loading...

୪ ଜୁନରେ ଜିଲ୍ଲା କଂଗ୍ରେସ କମିଟି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ

ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ପ୍ରସଙ୍ଗ । ୪ ଜୁନରେ ଜିଲ୍ଲା କଂଗ୍ରେସ କମିଟି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ

୪ ଜୁନରେ ଜିଲ୍ଲା କଂଗ୍ରେସ କମିଟି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ

ଭୁବନେଶ୍ୱର, ପ୍ରକାଶ ଥାଉକି ୧୪୦ କୋଟି ଦେଶବାସୀ ମଧ୍ୟରୁ ପ୍ରାୟ ୨୧ କୋଟି ନାଗରିକ ସାରା ଦେଶରେ ଟୀକା ନେଇଥିବା ବେଳେ ଆଉ ୧୧୯ କୋଟି ଲୋକଙ୍କୁ କେନ୍ଦ୍ର ସରକାର ସାର୍ବଜନୀନ ଦେୟମୁକ୍ତ ଟୀକାକରଣର ସୁବ୍ୟବସ୍ଥା କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରଧାନମନ୍ତ୍ରୀ ମହାଶୟଙ୍କୁ ଏକାଧୁକ ବାର ପରାମର୍ଶ ଓ ଅନୁରୋଧ କରିଥିଲେ ବି କେନ୍ଦ୍ର ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ଏଯାବତ ନେଇ ନଥିବାରୁ ଆସନ୍ତା ୪ ଜୁନ ୨୦୨୧ ରିଖ ଶୁକ୍ରବାର ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ କଂଗ୍ରେସ କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ରହିଥିଲା ବେଳେ ପ୍ରାଦେଶିକ ସ୍ତରରେ ପିସିସି ପକ୍ଷରୁ ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ଓ ପିସିସି କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମଳନୀ କରିବାର ନିର୍ଦ୍ଦେଶ ଅଛି । 

ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତିମାନେ ଉକ୍ତ ଜିଲ୍ଲା ଅନ୍ତର୍ଗତ ବିଧାୟକ ଓ ସାଂସଦ, ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ, ଏଆଇସିସି ସଭ୍ୟ ଓ ପିସିସି ସଭ୍ୟ, ଜିଲ୍ଲାର ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟଙ୍କୁ ସୂଚୀତ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget