loading...

କିଟ୍ ଓ କି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍ ଆକାଡେମି ପ୍ରତିଷ୍ଠା ହେବ

କିଟ୍ ଓ କି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍ ଆକାଡେମି ପ୍ରତିଷ୍ଠା ହେବ । ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ

କିଟ୍ ଓ କି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍ ଆକାଡେମି ପ୍ରତିଷ୍ଠା ହେବ

ଭୁବନେଶ୍ୱର, କିଟ୍ ଓ କି ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍ ଆକାଡେମି ପ୍ରତିଷ୍ଠା ହେବ । ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍ ସଂଘ (ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ)ର କେନ୍ଦ୍ରୀୟ ପରିଷଦ ଏବଂ ସାଧାରଣ ପରିଷଦ ବୈଠକରେ ଦେଶର ଏକମାତ୍ର ତଥା ପ୍ରଥମ ଚେସ୍ ଏକାଡେମି ପ୍ରତିଷ୍ଠା କରାଯିବା ନେଇ ସର୍ବସମ୍ମତି କ୍ରମେ ନିଷରି ନିଆଯାଇଛି ବୋଲି ସର୍ବଭାରତୀୟ ଚେସ୍ ସଂଘର ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନ ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଠାରେ ଶହେ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ । ସେମାନେ ସମ୍ପୂର୍ଣ୍ଣ ଆବାସିକ ଭାବେ ଏଠାରେ ରହି ଶିକ୍ଷା ଗ୍ରହଣ ସହ ଚେସ୍ ତାଲିମ୍ ନେଇ ଭବିଷ୍ୟତରେ ମାଷ୍ଟର ଓ ଗ୍ରାଣ୍ଡମାଷ୍ଟର ହେବେ ।

ସୂଚନାଯୋଗ୍ୟ, ୨୦୦୯ରୁ କିଟ୍ ଓ କିସ୍ ଚେକୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତୃଣମୂଳସ୍ତରରୁ ଚେସ୍‌କୁ ପ୍ରୋତ୍ସାହିତ କରିଆସୁଛନ୍ତି । ଶ୍ରୀ ସାମନ୍ତ ଚେସ୍ ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି । ଓଡ଼ିଶାର ଜଣେ ଚେସ୍ ଖେଳାଳିଙ୍କ ପାଇଁ ଦୀର୍ଘ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ଯୋଗୁଁ ଇତି ମଧ୍ୟରେ ସେ ବିଶ୍ବସ୍ତରରେ ଭଲ ପ୍ରଦର୍ଶନ କରି ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି । କିଟ୍ ଓ କିସ୍‌ରେ ଦୀର୍ଘ ୧୨ ବର୍ଷ ଧରି ବିଭିନ୍ନ ଆଞ୍ଚଳିକସ୍ତରଠାରୁ ଅନ୍ତର୍ଜାତୀୟସ୍ତରର ଚେସ୍ ପ୍ରତିଯୋଗିତା ଆୟୋଜନ କରିଆସୁଛି । 

ପ୍ରତିବର୍ଷ କିଟ୍ ଓ କିରେ ସ୍କୁଲ୍ ଠାରୁ ଆରମ୍ଭ କରି କିଟ୍ ଇଣ୍ଟରନ୍ୟାସ୍‌ନାଲ୍ ଚେକ୍ ଫେଷ୍ଟିଭଲ, ମହିଳା ଚେସ୍, ନ୍ୟାସ୍‌ନାଲ୍‌ ପ୍ରିମିୟର ଚେସ୍ ଚାମ୍ପିଅନ୍ସିପ୍, ଗ୍ରାଣ୍ଡ ମାଷ୍ଟର କୋଟିଂ କ୍ୟାମ୍ପ, ନ୍ୟାସ୍‌ନାଲ୍ ଓପନ୍ ରାପିଡ୍‌ ଚେସ୍‌, ନ୍ୟାସ୍‌ନାଲ୍ ଓପନ୍ କ୍ଲିକ୍ ଚେସ୍, ନ୍ୟାସ୍‌ନାଲ୍ ଆବିଟର କଫରେନ୍ସ, ବିଶ୍ୱ କନିଷ୍ଠ ଚେସ୍, ଏସିଆନ୍ ସିଟିଜ୍ ସ୍, ଫାଇନ୍ । ଟ୍ରେନସ ସେମିନାର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଏହା ଦ୍ଵାରା କିଟ୍ ଭାରତୀୟ ଚେସ୍‌କୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇ ପାରିଛି । ଏହା ସହିତ କିଟ୍ ଓ କିସ୍‌ରେ ପ୍ରଥମ ଥର ଲାଗି ୨୦୧୧ ମସିହାରେ ସ୍କୁଲ ଚେସ୍ । ଖୋଲାଯାଇ ପିଲାଙ୍କୁ ସ୍ ଶିକ୍ଷା ପ୍ରଦାନ କରାଯାଉଛି ।

ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି ଓଡ଼ିଶାରେ ଚେସ୍ ଏକାଡେମି ହେବା ନିଶ୍ଚିତ ଭାବେ ଏକ ଐତିହାସିକ ସଫଳତା । କିଟ୍ ଓ କିସ୍‌ରେ ଚେସ୍ ଏକାଡେମି ହେବା ପାଇଁ ନିଷରି ହେବା ପରେ ଶ୍ରୀ ସାମନ୍ତ ସର୍ବଭାରତୀୟ ଚେସ୍ ସଂଘର ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ଚେସ୍ ଆସୋସିଏସର ସଭାପତି ତଥା ଏଆଇସିଏଫ୍ ନବନିର୍ବାଚିତ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ ଓ ଆଇଏମ୍ ଶେଖର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । 

ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶା ଚେସ୍ ଆସୋସିଏସନ୍‌ର ସହଯୋଗ ପାଇଁ । ଓଡିଶାରେ ଚେର ବହୁଳ ପ୍ରସାର ହେବା ସହ କିଟ୍ ଓ କିରେ ଚେସ୍ ଏକାଡେମି ପ୍ରତିଷ୍ଠା ହେବା ସମ୍ଭବ ହୋଇପାରିଛି। ଚେସ୍‌ ପ୍ରସାର ଓ ପ୍ରସାର ପାଇଁ ନିଜସ୍ଵ ଖର୍ଚ୍ଚରେ ଦୀର୍ଘ ୧୨ ବର୍ଷ ହେଲା କିଟ୍ ଓ କିସ୍ ପକ୍ଷରୁ ବହୁ ଭଦ୍ୟମ କରାଯାଇଛି । ଆଜି ଏହି ପରିଶ୍ରମର ସ୍ଵୀକୃତି ମିଳିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget