loading...

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପଶୁ ଖାଦ୍ୟ। ଓଡ଼ିଆଙ୍କୁ ଛେଳି,ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖୁଛନ୍ତି କି ନବୀନ ସରକାର?

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶାର ୭୭% ଲୋକଙ୍କୁ ନବୀନ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପଶୁ ଖାଦ୍ୟ। ଓଡ଼ିଆଙ୍କୁ ଛେଳି,ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖୁଛନ୍ତି କି ନବୀନ ସରକାର?

ଭୁବନେଶ୍ୱର, ସାଧାରଣ ବଂଟନ ବ୍ୟବସ୍ଥାରେ ଓଡ଼ିଶାର ୭୭% ଲୋକଙ୍କୁ ନବୀନ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ, ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଳାୟର ଅଧୁକାରୀମାନେ ତଦନ୍ତ କରି ପ୍ରକାଶ କରିବା ପରେ ନବୀନ ସରକାରଙ୍କର ବ୍ୟାପକ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ବାସ ଘାତକତା ପଦାରେ ପଡ଼ିଯାଇଛି। ଖୋଦ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଜିଲ୍ଲା କଟକ ଜିଲ୍ଲାର ବିଭିନ୍ନ ଗୋଦାମ ଜାଞ୍ଚ କରି କେନ୍ଦ୍ରୀୟ କତୃପକ୍ଷ ଗତ ମେ ୨୭ ତାରିଖରେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚେତେଇ ଦେଇଛନ୍ତି । ଏପରିକି ଏହି ଚାଉଳ ମଣିଷଙ୍କ ପାଇଁ ନୁହେଁ କେବଳ ଛେଳି, ଘୋଡ଼ା ଓ ମେଣ୍ଟା ଆଦି ପଶୁଙ୍କ ପାଇଁ ଯୋଗ୍ୟ ବୋଲି ସେମାନେ ଦର୍ଶାଇଛନ୍ତି । 

ନବୀନ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଭୋଟ ନେଇଯାଉଛନ୍ତି । ଏବେ ସ୍ପଷ୍ଟ ହୋଇପଡ଼ିଛି ଯେ ଏଥୁରେ କୋଟି କୋଟି ଟଙ୍କାର ଅର୍ଥ ବାଟମାରଣା ହୋଇଯାଇଛି । କେନ୍ଦ୍ର ଖାଉଟି ମନ୍ତ୍ରଣାଳୟର ଉପଆୟୁକ୍ତ ବିଶ୍ଵଜିତ ହାଲଦାର ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସଚ୍ଚିବଙ୍କୁ ଚିଠି ଲେଖୁ ଚାଉଳ ଦୁର୍ନୀତିର ଗୁମର ଖୋଲିଛନ୍ତି । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ କରାଯିବାକୁ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ସଂଶୋଧୂତ) ୨୦୨୦ ଅନୁସାରେ ସଂପୃକ୍ତ ମିଲ ମାଲିକଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି । ସମଗ୍ର ରାଜ୍ୟରେ ଗୋଦାମରେ ଥିବା ଚାଉଳର ଅବସ୍ଥା ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ଏପରିକି ଅନୁଧାନ ନହେବା ପର୍ଯ୍ୟନ୍ତ ଭୁବନେଶ୍ବର ଓ କଟକର ଗୋଦାମ ମାନଙ୍କରୁ ଚାଉଳ ନଦେବାକୁ ସେ କହିଛନ୍ତି । 

ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଓଡ଼ିଶାକୁ ଏ ବାବଦରେ କେନ୍ଦ୍ର ଦେଉଥିବା ଅର୍ଥ କ୍ଷେତ୍ରରେ ପୁନଃବିଚାର କରାଯିବ ବୋଲି କେନ୍ଦ୍ର ଖାଉଟି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସର୍ତକ କରାଇ ଦେଇଛନ୍ତି । ଏ ସମୁଦାୟ ବ୍ୟବସ୍ଥା ଉପରେ ଅବିଶ୍ବାସ ପ୍ରକଟ କରି ଏହାର ତୁରନ୍ତ ପୁନଃ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଯଦି କଟକ ଓ ଭୁବନେଶ୍ବରର ସ୍ଥିତି ଏପରି ତେବେ ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ କିପରି ଅବସ୍ଥା ଥିବ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରକାଶ ଥାଉକି ଭୁବନେଶ୍ବର ଓ କଟକର ଚାଉଳ ଗୋଦାମ, ରାଇସମିଲ, ସୁଲଭ ଦୋକାନ ଏବଂ ଏଫସିଆଇ ଗୋଦାମରେ ଥିବା ଚାଉଳ ଆଦିକୁ ଏପ୍ରିଲ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଜାଞ୍ଚ କରାଯାଇଥିଲା । ଯେଉଁଥିରେ ୧୫ଟି ସଂଗୃହିତ ନମୁନାରୁ ୯ଟି ନମୁନା ଅତି ନିମ୍ନମାନର ପ୍ରମାଣିତ ହୋଇଥିଲା । 

ଏଥିରୁ ସ୍ପଷ୍ଟ ହୋଇପଡ଼ିଛି ଯେ ଏହି ଚାଉଳର ବ୍ୟାପକ ରିସାଇକ୍ଲି ଚାଲିଛି ଏବଂ ଯୋଗାଣ ବିଭାଗର ଅଧୁକାରୀମାନେ ନଖରୁ ଶୀଖ ପର୍ଯ୍ୟନ୍ତ ସମନ୍ତେ ଏହି ଦୁର୍ନୀତିରେ ସଂପୃକ୍ତ । ସାଧାରଣତଃ ଏଫସିଆଇର ଅଧୁକାରୀମାନେ ଚାଉଳର ମାନକୁ ନିର୍ଦ୍ଧାରଣ କରି ସାର୍ଟିଫିକେଟ ପ୍ରଦାନ କରିଥାନ୍ତି । ଏଣୁ ଏଭଳି ଚାଉଳକୁ କିପରି ସାର୍ଟିଫିକେଟ ଦିଆଗଲା ତାହା ଆଶ୍ଚର୍ଯ୍ୟର ବିଷୟ । ଏବେ ଗଛିତ ସମସ୍ତ ଚାଉଳ ଓ ଗହମର ମାନ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣମନ୍ତ୍ରଣାଳୟର ଦୁଇଟି ଟିମ ଗଠନ କରିଛନ୍ତି । ଏହି ଦୁଇଟି ଟିମ ଚଳିତ ମାସ ୪ ତାରିଖରୁ ଭୁବନେଶ୍ଵର କଟକ ଏଫିସିଆଇ ଅଧୁନରେ ଥିବା ୮ଟି ଜିଲ୍ଲାକୁ ପରିଦର୍ଶନରେ ଆସିବେ ବୋଲି ଜଣାପଡ଼ିଛି । ଏବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ, ଯୋଗାଣ ନିଗମର କ୍ବାଲିଟିସେଲ ତତ୍ପର ହୋଇପଡ଼ିଛି ନା ଦୁର୍ନୀତିକୁ ଲୁଚାଇବା ପାଇଁ ଅପଚେଷ୍ଟା ଚାଲିଛି ବୋଲି ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ରାଜ୍ୟ ଯୋଗାଣ ନିଗମର କ୍ଵାଲିଟି ସେଲର କତୃପକ୍ଷ ଜଗତପୁର ସ୍ଥିତ ଯୋଗାଣ ନିଗମର ଚାଉଳର ନମୁନା ସଂଗ୍ରହ କରିଥିବାର ଜଣାପଡ଼ିଛି ଏବଂ ଏହାର ମାନ ପରୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି । ଏବେ ପାଖାପାଖୁ ୧୦ ଲକ୍ଷ ଟନ ଚାଉଳ ମହଜୁଦ ଅଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୦୦ କୋଟି ହେବ । ମାତ୍ର ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାର କହୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କଟକ ଜିଲ୍ଲାର ୧୬ଲକ୍ଷ ହିତାଧୁକାରୀ ରହିଛନ୍ତି ଏବଂ କଟକ ଜିଲ୍ଲାର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଏହି ୧୬ଲକ୍ଷ ଲୋକଙ୍କୁ ପଶୁଖାଦ୍ୟ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓଡ଼ିଶାରେ ବିଫଳ । ରାଜ୍ୟ ସରକାର କହୁଛନ୍ତି ଯେ ସେ ୯୯.୨ ପ୍ରତିଶତ ସଫଳ । ସ୍ୱଛତାର ଡିଣ୍ଡିମ ପିଟୁଥିବା ନବୀନ ସରକାର ଏହି ମହା ଦୁର୍ନୀତିର ତଦନ୍ତକରି ବାସ୍ତବ ସତ୍ୟକୁ ଜନସାଧାରଣଙ୍କୁ ଜଣାନ୍ତୁ । 

ତଦନ୍ତ ପରିସରକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଖାଦ୍ୟ ଯୋଗାଣ କମିଶନର ବୀରବିକ୍ରମ ଯାଦବଙ୍କୁ ଅଣାଯାଉ ଏବଂ ବୀରବିକ୍ରମ ଯାଦବଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ଦୁର୍ନୀତର ପର୍ଦାଫାସ ହେଲେ ନବୀନ ସରକାର ଓଡ଼ିଶାବାସୀଙ୍କୁ କିପିରି ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖୁଛନ୍ତି ତାହା ଜଣାପଡ଼ିଯିବ । ପ୍ରକାଶ ଥାଉକି ଏହି ତନଖି ସମୟରେ କେନ୍ଦ୍ର ସରକାରଙ୍କ ଖାଉଟି ବିଭାଗର କତୃପକ୍ଷଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଯେଉଁ ପତ୍ର ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଭରଷା ନାହିଁ । କେନ୍ଦ୍ରୀୟ କତୃପକ୍ଷ ଏଠାରେ ତଦନ୍ତ ଓ ରହିବା ସମୟରେ ଅସୁରକ୍ଷିତ । ଏବେ ମିଲ ମାଲିକ ଓ ନବୀନ ସରକାରଙ୍କ ମଧୁଚନ୍ଦ୍ରିକାରେ ଓଡ଼ିଶାବାସୀ ପଶୁଖାଦ୍ୟ ଖାଉଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget