ଭୁବନେଶ୍ବର, ଓଡ଼ିଶା ସରକାରଙ୍କ ତରଫରୁ ଅନ୍ତର୍ଜାତୀୟ କୃଷି ଉନ୍ନୟନ ପାଣ୍ଠି (ଆଇଏଫ୍ଏଡି) ସହାୟତାରେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ଅଗଷ୍ଟ ୨୦୧୬ ମସିହାରୁ ୧୨ଟି ଜିଲ୍ଲାର ୮୯ଟି ଗ୍ରାମପଞ୍ଚାୟତର ୧୧୨୫ ଗ୍ରାମରେ ୧୩ଟି ଆଦିମ ଜନଜାତିଙ୍କର ଜୀବନଜୀବିକାରେ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଛି । ୧୭ଟି ଅଣୁ ପ୍ରକଳ୍ପ ସଂସ୍ଥା ଦ୍ୱାରା ୧୭ଟି ଅଣସରକାରୀ ସଂଗଠନ ସହଭାଗିତାରେ ଚାଲୁଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଜୀବିକାରେ ଉନ୍ନତି ତଥା ଦାରିଦ୍ର୍ୟ ହ୍ରାସ । ଏହି କାର୍ଯ୍ୟକ୍ରମର ସ୍ଵତନ୍ତ୍ରତା ହେଉଛି ଯୋଜନା ପ୍ରଣୟନ ଓ ତଦାରଖ ଗ୍ରାମ ଗୋଷ୍ଠୀଙ୍କ ଦ୍ଵାରା ହିଁ କରାଯାଏ ।
ଆଦିମ ଜନଜାତି ମହିଳା ଓ ଶିଶୁମାନଙ୍କର କୁପୋଷଣର ହ୍ରାସ ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଓଡ଼ିଶା ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ଓପେଲିପ୍ କାର୍ଯ୍ୟକ୍ରମ ଚାଲୁଥିବା ୩ଟି ଜିଲ୍ଲା ଯଥା-ରାୟଗଡ଼ା, ମାଲକାନଗିରି ଓ କଳାହାଣ୍ଡିର ୬ଟି ଅଣୁ ପ୍ରକଳ୍ପ ସଂସ୍ଥା ଅଧୀନରେ କାର୍ଯ୍ୟକାରୀ କରାଯାଇ ଅଛି, ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ୯ଟି ଜିଲ୍ଲାର ୧୧ଟି ଅଣୁ ପ୍ରକଳ୍ପ ସଂସ୍ଥା ଦ୍ଵାରା କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମ ଅଧୀନରେ ୬ ମାସରୁ ୩ ବର୍ଷର ଶିଶୁମାନଙ୍କ ନିମନ୍ତେ କ୍ରେଚ ବା ଶିଶୁ ଗୃହ, ଆଦିମ ଜନଜାତି ଗର୍ଭବତୀ ମହିଳା ଏବଂ ମା’ମାନଙ୍କୁ ଗରମ ରନ୍ଧାଖାଦ୍ୟ ତଥା ୩ରୁ ୬ ବର୍ଷର ପିଲାଙ୍କ ନିମନ୍ତେ ଗରମ ରନ୍ଧାଖାଦ୍ୟ ସୁବିଧା ପ୍ରଦାନ କରାଯିବ ।
ଏହି କ୍ରମରେ ଆଜି ୨୦୨୧ ଅପ୍ରେଲ ୧ ତାରିଖରେ ୪ଟି ଅଣୁ ପ୍ରକଳ୍ପ ସଂସ୍ଥା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣା, ରାୟଗଡ଼ା, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ଲାଞ୍ଜିଗଡ଼, କଳାହାଣ୍ଡି, ଦିଦାୟୀ ଉନ୍ନୟନ ସଂସ୍ଥା, କୁଡୁମୁଲୁଗୁମ୍ମା ଏବଂ ବଣ୍ଡା ଉନ୍ନୟନ ସଂସ୍ଥା, ମାଲକାନଗିରି ତରଫରୁ ୨୫ଟି କ୍ରେଟ୍ (ଶିଶୁ ଗୃହ), ୨୪ଟି ଗର୍ଭବତୀ ମହିଳା ଓ ମା’ମାନଙ୍କ ନିମିତ୍ତ ଗରମ ରନ୍ଧାଖାଦ୍ୟ କେନ୍ଦ୍ର ଏବଂ ୪ଟି ୩ରୁ ୬ ବର୍ଷ ପିଲାମାନଙ୍କ ଗରମ ରନ୍ଧାଖାଦ୍ୟ କେନ୍ଦ୍ରର ଶୁଭ ଉଦ୍ଘାଟନ ଉପରୋକ୍ତ ଜିଲ୍ଲାର ବିଶିଷ୍ଟ ପଦାଧୁକାରୀଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଆଜି ଉଦ୍ଘାଟିତ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖୁ ୫୦୦ ଗର୍ଭବତୀ ମହିଳା ଓ ମା’, ୫୦୦ ଜଣ ୬ ମାସରୁ ୩ ବର୍ଷର ଶିଶୁ ତଥା ୧୦୦ରୁ ଊର୍ଦ୍ଧ ୩ବର୍ଷରୁ ୬ ବର୍ଷର ଶିଶୁ ଉପକୃତ ହେବେ ।
ଆଜିର ଏହି କାର୍ଯ୍ୟକ୍ରମକୁ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲାରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କଳାହାଣ୍ଡି, ଉପଜିଲ୍ଲାପାଳ, ମାଲକାନଗିରି, ବଣ୍ଡ ଉନ୍ନୟନ ସଂସ୍ଥାର ଗ୍ରାମରେ ପ୍ରକଳ୍ପ ଅଧୁକାରୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧୁକାରୀଙ୍କ କାର୍ଯ୍ୟାଳୟ, ମାଲକାନଗିରି ଦିଦାୟୀ ଉନ୍ନୟନ ସଂସ୍ଥାର ଏକ ଗ୍ରାମରେ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ଜିଲ୍ଲା, ବ୍ଲକ୍, ଗ୍ରାମପଞ୍ଚାୟତର ବିଶିଷ୍ଟ ପଦାକାରୀ, ପଞ୍ଚାୟତିରାଜ କର୍ମକର୍ତ୍ତା ବୃନ୍ଦ, ସହାୟକ ଅନୁଷ୍ଠାନ, ଅଜିମ୍ ପ୍ରେମ୍ବ ଫାଉଣ୍ଡେସନ୍ ଏବଂ ପବ୍ଲିକ୍ ହେଲଥ ରିସୋର୍ସ ସୋସାଇଟିର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀ ପି. ଅର୍ଥ ନାରୀ, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଓପେଲିପ୍ ଓ ଓଟିଇଏପି ପୁସ ତଥା କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍ ଓପେଲିପ୍, ଭୁବନେଶ୍ୱର ମୁଖ୍ୟାଳୟର ଅଧ୍ୟକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Post a Comment