loading...

ମିଶନ ଶକ୍ତି ଓଡ଼ିଶା ମିଲେଟ୍ ମିଶନର ଏକ ବର୍ଷର ମିଳିତ କାର୍ଯ୍ୟକ୍ରମ

ମିଶନ ଶକ୍ତି ଓଡ଼ିଶା ମିଲେଟ୍ ମିଶନର ଏକ ବର୍ଷର ମିଳିତ କାର୍ଯ୍ୟକ୍ରମ । ୬ଟି ଜିଲ୍ଲାରେ ୩୨ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଟିଫିନ୍ ସେଣ୍ଟର ସଫଳତାର ସହ ପରିଚାଳନା

ମିଶନ ଶକ୍ତି ଓଡ଼ିଶା ମିଲେଟ୍ ମିଶନର ଏକ ବର୍ଷର ମିଳିତ କାର୍ଯ୍ୟକ୍ରମ

ଭୁବନେଶ୍ଵର, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ଵାରା ଆଭାସି ମାଧ୍ୟମରେ କେଉଁଝର ଜିଲ୍ଲାରେ ମୁକ୍ତାକାଶ ରେସ୍ତୋରାଂରେ ଓଡ଼ିଶାର ପ୍ରଥମ ସ୍ବତନ୍ତ୍ର ମିଲେଟ୍ ଶକ୍ତି କାଫେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଅବସରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାରେ ଜିଲ୍ଲାରେ ଏହି ଭଳି ଆହୁରି ଅଧୁକ କାଫେ ଖୋଲାଯିବ ବୋଲି କହିଥିଲେ । 

ଓଡ଼ିଶା ମିଲେଟ୍ ମିଶନର ବୈଷୟିକ ଏବଂ ପରିଚାଳନାଗତ ଆଭିମୁଖ୍ୟ ସଂପର୍କରେ ମହିଳା ସ୍ଵୟଂ ସହାୟକ । ଗୋଷ୍ଠୀମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମିଲେଟ୍ ଶକ୍ତି କାଫେରେ ମିଲେଙ୍କୁ ପ୍ରସ୍ତୁତ ବହୁବିଧ ଖାଦ୍ୟ ସାମଗ୍ରୀ ଯେମିତି କି ରନ୍ଧାଖାଦ୍ୟ, ଖାଇବା ସାମଗ୍ରୀ, ଅଟା, ପାନୀୟ, ଜଳଖୁଆ, ବେକେରୀ ସାମଗ୍ରୀ ଆଦି ବିକ୍ରୟ । କରାଯିବ । ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଭଳି ଆହୁରି ୧୫ଟି ମିଲେଟ୍ ଶକ୍ତି କାଫେ ଖୋଲାଯିବ । ସିଏସ୍ଆଇଆର୍ -ସିଏଫଟି ଆରୁ ଆଇ, ମହୀଶୂରର ବୈଷୟିକ ତତ୍ତ୍ଵାବଧାନରେ ଓଡ଼ିଶା ମିଲେଟ୍ ମିଶନ ଦ୍ବାରା ଏଥି ପାଇଁ ଆହୁରି ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ଏହାର ମାନକ ନିର୍ଦ୍ଧାରଣ କରାଯିବ ।

ରାଜ୍ୟର ଜନଜାତି ଅଧ୍ୟଷିତ ଅଞ୍ଚଳଗୁଡ଼ିକରେ ମିଲେର ବହୁଳ ପ୍ରଚଳନ ପାଇଁ ସ୍ଵତନ୍ତ୍ର ଯୋଜନ’ ପରିପ୍ରେକ୍ଷୀରେ । ରାଜ୍ୟରେ ମିଲେଟୁର ଉତ୍ପାଦନ ବୃଦ୍ଧି ନିମନ୍ତେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନର ଶୁଭାରମ୍ଭ କରାଯାଇଥିଲା । । ସଂପ୍ରତି ୧୫ଟି ଜନଜାତି ଅଧୁଷିତ ଜିଲ୍ଲାର ୮୪ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି । ରାଜ୍ୟର ମହିଳାମାନଙ୍କ ସାମାଜିକ । ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ମହିଳା ସ୍ଵୟଂ ସହାୟକ । ଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ ସହ ମିଲେଙ୍କୁ ଏକ ପୁଷ୍ଟିଯୁକ୍ତ ଖାଦ୍ୟ ଭାବେ ବହୁଳ ବ୍ୟବହାର ନିମନ୍ତେ ୨୦୨୦ ମସିହାରେ । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍ ମିଶନ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଅନୁସାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘର ସହାୟତାରେ ମିଲେଟ୍ ଆଧାରିତ । ଖାଦ୍ୟ ସାମଗ୍ରୀର ଟିଫିନ ସେଣ୍ଟର ଏବଂ ଭ୍ରାମ୍ୟମାଣ ଖାଦ୍ୟ ଯାନ ସ୍ଥାପନ କରାଯିବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟକର । ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଦେବାର ଦୈତ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁସବୁ । ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ ତାହାକୁ ‘ମିଲେଟ୍ ଶକ୍ତି’ ବ୍ରାଣ୍ଡ ନାମରେ ଅଭିହିତ କରାଯାଇଥିଲା ।ଯୋଗ୍ୟତା ଭିଭିରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ଅନୁମୋଦନ କ୍ରମେ ବ୍ଲକ ଏବଂ ଜିଲ୍ଲାସ୍ତରରେ କମିଟି ଦ୍ବାରା ସ୍ଥିରୀକୃତ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଡର ଆହ୍ବାନ କରାଯାଇ ଚୟନ କରାଯାଇଥିଲା । 

ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ସମେତ ୬ଟି ଜିଲ୍ଲାରେ ୧୨ଟି ବ୍ଲକରେ ୩୨ଟି ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଖୋଲଯାଇ ସାରିଛି । ଟିଫିନ୍ ସେଣ୍ଟର ପାଇଁ ଆବଶ୍ୟକ ରୋଷେଇ ସରଞ୍ଜାମ ଯଥା-ଖାଦ୍ୟ ରଖୁବା । ନିମନ୍ତେ ଘୋଡ଼ଣୀ ଥୁବା ଡେକ୍‌ଚି, ରାନ୍ଧିବା ପାଇଁ ବଡ଼ କଡ଼େଇ, ଇଲି ଛିiଞ୍ଚ, ବେଲଣା ପେଡ଼ି, ଗ୍ରାଇଣ୍ଡର, ପ୍ରେସ୍‌କୁକର, ପିଠାଖଡ଼ିକା, ପରଷିବା ନିମନ୍ତେ ଷ୍ଟିଲ ଥାଳି, ୧୦୦ ଲିଟର ପାଣିଜାର୍ ଆଦି କିଣିବା ନିମନ୍ତେ ଓଡ଼ିଶା ମିଲେଟ୍ ମିଶନ ତରଫରୁ ଏହି ୟୁନିଗୁଡ଼ିକୁ ୩୦ ହଜାର ଟଙ୍କାର ଏକକାଳୀନ ସହାୟତା ରାଶି ଯୋଗାଇ ଦିଆଯାଇଛି । ଟିଫିନ୍ ସେଣ୍ଟର ପାଇଁ ଆବଶ୍ୟକ ଫେକ୍‌, ବ୍ୟାନର, ଫେସିଆ ଆଦି ଛପାଇବା ଏବଂ ଟାଙ୍ଗିବା ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ । ଦ୍ଵାରା ସର୍ବନିମ୍ନ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇଛି ।

ଏହି ମହକ୍କାକାକ୍ଷୀ କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଯୋଗ୍ୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ । ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି । ପୂର୍ବରୁ ସେମାନେ ପ୍ରସ୍ତୁତ କରୁଥିବା ମିଲେରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ରାଗିରୁ ପ୍ରସ୍ତୁତ ଇଡ୍‌ଲି, ଦୋସା, ବରା, ଆଳୁଚପ୍, ସିଙ୍ଗଡ଼ା ପକୋଡ଼ା, ପୁରୀ, ଉପମା, କାକରା, ମାଲପୁଆ, ଲଡ଼ୁ, ଜିଲାପି, ଖଜା, ରୋକେକ୍ ଖାଦ୍ୟ ସାରଣୀକୁ ଅଧୁକ ଆକର୍ଷଣୀୟ କରିପାରିଛି । ବଜାର ସଂଯୋଗୀକରଣ ପ୍ରକ୍ରିୟାରେ ମିଲେନ୍ତୁ ପ୍ରସ୍ତୁତ ଅଧୁକ ଦିନ ରହିପାରୁଥିବା ଖାଦ୍ୟ ଭାବେ ଖୁରମା, ମୁଡ଼ୁକି, ମିକ୍ସଚର, ସରଗମ ଲଡ଼ୁ ଆଦି ସାଧାରଣ ଲୋକଙ୍କ ଦ୍ଵାରା ବହୁଳ ଭାବେ ଆଦୃତି ଲାଭ କରିଛି । ପ୍ରତ୍ୟେକ ପ୍ନର ମୂଲ୍ୟ ମାତ୍ର ୫ ଟଙ୍କାରୁ ୨୫ ଟଙ୍କା । ମଧ୍ୟରେ ସୀମିତ ରଖାଯାଇଛି ସୁଲଭ ମୂଲ୍ୟରେ ଅଭିନବ ଖାଦ୍ୟସାମଗ୍ରୀ ପ୍ରସ୍ତୁତି କରି ସ୍ୱାସ୍ଥ୍ୟକର ଏବଂ ପୃଷ୍ଟିୟୁକ୍ତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ହେତୁ ଖୁବ କମ୍ ସମୟ ମଧ୍ୟରେ ଏହି ଖାଦ୍ୟ ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି ।

ରାସନ୍ ସାମଗ୍ରୀ ଓ ପନିପରିବା କିଣିବା, କାଉଣ୍ଟର ପରିଚାଳନା କରିବା, ରେଜିଷ୍ଟରରେ ତଥ୍ୟ ଅପଡେଟ୍ କରିବା ଆଦି କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଇଛି । ପ୍ରାୟ ସମସ୍ତ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ଏବଂ ଏହି ଏସ୍ ଏକି ଗୁମାନଙ୍କ ଦ୍ଵାରା ପରିଚାଳିତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଲାଭ ହେଉଛି । ପ୍ରାୟ ସମସ୍ତ ଗ୍ରାହକ ନିୟମିତ ଭାବେ ଦେୟ ପ୍ରଦାନ କରୁଥିବାବେଳେ ରପ୍ତାନୀ ପାଇଁ ଦିଆଯାଉଥିବା ଅର୍ଡରଗୁଡ଼ିକ ପାଇଁ କିଛିଦିନ ମଧ୍ୟରେ ଅର୍ଥ ପଇଠ କରାଯାଉଛି । ପ୍ରତି ମାସର କାର୍ଯ୍ୟ ଦିବସଗୁଡ଼ିକ ଆଧାରରେ ପ୍ରତ୍ୟେକ ଏସ୍‌ଏଜି ହାରାହାରି ୭ ହଜାରରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget