loading...

ତୃଷାର ଷ୍ଟ୍ରିଟେବୁଲ ଟ୍ରଷ୍ଟ ତରଫରୁ ଫିନାଇଲ ଓ ମାସ୍କ ବଣ୍ଟନ

ମହାମାରୀ କରୋନାର ଦ୍ବିତୀୟ ଲହର ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । କରୋନାର କରାଳ ରୂପରେ ବହୁ ଲୋକଙ୍କୁ ଲୀନ କରିଦେଇଥିବା

ତୃଷାର ଷ୍ଟ୍ରିଟେବୁଲ ଟ୍ରଷ୍ଟ ତରଫରୁ ଫିନାଇଲ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର, ମହାମାରୀ କରୋନାର ଦ୍ବିତୀୟ ଲହର ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । କରୋନାର କରାଳ ରୂପରେ ବହୁ ଲୋକଙ୍କୁ ଲୀନ କରିଦେଇଥିବା ବେଳେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିବା ସହ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏକ ପ୍ରକାର ଅସୁରକ୍ଷିତ ମନେ କରୁଛନ୍ତି । ପରିବାରର ପ୍ରତିପୋଷଣ ପାଇଁ ଲୋକମାନେ ସଂର୍ଘଷ କରୁଛନ୍ତି । କରୋନରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଏବଂ ଘରକୁ ସାନିଟାଇଜର କରିବା ପାଇଁ ଅର୍ଥ ବାଧକ ସାଜିଛି । 

ଲୋକଙ୍କ ଏଭଳି ଦୟନୀୟ ଅବସ୍ଥାକୁ ହୃଦୟଙ୍ଗମ କରି ତୁଷାର ଗରିଟେବୁଲ ଟ୍ରଷ୍ଟ ତରଫରୁ ୱାର୍ଡ଼ ନମ୍ବର ୨୮ର ନନ୍ଦିନୀପଲ୍ଲୀ ମୁଣ୍ଡାସାହି, ଶବରସାହି ଓ ସାଇନ୍ସପାର୍କ ବସ୍ତି ଏବଂ ଅନ୍ୟାନ୍ୟ ଅଞ୍ଚଳର ପ୍ରାୟ ୬ ଶହ ପରିବାରଙ୍କୁ ଫିନାଇଲ ଓ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ, ସଭାପତି ଜିତେନ୍ଦ୍ର କୁମାର ଜେନା, ଉପଦେଷ୍ଟା ଶିବିର କୁମାର ପରିଡ଼ା, ରାମ ମାଝା, ତ୍ରିନାଥ ମହାରଣା, ସଂଗ୍ରାମ ଜେନା, ସୁଷମାଦେଇ ମହାପାତ୍ର, ସୁମିତ୍ରା ତ୍ରିପାଠୀ, ସନ୍ଦିପ ସାହୁ, ରଞ୍ଜନ ମହନ୍ତ, ଲକ୍ଷ୍ମୀ ଦିଗି, କୁଳମଣି ନାୟକ, ନିଖେଇ ନାୟକ, ମଉଜି ବେହେରା, ଜୟନ୍ତୀ ନାୟକ, ପ୍ରକାଶ ଦେହୁରୀ, ବିକାଶ ବେହେରା, ମଣ୍ଟ ଏବଂ ସ୍ବାଗତ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget