loading...

ଓଡ଼ିଆ ଝିଅଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୬୮,୫୦୦ ଡ଼ଲାର ଦାନ

ଓଡ଼ିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ଆମ ବିଶ୍ୱାସ (ଆୱାର ବିଶ୍ୱାସ) ସଂସ୍ଥା ରାଜ୍ୟର କୋଭିଡ୍ ପରିଚାଳନାରେ ନିଜର ସହଯୋଗ

ଓଡ଼ିଆ ଝିଅଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୬୮,୫୦୦ ଡ଼ଲାର ଦାନ

ଭୁବନେଶ୍ୱର, ଓଡ଼ିଆ ଝିଅ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ଆମ ବିଶ୍ୱାସ (ଆୱାର ବିଶ୍ୱାସ) ସଂସ୍ଥା ରାଜ୍ୟର କୋଭିଡ୍ ପରିଚାଳନାରେ ନିଜର ସହଯୋଗ ସ୍ୱରୂପ ୬୮,୫୦୦ ଡ଼ଲାର ଅନ୍ ଲାଇନ୍ ଟ୍ରାନ୍‌ସ୍‌ଫର୍ ମାଧ୍ୟମରେ ଦାନ କରିଛନ୍ତି ବୋଲି ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ଜଣାଇଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ।

ଏହି ଦାନ ପଠାଇ ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କୋଭିଡ୍ ପରିଚାଳନା ଅନେକ ଉତ୍ତମ ଉଦାହରଣ ସୃଷ୍ଟି କରିଛି । ସମୟୋଚିତ ପଦକ୍ଷେପ ଯୋଗୁ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ପଶ୍ଚିମ ଡଡ଼ିଶା ଓ ବରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍‌ପିଟାଲ୍ ପ୍ରତିଷ୍ଠା କରାଯାଇଛି । ଆଗାମୀ ଦିନରେ ଓଡ଼ିଶା କୋଭିଡ୍ ସଂଗ୍ରାମରେ ନିଶ୍ଚୟ ବିଜୟୀ ହେବ ।

ସୂଚନାଯୋଗ୍ୟ, ଆଓ୍ୱାର୍ ବିଶ୍ୱାସ ସଂସ୍ଥା ଶ୍ରୀମତୀ ମହାନ୍ତିଙ୍କ ଦ୍ୱାରା ସ୍ଥାପିତ ଏବଂ ପରିଚାଳିତ ଏହି ସଂସ୍ଥା ୨୦୦୮ ମସିହାରୁ ଓଡ଼ିଶାର ବିଭିନ୍ନ ଅଂଚଳରେ ମହିଳା ବିକାଶ ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରିଆସୁଛି । ଏତାଦୃଶ୍ ସହଯୋଗ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା ଆଓ୍ୱାର ବିଶ୍ୱାସ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଓ ପ୍ରତିଷ୍ଠାତାଙ୍କୁ ସାଧୁବାଦ ଜ୍ଞାପନ କରିବା ସହ ସଂସ୍ଥାର ଭବିଷ୍ୟତ ବିକାଶ କାମନା କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget