loading...

ଅଲ୍ ଓଡ଼ିଶା ଯୋଗ ଆସୋସିଏସନର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଅଲ୍ ଓଡ଼ିଶା ଯୋଗ ଆସୋସିଏସନର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ୟୁନିଟ୍-୮, ଗୋପବନ୍ଧୁ ପାଠାଗାର ପରିସରରେ ଅନୁଷ୍ଠିତ

ଅଲ୍ ଓଡ଼ିଶା ଯୋଗ ଆସୋସିଏସନର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ଅଲ୍ ଓଡ଼ିଶା ଯୋଗ ଆସୋସିଏସନର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ୟୁନିଟ୍-୮, ଗୋପବନ୍ଧୁ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆସୋସିଏସନର ପ୍ରଥମ ପର୍ଯ୍ୟାୟ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । 

ପୂର୍ବତନ ସଭାପତି ଶ୍ରୀ ନବକିଶୋର ମହାନ୍ତିଙ୍କ ତତ୍ବାବଧନରେ ଡଃ ମନୋରଞ୍ଜନ ସାହୁ ସଭାପତି, ଦୀପ୍ତିରଞ୍ଜନ ମହାନ୍ତି ସମ୍ପାଦକ ଭାବେ ଚୟନ ହୋଇଥିବା ବେଳେ ଗିରିଜା ଶତପଥୀ, ନିବେଦିତା ସାହୁ, ଲକ୍ଷ୍ମୀନାରାୟଣ ପାଢୀ, ସୁନିଲ କୁମାର ଦେବତା, ହରିଚରଣ ଦାସଙ୍କ ବ୍ୟକ୍ତିତ୍ୱ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖୁ ଉପଦେଷ୍ଟା ମଣ୍ଡଳୀ ସେମାନଙ୍କ ମତପୋଷଣ କରି ଆଗାମୀ ଦୁଇବର୍ଷ ପାଇଁ କାର୍ଯ୍ୟକାରିଣୀ ସଭ୍ୟଭାବେ ଚୟନ କରିଛନ୍ତି । 

ଏହି ଚୟନ ପ୍ରକ୍ରିୟାରେ ଉପଦେଷ୍ଟା ମଣ୍ଡଳୀ ମାନଙ୍କ ମଧ୍ୟରେ ପ୍ରଫେସର ପ୍ରଶାନ୍ତ କୁମାର ଆଶ୍ଚର୍ଯ୍ୟ, ଡଃ ଭୁବନାନନ୍ଦ ପାଣି, ଶ୍ରୀ ଗଦାଧର ମହାପାତ୍ର, ଶ୍ରୀ ଅଜୟ କୁମାର ସାହୁ ସେମାନଙ୍କର ସୁଚିନ୍ତିତ ମତପୋଷଣ କରିବା ସହିତ ଓଡ଼ିଶାରେ ୫୦୦ରୁ ଅଧୁକ ପିଜି ଡିଗ୍ରୀଧାରୀ ଯୋଗ ଶିକ୍ଷକଙ୍କ ପାଇଁ କାର୍ଯ୍ୟ କରିବାକୁ ଚୟନ ପ୍ରାର୍ଥୀଙ୍କୁ ଉପଦେଶ ଦେଇଥିଲେ । ଏଥିସହିତ ଶ୍ରୀ ମନୋଜ କୁମାର ରାଉତ ସମସ୍ତ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପରିଗଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget