଠକଙ୍କ ଦ୍ୱାରା ଆଜି କେରେଜଙ୍ଗ-ଅନୁଗୁଳ ୧୩.୫୧କି.ମି. ଦୋହରୀକରଣ କାର୍ଯ୍ୟର ନୀରିକ୍ଷଣ କରାଯାଇଅଛି | ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ଡି.ପି.ଲାଲ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏସ.କେ.ସିଂହ, ସମ୍ବଲପୁର ସ୍ଥିତ ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ଏ. ଏସ. ଓବେରୋଇ ଙ୍କ ସହିତ ରେଳପଥର ମୁଖ୍ୟାଳୟ ଏବଂ ଉଭୟ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଶ୍ରୀ ପାଠକଙ୍କୁ ନୀରିକ୍ଷଣ କାର୍ଯ୍ୟରେ ସହାୟତା କରିଥିଲେ |
ମୁଖ୍ୟ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ପୂର୍ବାହ୍ନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ କେରେଜଙ୍ଗ-ଅନୁଗୁଳ ନୂତନ ଦୋହରୀକରଣ କାର୍ଯ୍ୟର ବିଭିନ୍ନ ସଂରକ୍ଷା ସମ୍ବନ୍ଧୀୟ କାର୍ଯ୍ୟଗୁଡିକୁ ଯାଞ୍ଚ କରାଯାଇଥିଲା | ନିଶିକ୍ଷଣ ସମୟରେ ବିଭିନ୍ନ ପଏଣ୍ଟ ଏବଂ କ୍ରସିଂ, କର୍ଭ (ବାଙ୍କ), ଲେଭଲ୍ କ୍ରସିଂ, ବିଦ୍ୟୁତିକ ଓଭର ହେଡ୍ ଉପକରଣ (OHE), ସିଗ୍ନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ ଗୁଡିକୁ କଡ଼ାକଡ଼ିଭାବେ ଯାଞ୍ଚ କରାଯାଇଥିଲା | ଟ୍ରେନ୍ ଚଳାଚଳର ସଂରକ୍ଷା ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ସହିତ ବିଭିନ୍ନ ସଂରକ୍ଷା ଦିଗକୁ କଠୋର ଭାବରେ ଯାଞ୍ଚ କରିଥିଲେ ଶ୍ରୀ ପାଠକ |
ଯାଞ୍ଚ ସମୟରେ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ନୀରିକ୍ଷଣ ସ୍ୱତନ୍ତ୍ର ଟ୍ରେନକୁ ସର୍ବାଧିକ ଘଣ୍ଟାପ୍ରତି ୧୧୦ କି.ମି. ବେଗରେ ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା | ଆଶା କରାଯାଉଅଛି ଯେ ଏହି ସେକ୍ସନରେ ୮୦କି.ମି. ବେଗରେ ଟ୍ରେନ ଚଳାଚଳ କରିବା ପାଇଁ ପ୍ରାଧିକରଣ ପାଇବା ସମ୍ଭାବନା ଅଧିକ | ମୁଖ୍ୟ ରେଳ ସଂରକ୍ଷା ଆୟୁକ୍ତଙ୍କ ଠାରୁ ସ୍ୱୀକୃତି ପାଇବା ପରେ କେରେଜଙ୍ଗ ଓ ଅନୁଗୁଳ ରେଳପଥ ଦୋହରୀକରଣ କାର୍ଯ୍ୟର କାର୍ଯ୍ୟକ୍ଷମ କରାଯିବ |
Post a Comment