loading...

ଚିଟ୍‌ଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ

କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ବର

ଚିଟ୍‌ଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ

ଭୁବନେଶ୍ୱର, କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ବର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ବିଭିନ୍ନ ଅପରାଧୁକ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇର ଶୀଥୁଳତା ପାଇଁ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଚିଟ୍‌ଫଣ୍ଡ ସମେତ ମାଧବୀଲତା, ଇତିଶ୍ରୀ ଓ ସସ୍ମିତା ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତରେ ସିବିଆଇର ଶିଥୁଳତା ଯୋଗୁଁ ଓଢ଼ିଶାର ଜନସାଧାରଣ ଏବଂ ସଂପୃକ୍ତ କ୍ଷତିଗ୍ରସ୍ତ ପରିବାରଗୁଡିକ ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ବିଜେଡ଼ି ସରକାରଙ୍କର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସଂପୃକ୍ତ ଅଛନ୍ତି । 

ଅନେକ ମାମଲାରେ ସେମାନେ ଗିରଫ ହୋଇ ଜେଲ ଯାଇଛନ୍ତି । ମାମଲା ସିବିଆଇ ପାଖରେ ଅନୁସନ୍ଧାନ ପାଇଁ ଦୀର୍ଘଦିନ ଧରି ପଡ଼ିରହିଛି । ହେଲେ କେନ୍ଦ୍ରର ମୋଦି ସରକାରଙ୍କ ସହ ରାଜ୍ୟ ବିଜେଡି ସରକାରଙ୍କର ଭିତିରି ବୁଝାମଣା ପାଇଁ ଏହିପରି ସଂଗୀନ ମାମଲାର ତଦନ୍ତ ଆଗେଇ ପାରୁନାହିଁ ଏବଂ ପୁରସ୍କାର ସ୍ବରୂପ ସଂସଦରେ ବିଭିନ୍ନ ବିଲ୍‌କୁ ବିଜେଡ଼ିର ସମର୍ଥନ ସହ ରାଜ୍ୟସଭା ନିର୍ବାଚନଗୁଡ଼ିକରେ ମଧ୍ୟ ଉଭୟ ଦଳର ବୁଝାମଣା ଭିତିରେ ବିଜେପିର ନେତାମାନେ ଫାଇଦା ହାସଲ କରୁଛନ୍ତି । ଲୋକ ଦେଖାଣିଆ ଭାବେ ସିବିଆଇ ତଦନ୍ତର ନାରା ଦେଇ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଥିବା ବିଜେଡି ସରକାରଙ୍କ ପ୍ରକୃତ ମୁଖା ଖୋଲିବା ପାଇଁ ଆଜି ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । 

ଚିଟ୍‌ଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ


କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ଝୁଟିଆ, ଶିବାନନ୍ଦ ରାୟ ପ୍ରମୁଖ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ବକ୍ତବ୍ୟ ରଖୁଥଲେ । ଏହି ଘେରାଉ କାର୍ଯ୍ୟକ୍ରମକୁ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ ପରିଚାଳନା କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ଦାସ, ମାନସ ଆଚାର୍ଯ୍ୟ, ରାଜୀବ ପଟ୍ଟନାୟକ, ଇଂଜିତ ପାତ୍ର, ଅଶୋକ ଦାସ, ମୋହନ ଜେନା, ଗୀତାଞ୍ଜଳି ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ସଂକୁନା କହଁର, ଦୀପକ ମହାପାତ୍ର, ଏକେ ଅଫତାବ ଅଲ୍ଲୀ, ମନୋଜ ସାହୁ, ଶ୍ରୀୟା ମହାନ୍ତି, ମନୋରଞ୍ଜନ ଜେନା, ପ୍ରମେଶ ସାହୁ, ଶ୍ରୀୟା ପଣ୍ଡା, ସେକ ତାକ୍ଲିନ୍, ଦେବରାଜ ମିଶ୍ର, ହଳଧର ସେଠୀ, ଲିଙ୍ଗରାଳ ସାହୁ, ସୁଶାନ୍ତ ତ୍ରିପାଠୀ, ଆଲୋକ ମହାନ୍ତି, କୈଳାସ ସାହୁ, ପ୍ରଳାଶ ମହାଟି, ନିରୁପମା ପାତ୍ର, କନକ ମଲିକ, ଜୟକୃଷ୍ଣ ମଲିଆ, ଜ୍ୟୋତିଷ ସାହୁ, କୁଳମଣି ସାହୁ, ପ୍ରସନ୍ନ ପାଇକରାୟ, ସୁଭଦ୍ରା ମିଶ୍ର, ଅଶୋକ ସାହୁ, ମୁନି ଥପା, ଉର୍ବଶ୍ରୀ ମିଶ୍ର ଯୋଗ ଦେଇଥିଲେ । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଏବଂ ନାରୀ ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳାମାନେ ଏହି କାର୍ଯ୍ୟକ୍ରମରେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget