loading...

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୬ତମ ସଂସ୍କୃତି ଚର୍ଚ୍ଚା ସନ୍ଧାନ ମହୋତ୍ସବ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୬ତମ ସଂସ୍କୃତି ଚର୍ଚ୍ଚା ସନ୍ଧାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୬ତମ ସଂସ୍କୃତି ଚର୍ଚ୍ଚା ସନ୍ଧାନ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୬ତମ ସଂସ୍କୃତି ଚର୍ଚ୍ଚା ସନ୍ଧାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଆଇ.ଏ.ଏସ୍, ପୂର୍ବତନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଯୋଗଦାନ କରିଥିଲେ ଏବଂ ସମ୍ପାନର ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଯୋଗଦାନ କରିଥିଲେ । ସଭାପତିତ୍ବ କରିଥିଲେ ଅତିରିକ୍ତ ଶାସନ ସଚିବ ଡ. ରାମକୃଷ୍ଣ ସାହୁ । ସମ୍ମାନରେ ସ୍ଵାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ମନସ୍ବନୀ ସାହୁ, ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।

ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଓଡ଼ିଆ ଜାତିର ସୌନ୍ଦର୍ଯ୍ୟବୋଧ ଉପରେ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ, ସୌନ୍ଦର୍ଯ୍ୟବୋଧ ହେଉଛି ଏକ ସହଜାତ ଗୁଣ । ଗୋଟିଏ ଜାତିର ସାହିତ୍ୟ, ସଂସ୍କୃତି, କାରିଗରି ହେଉଛି ତାହାର ସୌନ୍ଦର୍ଯ୍ୟବୋଧ । ଫରାସୀ ଲୋକମାନଙ୍କର ଆଖ୍ ସୁନ୍ଦର ଏବଂ ଜର୍ମାନୀମାନଙ୍କର କାନ ସୁନ୍ଦର । ସେଇଭଳି ଓଡ଼ିଆ ଜାତିର ହାତ ସୁନ୍ଦର । ଓଡ଼ିଆ ଜାତି ହେଉଛି ପ୍ରଥମ ଉପନିବେଶବାଦ ଜାତି, ଯିଏ ଜାଭା, ସୁମାତ୍ରା ଓ ବୋଣ୍ଠିଓ ପର୍ଯ୍ୟନ୍ତ ଜୟ କରିଥିଲେ । ଏହି ଅବସରରେ ସେ ଓଡ଼ିଶାର ସ୍ଥାପତ୍ୟ, ପଟଚିତ୍ର, ବାନ୍ଧକଳା, ଶାଢ଼ୀ, ଓଡ଼ିଆଙ୍କ ଖଟପଲଙ୍କ, କଂସା ବାସନ ଝାଡୁ, ଝୁଡି, ଗଉଣୀ, ମାଣ ଇତ୍ୟାଦିରେ ମଧ୍ୟ କଳାତ୍ମକ ପରିପ୍ରକାଶ ଏବଂ ସୌନ୍ଦର୍ଯ୍ୟବୋଧର ସ୍ପର୍ଶଥାଏ । ଓଡ଼ିଆ ବୋହୁମାନଙ୍କର ଶାଢ଼ୀ ପିନ୍ଧିବାର ଶୈଳୀ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଥିରେ ମଧ୍ୟ କଳାତ୍ମକ ଏବଂ ସୌନ୍ଦର୍ଯ୍ୟବୋଧତା ସ୍ପଷ୍ଟ ବାରିହୋଇ ଯାଇଥାଏ । 

ମାର୍ଗଶିର ମାସରେ ଲକ୍ଷ୍ମୀପାଦ ଚିହ୍ନ, ଝୋଟି,ଚିତା, ମୁରୁଜ ଇତ୍ୟାଦି ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଓଡ଼ିଶାରେ ପ୍ରାୟ ୪୭୧ ପ୍ରକାରର ଲୋକକଳା ଅଛି । ଏ ଜାତିର ଚେତନାରେ ହିଁ ସୌନ୍ଦର୍ଯ୍ୟବୋଧତା ଅଛି । ଆମେ ଖାଦ୍ୟପ୍ରିୟ ଏବଂ ବାଦ୍ୟପ୍ରିୟ । ଆମ ମହାପ୍ରଭୁଙ୍କୁ ଷାଠିଏ ପଉଟି ଏବଂ ଛପନ ପ୍ରକାରର ଭୋଗ ପରଷି ଦେଇଥାଉ । ଆମ ଓଡ଼ିଶାରେ ଆଦିବାସୀ ବର୍ଗ ଅନ୍ୟରାଜ୍ୟ ମାନଙ୍କ ଠାରୁ ସର୍ବାଧକ । ଓଡ଼ିଶାର ସାଂସ୍କୃତିକ ବିପୁଳତା ହିଁ ଓଡ଼ିଶାର ପରିଚୟ । ଆଦିବାସୀ ଭାଇଭଉଣୀ ମାନଙ୍କର ଚିତ୍ରକଳା ଏବଂ ବାଦ୍ୟଯନ୍ତ୍ର ନିଆରା । ଏବଂ ଶେଷରେ ଶ୍ରୀ ନାୟକ ମହୋଦୟ ଏକ ଗଳ୍ପ ମାଧ୍ୟମରେ ସୌନ୍ଦର୍ଯ୍ୟ ବୋଧତା କିଭଳି ସ୍ରଷ୍ଟା ପାଖରେ ଥାଏ ଏବଂ ଦୁଷ୍କା ପାଖରେ ମଧ୍ୟ ଥାଏ, ଏହା ଏକ ଅନୁଭବ ଏବଂ ଦୃଷ୍ଟି ଭଙ୍ଗୀର କଥା ସେ ବିଷୟ ସେ ପରି ପ୍ରକାଶ କରିଥିଲେ ।

ସମ୍ପାନର ମୁଖ୍ୟ ଅତିଥ- ବିଭାଗୀୟ ପ୍ରମୁଖ ଶାସନ ସଚିବ, ଡ.ସୁରେଶ ଚନ୍ଦ୍ର ଦଳାଇ ମହୋଦୟ ଉଦ୍‌ବୋଧନରେ ଓଡ଼ିଆ ଜାତିର ଭାଷା, ବେଶଭୂଷା, ପରିପାଟୀ, କାରୁକାର୍ଯ୍ୟ, କଳା ସଂସ୍କୃତି ଏବଂ ନୃତ୍ୟ ଇତ୍ୟାଦି କିଭଳି ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ମହାପ୍ରଭୁଙ୍କ ରଥରେ ସୌନ୍ଦର୍ଯ୍ୟବୋଧ ଆଣିବା ସହିତ ଏହାକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ସେବାୟତମାନଙ୍କର ପ୍ରମୁଖ ଭୂମିକା ରହିଥାଏ । କୋଣାର୍କ, ଲିଙ୍ଗରାଜ ଏବଂ ପୁରୀ ମନ୍ଦିରର କାରୁକଳା ବହୁତ ମନୋଲୋଭା, ଏହା ଓଡ଼ିଆ ଜାତିର ସୌନ୍ଦର୍ଯ୍ୟ ବୋଧତାର ପରିଚୟ ପ୍ରଦାନ କରିଥାଏ । ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଡ. ରାମକୃଷ୍ଣ ସାହୁ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଆ ଜାତି ତା’ର ସୌନ୍ଦର୍ଯ୍ୟବୋଧକୁ ଯୁଗଯୁଗ ଧରି ପ୍ରକାଶ ଏବଂ ପ୍ରମାଣ କରିଆସିଛି । ଓଡ଼ିଆ ଜାତିର ସୌନ୍ଦର୍ଯ୍ୟବୋଧ ପାଇଁ ତା’ର ଅସ୍ତିତା ଓ ସ୍ୱାଭିମାନ ଅବ୍ୟାହତ ରହିଅଛି । ଏଥିପାଇଁ ଆମର ଉତ୍କଳ ନାମ ସାର୍ଥକ ହୋଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget