ଭୁବନେଶ୍ୱର, କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକଦିବସୀୟ କରୋନା ମହାମାରୀ ବିଷୟରେ ଏକ ଆଭାସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଇଏଟି ବିଶେଷଜ୍ଞ ଡ. ନୀଳମାଧବ ପୃଷ୍ଟି ପ୍ରଶିକ୍ଷକ ଭାବରେ ଯୋଗଦେଇ ମାସ୍କ ବ୍ୟବହାର, ସ୍ଵଚ୍ଛତା ରହିବା, ପରସ୍ପର ସହ ୬ ଫୁଟ ଦୂରତା ରକ୍ଷା କରିବା, ମହାମାରୀ ପାଇଁ ଦିଆଯାଇଥିବା ଇଞ୍ଜକସନ ନେବାର ଗୁରୁତ୍ର ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ ।
ଛାତ୍ରୀମାନଙ୍କର କୋଭିଡ-୧୯ ସମ୍ବନ୍ଧରେ ବିଭିନ୍ନ ଯଥାର୍ଥ ଉତ୍ତର ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ମହାବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଧାପିକା ଡ. ଭେଦୁଲା ରାମଲକ୍ଷ୍ମୀ ଓ ଗୃହ ବିଜ୍ଞାନ ବିଭାଗର ପ୍ରଧାପିକା ଡ. ମଧୁସ୍ମିତା ଦାସ ଯୋଗଦେଇ ଛାତ୍ରୀମାନଙ୍କୁ ଦୈନନ୍ଦିନ ଜୀବନଶୈଳୀ ଯୋଗ, ପ୍ରାଣାୟମ ଓ ସୁଷମ ଖାଦ୍ୟ କିଭଳି କୋଭିଡ–୧୯କୁ ପ୍ରତିହତ କରିପାରିବ ବୁଝାଇଥିଲେ । ଏଥିରେ ମହାବିଦ୍ୟାଳୟର ୧୦୦ଜଣ ଛାତ୍ରୀ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୋଜିକା ଡ. ଅଲିଭା ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ । ମହାମାରୀ ସମୟରେ ସେଚ୍ଛାସେବୀମାନଙ୍କର କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ ।
ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଚନ୍ଦ୍ର ରଥ ଉଦ୍ଘାଟନ କରି ଏହି ରୋଗର ଭୟାବହତା ଏବଂ ଆମ ସମସ୍ତଙ୍କର କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ । ପରିଶେଷରେ ଦର୍ଶନ ବିଭାଗର ଅଧାପିତା ଡ. କଲ୍ୟାଣୀ ଷଡ଼ଙ୍ଗୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଭାସି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ସୁଶାନ୍ତ କୁମାର ପଟ୍ଟନାୟକ ଓ ଡ. ବନିତା ମହାନ୍ତି ପରିଗୁଳନା କରିଥିଲେ । ଏଥିରେ ରାଷ୍ଟ୍ରୀୟ ସେବା ଯେଜାନାର ସେଚ୍ଛାସେବୀ ଶ୍ରୀଷ୍ଟି ସଞ୍ଜେନା, ଭାର୍ଗବୀ ସାଇକୃପା, ଝରଣା ଦାସ ଓ ହରପ୍ରିୟା ମିଶ୍ର ପରିରଳନା କରିବାରେ ସହାୟତା କରିଥିଲେ ।
Post a Comment