ଭୁବନେଶ୍ବର, ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି । ତେଣୁ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍ ଘୋଷଣା କରାଯାଇଛି । ପିଭିଟିଜିମାନଙ୍କ ନିମନ୍ତେ ଜରୁରୀକାଳୀନ ପ୍ୟାକେଜ୍ଗୁଡ଼ିକ ହେଉଛି ।
ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଣ୍ଟନ, କୋଭିଡ୍ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖୁଲା ରାସନ୍ କିଟ୍ ଯୋଗାଣ, କୋଭିଡ୍ ଆକ୍ରାନ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ସହିତ ୧୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ, ପ୍ରାଚୀନ ଜନଜାତି ଗୋଷ୍ଠୀ ପରିବାରର ଘରକୁ ଘର ଯାଇ ସର୍ଭେ ଓ ସ୍କୁଟିଂ କରାଯାଇ କୋଭିଡ୍ ଲକ୍ଷଣ ନିରୁପଣ, ପ୍ରାଚୀନ ଜନଜାତି ଗ୍ରାମାଞ୍ଚଳରେ କାର୍ଯ୍ୟରତ କମ୍ୟୁନିଟି ରିସୋର୍ସ ପରସଙ୍କୁ ୪ ମାସ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ, ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଅଧୀନରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ବାସ୍ଥ୍ୟ କିଟ୍ ସହ ଜୀବନବୀମାର ପରିସରଭୁକ୍ତ କରାଯାଇଛି ।
ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ସହିତ ଗ୍ରାମ ସ୍ତରରେ ସଙ୍ଗରେଧ କେନ୍ଦ୍ର । ମାଇକ୍ରୋ ଏଜେନ୍ସି ଓ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ସହିତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନିମନ୍ତେ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ପ୍ରାଚୀନ ଜନଜାତିମାନେ ବାସ କରୁଥିବା ସମସ୍ତ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିମାନଙ୍କୁ କୋଭିଡ୍ ସଚେତନତା ନିମନ୍ତେ ସ୍ଥାନୀୟ ଭାଷାରେ ମାଇରେ ପ୍ରଚାର ସହିତ ପୋଷ୍ଟର ଓ ବ୍ୟାନର ଯୋଗେ ସଚେତନ କରାଯାଉଛି । ମୋବାଇଲ ଫୋନ୍ରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରେରଣ କରାଯାଉଛି । ଆଶା, ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀମାନେ ସି.ଆର୍.ପିଙ୍କ ସହିତ ଥର୍ମାଲ ସ୍କ୍ରିନଂ ଓ ଅମିଟର ଯୋଗେ ପ୍ରାଚୀନ ଜନଜାତିମାନଙ୍କ କୋଭିଡ୍ ପରୀକ୍ଷା କରୁଛନ୍ତି । ଏକାଥରକେ ଅଧୁକ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ନିମନ୍ତେ ବ୍ଲକ ସ୍ତରରେ ବ୍ୟାପିଡ୍ ରେସ୍ପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି ଓ ଆବଶ୍ୟକତା ଅନୁସାରେ କୋଭିଡ୍ ଆକ୍ରାନ୍ତଙ୍କୁ ଆଇସୋଲେସନ୍ / ବାରାଣ୍ଟାଇନ୍ । ସେଣ୍ଟର / କେଭିଡ୍ କେୟାର ହସ୍ପିଟାଲ୍ ପଠାଯାଉଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୧୪ଟି ଜିଲ୍ଲାରେ ବସବାସ କରୁଥିବା ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ସୁରକ୍ଷା ନିମନ୍ତେ ବିଭାଗ ସଦାସର୍ବଦା ଜାଗ୍ରତ ରହିଛି । ଓଡ଼ିଶାର ୫୪୧ଟି ଗ୍ରାମରେ ୨୭,୩୦୮ଟି ପିଭିଟିକି ପରିବାର ରହିଛି । ୧୭ଟି ପୁରୁଣା ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଅଞ୍ଚଳରେ ୧ ଲକ୍ଷ ୩୪ ହଜାର ଲୋକ ରହିଛନ୍ତି । ନୂତନ ଭାବେ ଚିହ୍ନଟ ହୋଇଥିବା ୧୧୩୮ଟି ପିଭିଟିଜି ଗ୍ରାମରେ ୩୬,୯୦୬ ପରିବାର ରହିଛି । ଆଉ ୧ ଲକ୍ଷ ୬୦ ହଜାର ୪୦୧ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତି ରହିଛନ୍ତି । କେଉଁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ମଧ୍ୟ ପ୍ରତିଷ୍ଠା କରାଯାଇଛି । ପ୍ରାଚୀନ ଜନଜାତିମାନଙ୍କୁ କୋଭିଡ୍ ସଂକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ରାଜ୍ୟସ୍ତରରେ ଗଠିତ ମନିଟରିଂ କମିଟି ପ୍ରତ୍ୟହ ମନିଟର କରୁଛନ୍ତି ।
Post a Comment