loading...

"ବନ୍ଧୁ" ସାମାଜିକ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ ସରସତୀ ଶିଶୁ-ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ

ସାମାଜିକ ଅନୁଷ୍ଠାନ "ବନ୍ଧୁ" ବୋନାଫାଏଡ୍ ଆସୋସିଏସନ ଫର ଡେଭଲେପମେଣ୍ଟ ଅଫ୍ ନେଚର , ହେଲଥ କେୟାର ଆଣ୍ଡ ଅଣ୍ଡର ପ୍ରିଭିଲେଜ ର ବାର୍ଷିକ

"ବନ୍ଧୁ" ସାମାଜିକ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ ସରସତୀ ଶିଶୁ-ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ

ଭୁବନେଶ୍ବର; ସାମାଜିକ ଅନୁଷ୍ଠାନ "ବନ୍ଧୁ" ବୋନାଫାଏଡ୍ ଆସୋସିଏସନ ଫର ଡେଭଲେପମେଣ୍ଟ ଅଫ୍ ନେଚର , ହେଲଥ କେୟାର ଆଣ୍ଡ ଅଣ୍ଡର ପ୍ରିଭିଲେଜ) ର ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ଭୁବନେଶ୍ବର ଉପକଣ୍ଠ ରଙ୍ଗବଜାର ନିକଟସ୍ଥ ଅଲାରପୁର ମା' ଜାଗୁଳାଇ ସରସତୀ ଶିଶୁ-ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ତଥା "ବନ୍ଧୁ " ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଂଚି ନାରାୟଣ ମଣ୍ଡଳଙ୍କ ଉପସ୍ଥିତିରେ ସର୍ବ ସମ୍ମତିକ୍ରମେ ଶ୍ରୀକାନ୍ତ ଦାଶଙ୍କୁ ସଭାପତି ଓ ଫଗୁ ସାମଲଙ୍କୁ ସାଧାରଣ ସଂପାଦକ ମନୋନୀତ କରାଯାଇଛି । 

ପ୍ରାରମ୍ଭରେ ଦେବୀ ସରସତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ ପରେ ଦିବଙ୍ଗଦ ଗୁରୁଜୀ ଓ ବିନ୍ଦୁମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ଦାଶ "ବନ୍ଧୁ" ସଂଗଠନର ସୃଷ୍ଟି, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବୈଠକରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସଦସ୍ୟମଣ୍ଡଳୀ ଓ ଅନ୍ୟ କର୍ମକର୍ତା ଚୟନ କରାଯାଇଥିଲା । ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୬ ମାଟିକ୍ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ଅନୁଷ୍ଠାନ, ବିଦ୍ୟାଳୟର ଉନ୍ନତିରେ ସହଯୋଗ କରିବା ସହିତ ସ୍ଥାନୀୟ ଅଂଚଳରେ ଶିକ୍ଷା, ସାହ୍ମୀ, ପରିବେଶ ସୁରକ୍ଷା ଓ ଅନଗ୍ରସର ବର୍ଗର ବିକାଶ ପାଇଁ ଏହାର ପ୍ରୟାସ ଜାରି ରଖିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । 

ସୂଚନା ଯୋଗ୍ୟ ଯେ, ଏହି ଅନୁଷ୍ଠାନ ଦ୍ବାରା ଗତ ସାଧୀନତା ଦିବସ, ଗୁରୁ ଦିବସ, ଗାନ୍ଧୀ ଜୟନ୍ତୀ ଅବସରରେ ପରିବେଶର ଯତ୍ନ, ସୁରକ୍ଷା ଓ ବୃକ୍ଷରୋପଣ, କୋଭିଡ୍ -୧୯ ସମୟରେ ଦରିଦ୍ରମାନଙ୍କୁ ଖାଦ୍ୟ ଯୋଗାଣ ଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଆଗାମୀ ଦିନରେ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ନେଇ ବୈଠକରେ କାର୍ଯ୍ୟପନ୍ନା ନିର୍ଦ୍ଧାରଣ କରାଯାଇଛି । ବୈଠକରେ ବନ୍ଧୁ ଅନୁଷ୍ଠାନର ୪୦ରୁ ଉର୍ଦ୍ଧା ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget