loading...

କୋଣାର୍କ ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

କୋଣାର୍କ ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

କୋଣାର୍କ ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ଵର ; କୋଣାର୍କ ବିଜ୍ଞାପିତ ଅଂଚଳ ପରିଷଦଠାରୁ ଅନତି ଦୂରରେ ଥିବା ‘ସୁତନ ଗ୍ରାମ ସ୍ଥିତ ‘ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ'ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଡାକ ବିଭାଗ ତରଫରୁ ଏକ ସ୍ବତନ୍ତ୍ର ଡାକ ଲଫାପା ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ଏଠାରେ ପୂର୍ବରୁ ପ୍ରତିଷ୍ଠିତ ହୋଇଥିବା “ସୁତନ ଧର୍ମପଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରବର୍ତ୍ତୀ ସମୟରେ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ର ଓ ଶିକ୍ଷାପ୍ରେମୀ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ବିଶ୍ବାଳଙ୍କ ଉଦ୍ୟମରେ ୧୯୭୧ ମସିହାରେ ବେସରକାରୀ ଭାବେ ସୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ନାମରେ ପ୍ରତିଷ୍ଠିତ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏହା ସରକାରୀ ବିଦ୍ୟାଳୟ ଭାବେ “ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ" (ସୁତନ ୟୁ.ଜି.ୟୁ.ପି ସ୍କୁଲ) ନାମରେ ପରିଚିତ ଲାଭ କରିଛି । 

ଏହି ୫୦ ବର୍ଷର ସ୍ମୃତିକୁ ପାଥେୟ କରି ବିଦ୍ୟାଳୟ ତରଫରୁ କୋଣାର୍କ ଏନ୍.ଏ.ସି ସ୍ଥିତ ଉପ ଡାକଘର ପରିସରରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଶା ଡାକ ପରିମଣ୍ଡଳ, ଭୁବନେଶ୍ବରର ମହାକପାଳ କର୍ଣ୍ଣେଲ ଜଳେଶ୍ବର କଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସତନ୍ତ୍ର ଡାକ ଲଫାଫାକୁ ଉନ୍ମୋଚନ ପୂର୍ବକ ଡାକ ବିଭାଗ ତରଫରୁ ଡାକ ସେବା ସହିତ ବିଭିନ୍ନ ଅନୁଷ୍ଠାନର ଗୌରବମୟ ଦିବସରେ ଐତିହ୍ୟ ଓ ସ୍ମୃତି ସମ୍ବଳିତ ସ୍ଵତନ୍ତ୍ର ଡାକ ଲଫାପା ପ୍ରକାଶ କରାଯାଉଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । 

ସୁତନ ୟୁଜିୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ପୁରୀ ଡାକ ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ବିପିନ ବିହାରୀ ମହାନ୍ତି ଉପସ୍ଥିତ ଥିବା ବେଳେ ସମାନନୀୟ ଅତିଥି ଭାବେ ସୁତନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଶ୍ରୀ ଅଶୋକ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶରେ ଓ ଗ୍ରାମରେ ଏକତା ଓ ସଂହତି ପ୍ରତିଷ୍ଠାରେ ତତ୍କାଳୀନ ସୁତନ ଏମ୍.ଇ. ସ୍କୁଲ ର ପ୍ରତିଷ୍ଠାତା ସର୍ଗତ ଗୌରାଙ୍ଗ ଚରଣ ବିଶ୍ବାଳଙ୍କ ଉଦ୍ୟମ ପ୍ରଶଂସନୀୟ ରହିଥିଲା ବୋଲି କହିଥିଲେ । 

ସୁତନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାଥ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ଡାକ ଟିକଟ ସଂଗ୍ରାହକ (ଫିଲାଟେଲିଷ୍ଟ) ବିଜୟ କୁମାର ବିଶ୍ବାଳ, ଅନ୍ୟତମ ଫିଲାଟେଲିଷ୍ଟ କାଶୀନାଥ ସାହୁ ଓ ମାନସ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ । ସୁତନ ୟୁଜିୟୁପି ସ୍କୁଲ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମର ବରିଷ୍ଠ ଜନସାଧାରଣ,ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ । କୋଭି କଟକଣା ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଣାର୍କ ଉପ ଡାକଘର କାର୍ଯ୍ୟାଳୟ ତରଫରୁ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget