ଭୁବନେଶ୍ୱର, ଆସନ୍ତା ଶିକ୍ଷାବର୍ଷରେ ଓଡିଆରେ ଇଂଜିନିୟରିଂ ଶିକ୍ଷାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଓଡ଼ିଆରେ ପୁସ୍ତକ ଅନୁବାଦ ପଦ୍ଧତି କାର୍ଯ୍ୟର ସମୀକ୍ଷା କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୁନସ୍ଥ ଅଖୁଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧଙ୍କଦ୍ଵାରା ଆୟୋଜିତ ଏହି ବୈଠକରେ ପରିଷଦର ମୁଖ୍ୟ ସଂଯୋଜକ ତଥା କମ୍ପୁଟର ବିଜ୍ଞାନୀ ଚନ୍ଦ୍ରଶେଖର ବୁଦ୍ଧ କିପରି ଅତି ସହଜରେ କମ୍ପ୍ୟୁଟର ଅନୁବାଦ ପ୍ରୋଗ୍ରାମ ମାଧ୍ୟମରେ ଇଂରାଜୀରୁ ଯେକୌଣସି ଭାରତୀୟ ଭାଷାରେ ଇଂଜିନିୟରିଂ ପାଠର ସରଳ ଅନୁବାଦ ହୋଇପାରୁଛି, ତାହା ଉପସାପନ କରିଥିଲେ ।
ଓଡ଼ିଆରେ ଏହାର ଅନୁବାଦ ପ୍ରଦର୍ଶନ ବେଳେ କମ୍ପ୍ୟୁଟର ଅନୁବାଦ ସମ୍ପର୍କୀତ ଏପର୍ଯ୍ୟନ୍ତ ଯେତେସବୁ ଅନୁବାଦ ସଫ୍ଟୱେୟାର ଅଛି, ଏହା ସବୁଠାରୁ ଉକୃଷ୍ଟ ବୋଲି ଉପସ୍ଥିତ ଥିବା ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଓଡିଆଭାଷା ଉପରେ କାମ କରୁଥିବା କମ୍ପ୍ୟୁଟର ବିଜ୍ଞାନୀଗଣ ମତ ଦେଇଥିଲେ । ତେବେ ଅନୁବାଦ ସମୟରେ ବ୍ୟାକରଣଗତ ସମସ୍ୟା ନ ଥିବାବେଳେ ଓଡ଼ିଆ ଶବ୍ଦଗୁଛି ଅଧୁକ ଦିଆଯାଇ ନ ଥିବାରୁ ଅନେକ ଇଂରଜୀ ଶବ୍ଦର ପ୍ରଚଳିତ ପ୍ରକୃତ ଓଡ଼ିଆ ଶବ୍ଦ ବଦଳରେ ବିକୃତ ରୂପାନ୍ତରଣ ଘଟୁଥିବାର ଦେଖୁବାକୁ ମିଳିଥିଲା । ତେଣୁ ଏହାର ଭାଷା ସମୀକ୍ଷା କରିବାର ଆବଶ୍ୟକତା ଉପରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଗୁରୁତ୍ବ ଆରୋପ କରାଯାଇଥିଲା ।
ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଏମ.ପି. ପୁନିଆ ଅନୁବାଦ କାର୍ଯ୍ୟକ୍ରମ ସହିତ ଓଡ଼ିଆ ପରିଭାଷା ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଭାଷାର ଅନେକ ପରିଭାଷା ପ୍ରସ୍ତୁତ ହେଉଥିବାରୁ ଓଡିଆରେ ଏହା ତୁରନ୍ତ ପ୍ରସ୍ତୁତ କରାଯାଉ ବୋଲି କହିଥିଲେ । ଜଣେ ଛାତ୍ର ଏକ ନିର୍ଦ୍ଦିଷ୍ଟ ଭାଷା ପୃଷ୍ଠଭୂମିରୁ ଆସି ଉଚ୍ଚଶିକ୍ଷାପାଇଁ ବୈଷୟିକ ଶିକ୍ଷା ଗ୍ରହଣ କଲାବେଳେ ଇଂରାଜୀରେ ବୁଝିବା ଅସୁବିଧା ହେଉଥିବାରୁ ବୈଷୟିକ ଶିକ୍ଷା ପରିଷଦ ମାତୃଭାଷାରେ ଶିକ୍ଷାଦାନ ସାମଗ୍ରୀ ଯୋଗାଇବାପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ସମସ୍ତ ବୈଷୟିକ ଶବ୍ଦଗୁଡ଼ିକ ଇଂରାଜୀରେ ଏକ ଅନୁବାଦିତ ରୂପରେ ରହିବ ।
Post a Comment