loading...

ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ହେବ ପୁନଃପ୍ରତିଷ୍ଠା – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ

ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ହେବ ପୁନଃପ୍ରତିଷ୍ଠା – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କ ଉପରେ ସମୀକ୍ଷା କରିଥିଲେ । ଉଭୟ ନେତୃତ୍ବ ଭାରତ-ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ପୁନଃପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନୂଆ ପ୍ରାଥମିକତାରେ ପ୍ରତିଫଳିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । 

ସ୍ୱଛ ଉର୍ଜାର ପ୍ରଚାରପ୍ରସାର କରିବା, କମ ପ୍ରଦୂଷଣଯୁକ୍ତ ମାର୍ଗ ଆପଣାଇବା ଏବଂ ସବୁଜ ଉର୍ଜା ସହଯୋଗକୁ ତ୍ବରାନ୍ବିତ କରିବା ଦିଗରେ କାମ କରିବା ପାଇଁ ଶ୍ରୀ ପ୍ରଧାନ ଏବଂ ଆମେରିକାର ସଚିବ ସହମତି ପ୍ରକାଶ କରିଛନ୍ତି । ସେହିପରି ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସ୍ୱଚ୍ଛ ଉର୍ଜା କ୍ଷେତ୍ର ଯଥା ଜୈବଇନ୍ଧନ, କାର୍ବନ କ୍ୟାପଚର ଆଣ୍ଡ ଷ୍ଟାରେଜ( ସିସିୟୁଏସ), ହାଇଡ୍ରୋଜେନ ଉତ୍ପାଦନ ଏବଂ କାର୍ବନ ଅଧିଗ୍ରହଣ ଏବଂ ଆଡଭାନ୍ କ୍ଲିନ୍ ଏନର୍ଜ ରିସର୍ଚ୍ଚ (ପିଏସିଇ-ଆର)ରେ ମିଳିତ ସହଯୋଗକୁ ପ୍ରାଥମିକତା ଦେବାକୁ ଉଭୟ ମନ୍ତ୍ରୀ ସହମତି ହୋଇଥିଲେ । ଶୀଘ୍ର ଭାରତ-ଆମେରିକାର ରଣନୈତିକ ଉର୍ଜା ସମ୍ପର୍କର ତୃତୀୟ ବୈଠକ ଅନୁଷ୍ଠିତ ହେବା ନେଇ ମଧ୍ୟ ଉଭୟ ପକ୍ଷ ସହମତି ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ଜେନିଫର ଗ୍ରାନହୋଲମ ଆମେରିକାର ଉର୍ଜା ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget