loading...

ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ଦ୍ବାରା ପ୍ରତିଷ୍ଠିତ “ଭାଷା ସୁରକ୍ଷା ସମ୍ମିଳନୀ’ ପକ୍ଷରୁ ୮୬ତମ ଉତ୍କଳ ଦିବସ ପାଳିତ

ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ଦ୍ବାରା ପ୍ରତିଷ୍ଠିତ “ଭାଷା ସୁରକ୍ଷା ସମ୍ମିଳନୀ’ ପକ୍ଷରୁ ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଖାରବେଳ

ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ଦ୍ବାରା ପ୍ରତିଷ୍ଠିତ “ଭାଷା ସୁରକ୍ଷା ସମ୍ମିଳନୀ’ ପକ୍ଷରୁ ୮୬ତମ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର, ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ଦ୍ବାରା ପ୍ରତିଷ୍ଠିତ “ଭାଷା ସୁରକ୍ଷା ସମ୍ମିଳନୀ’ ପକ୍ଷରୁ ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଖାରବେଳ ନଗର ସ୍ଥିତ ରାଜଧାନୀ କଳା ସଂସଦ ପ୍ରେକ୍ଷାଳୟରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଭାଷା ସୁରକ୍ଷା ସମ୍ମିଳନୀର ଉପସଭାପତି ନଟବର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାଷାବିତ୍ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ପ୍ରଫେସର ବସନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ ସାହିତ୍ୟିକା ବିଦ୍ୟୁତପ୍ରଭା ଗନ୍ତାୟତ, ସମାଜସେବୀ ପ୍ରୀତିଛନ୍ଦା ଧଳ, ଭାଷାକର୍ମୀ ନିର୍ମଳ କୁମାର ବେହେରା ପ୍ରମୁଖ ଓଡ଼ିଆ ଭାଷାର ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅତିଥିମାନେ ବିଶଦ ଆଲୋଚନା କରିବା ସହ ଭାଷା ସୁରକ୍ଷା ସମ୍ମିଳନୀର କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ଭାଷା ସୁରକ୍ଷା ସମ୍ମିଳନୀର ପ୍ରତିଷ୍ଠାତା ସ୍ବର୍ଗତ ବୈଷ୍ଣବ ପରିଡ଼ାଙ୍କ ସ୍ମୃତିଚାରଣ କରି ଅତିଥିଗଣ । କହିଥିଲେ ଯେ, ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ସ୍ୱର୍ଗତ ପରିଡ଼ା ଯେଉଁସବୁ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ, ତାହା ସବୁଦିନ ପାଇଁ ଉଦାହରଣ ଓ ପ୍ରେରଣା ହୋଇ ରହିବ । ପ୍ରାରମ୍ଭରେ ଉତ୍କଳ ଜନନୀ ସଂଗୀତ ସମେତ ଓଡ଼ିଆ ଜାତିପ୍ରୀତିର କେତୋଟି ସଂଗୀତ ପରିବେଷଣ କରାଯାଇଥିଲା । ତତ୍ସହିତ ସଭାରେ ଉପସ୍ଥିତ ଥିବା ଭାଷା ସୁରକ୍ଷା ସମ୍ମିଳନୀର ଆବାହିକା ଡକ୍ଟର ସ୍ଵର୍ଣଲତା ପରିଡ଼ା ନିଜର ବକ୍ତବ୍ୟ ରଖୁଥିଲେ । 

ସେହିପରି ‘ମଧୁଲିତା’ର ସମ୍ପାଦିକା ମଧୁଲିତା ପରିଡ଼ା, କବୟିତ୍ରୀ ମଞ୍ଜୁଳା ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଓ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଯୁବ ସାହିତ୍ୟିକ ଅମିତାଭ ଖୁଲାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାଷା ସୁରକ୍ଷା ସମ୍ମିଳନୀର କୋଷାଧକ୍ଷ ବିଶ୍ଵନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସଞ୍ଚାଳନରେ ସହଯୋଗିତା କରିଥିଲେ ଯୁବ ସମାଜସେବୀ ଦୀପକ ବେହେରା ଯାଦବ ଏଥିରେ ଭାଷା ସାହିତ୍ୟ ସମେତ ବିଭିନ୍ନ କ୍ଷେତ୍ରର ବହୁ ବ୍ୟକ୍ତିଗଣ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget