loading...

ବିଜେଡ଼ି ନେତାଙ୍କ ଆଚରଣ ଅଶୋଭନୀୟ ସଂସଦ ଭବନର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ : କଂଗ୍ରେସ

ଆଦିବାସୀ ଅଧୁସିତ କୋରାପୁଟ ଜିଲ୍ଲାର ଜୟପୁର ଠାରେ ବିଜେଡ଼ି ଦଳର ନିର୍ବାଚନୀ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରସଙ୍ଗ

ବିଜେଡ଼ି ନେତାଙ୍କ ଆଚରଣ ଅଶୋଭନୀୟ ସଂସଦ ଭବନର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ : କଂଗ୍ରେସ

ଭୁବନେଶ୍ୱର, ଆଦିବାସୀ ଅଧୁସିତ କୋରାପୁଟ ଜିଲ୍ଲାର ଜୟପୁର ଠାରେ ବିଜେଡ଼ି ଦଳର ନିର୍ବାଚନୀ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରସଙ୍ଗ ଓ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଂଗ୍ରେସ ପ୍ରତି ବିବାଦୀୟ ଟିପଣୀ ଉପରେ ଉଭୟ ବିଜେଡ଼ି ଓ ବିଜେପି ଉପରେ କଡ଼ାଟାର୍ଗେଟ କଲା କଂଗ୍ରେସ । । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ଜୟପୁରର ପୂର୍ବତନ ବିଧାୟକ ତଥା ଦୁର୍ନୀତି ଅଭିଯୋଗରେ ତଡ଼ାଖାଇଥିବା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ଏକ ଭିଡିଓ ଆମର ହସ୍ତଗତ ହୋଇଛି । 

ନନ୍ଦ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜା କରିଛନ୍ତି, ପୂଜାପରେ ଏ ଆଜ୍ଞାମାଳ ଆଣିଛନ୍ତି ଓ ଏହି ଆଜ୍ଞାମାଳ ଏଇଠିକି ପଠାଇଛନ୍ତି । ଉପସ୍ଥିତ ଜନସାଧାରଣ ଏ ଆଜ୍ଞାମାଳ ଛୁଇଁ ଶପଥ କରି କୁହ ବିଜେଡ଼ି ଦଳକୁ ଭୋଟ ଦବ । ଆମେ ଜାଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୧ ଜନଗଣନାରେ କହିଥିଲେ ସେ ଓଡ଼ିଆ ଜାତିର ଜଣେ ସାଧାରଣ ମଣିଷ । ମାନବ ସେବା ତାଙ୍କ ଧର୍ମ । ଧର୍ମନିରପେକ୍ଷ ନେତା ଭାବେ ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଭକ୍ତ ହେଇପାରନ୍ତି, କିନ୍ତୁ ସେ କେବେବି ଧର୍ମାନ୍ଧ ନୁହନ୍ତି । 

ତାଙ୍କ ନାମହୀ ଦେଇ ଧର୍ମୀୟ ଭାବନାର କୁଠାରଘାତ କରି ସରଳ ଆଦିବାସୀଙ୍କ ପାଖରେ ମିଚ୍ଛତଥ୍ୟ ଉପସ୍ଥାପନା କରିଥିବା ଶ୍ରୀ ନନ୍ଦଙ୍କ ବିରୋଧରେ ଫୌଜଦାରୀ ମୋକଦମା କରିବା ସହ ତାଙ୍କୁ ଗିରଫ କରାଯାଉ । ବିଜୁ ଜନତାଦଳ ଏହାର ସ୍ପଷ୍ଟିକରଣ ଦେବାସହ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ମିଥ୍ୟା ପ୍ରଚାର କରିଥିବା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନସୂଚକ ଭାବେ ତୁ ତଡ଼ାକ ଭଳି ଶବ୍ଦ ପ୍ରୟୋଗ କରି ଅସମ୍ମାନ କରିଥିବା ଏହି ବିଜେଡ଼ି ନେତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାପାତ୍ର । ପୁନଶ୍ଚ ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । କେନ୍ଦ୍ର ବିଜେପି ସରକାରର ଜନବିରୋଧ ନୀତି ଯୋଗୁ ବିଜେପି ଦଳ ପ୍ରତି ଲୋକଙ୍କର ବିତସ୍ପୃହ ମନୋଭାବ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଆଉ ଭିଡ଼ ଦେଖୁବାକୁ ମିଳୁନାହିଁ । ଅତୀତରେ ବିଜେପି ଓ ପ୍ରଧାନମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇ ନାହିଁ । ସବୁବେଳେ ମିଛି ପ୍ରଲୋଭନ ଓ ପ୍ରତିଶ୍ରୁତି ଦେଖାଇ ନିର୍ବାଚନୀର ବିଜୟ ହେବାର କୁଟୀଳ କୌଶଳ ଯୋଗୁଁ ଲୋକ ପ୍ରଧାନମନ୍ତ୍ରୀଙ୍କର ସଭାକୁ ଆଉ ଯାଉନାହାନ୍ତି । ଯେଉଁଥିପାଇଁ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର କୁହାଯାଉଥିବା ଲୋକସଭା ଓ ରାଜ୍ୟସଭାରେ ମୋଦି କେବଳ ନିର୍ବାଚନୀ ଭାଷଣ ଦେଇଛନ୍ତି । 

କଂଗ୍ରେସ ବିରୋଧରେ ବିଷୋଦଗାର କରିଛନ୍ତି । ନିଜର ପଦମର୍ଯ୍ୟାଦାର ଉଲ୍ଲଙ୍ଘନ କରିଛନ୍ତି । କେନ୍ଦ୍ର ସରକାରର ମୁଖ୍ୟ ଭାବେ ଦେଶ ଓ ଦେଶବାସୀଙ୍କର ଉନ୍ନତି ପାଇଁ ସରକାରଙ୍କର ବ୍ରଫିଟ କହିବା ପରିବର୍ତ୍ତେ କେବଳ ବିରୋଧକୁ ଆପେକ୍ଷା କରିବା ଗଣତନ୍ତ୍ର ପ୍ରତି ଅପମାନ । ମୋଦି ପଚାରିଛନ୍ତି କଂଗ୍ରେସ ନଥିଲେ କ’ଣ ହେଇଥାନ୍ତା, ଆମେ ଗୋଟିଏ ବାକ୍ୟରେ କହୁଛୁ କଂଗ୍ରେସ ନଥିଲେ ଦେଶ ସ୍ଵାଧୀନ ହୋଇନଥାନ୍ତା, ଗଣତନ୍ତ୍ର ପ୍ରତିଷ୍ଠା ହୋଇନଥାନ୍ତା, ପାଲ୍ୟାମେଟ ନଥାନ୍ତା କି ମୋଦି ପ୍ରଧାନମନ୍ତ୍ରୀ ମଧ୍ୟ ହୋଇନଥାନ୍ତେ । ପୁନଶ୍ଚ ବିଜେଡ଼ି ଓ ବିଜେପି ସମ୍ପର୍କ ଅତି ନିବିଡ଼ । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ସାଢ଼େ ଚାରିକୋଟି ଓଡ଼ିଆଙ୍କର ନାର୍ଯ୍ୟଦାବି ଓ ଅଧୁକାର ଦେବାରେ ବିଜେପି ସରକାର ବିଫଳ । କେବଳ ପ୍ରଶଂସଂ କରିଲେ ଚଳିବ ନାହିଁ ଓଡ଼ିଆଙ୍କୁ ତାଙ୍କର ଅଧ୍ବକାର ଦିଆଯାଉ ବୋଲି ଦାବିକରି ୧୦ଟି ପ୍ରଶ୍ନ ପଚାରିଛି କଂଗ୍ରେସ । ରାଜ୍ୟରେ ଏକମାତ୍ର ବିଜୁ ପଟ୍ଟନାୟକ ଆର୍ତଜାତିକ ବିମାନ ବନ୍ଦରକୁ ଆଦାନୀ ହାତରେ ଟେକିଦେବା ଓଡ଼ିଆ ସ୍ଵାଭିମାନ ବିରୋଧ ନୁହେଁକି । 

ନୀଳାଚଳ ଇସ୍ପାତ ନିଗମ ବିକ୍ରି କାହା ସ୍ୱାର୍ଥରେ । ରାଉରକେଲା ଷ୍ଟିଲପ୍ଲାଟ ଓ ନାଲକୋର ଘରୋଇକରଣ ଓ ଜନସ୍ୱାର୍ଥ ବିରୋଧୀ । ଏହାକୁ ଘରୋଇ କମ୍ପାନୀକୁ ଟେକିଦେବାର ଷଡ଼ଯନ୍ତ୍ରର କାରଣ କ’ଣ । କେନ୍ଦ୍ର ରେଳମନ୍ତ୍ରୀ କହିଲେ ଜାଗାଦେବେ କାରଖାନା ପ୍ରତିଷ୍ଠା ହେବ, କିନ୍ତୁ କଂଟାବାଜି ଓ ଶିତଳାପଲ୍ଲି ଠାରେ ରାଜ୍ୟ ସରକାର ଯୋଗାଇଦେଇଥିବା ଜମିରେ ରେଳ ୱାଗନ ଫେକ୍ତି ପ୍ରତିଷ୍ଠା କରାଯାଉ ନାହିଁ କାହିଁକି ? ଚଳିତ ବର୍ଷର ବଜେଟ ଭୁବନେଶ୍ୱର ରେଳଷ୍ଟସନ ପାଇଁ କୌଣସି ଅର୍ଥ ବ୍ୟୟବରାଦ ହୋଇନାହିଁ, କିନ୍ତୁ ବିଶ୍ବସ୍ତରୀୟ ରେଳଷ୍ଟେସନର ସ୍ୱପ୍ନ ପୂରଣ ହେବ କେବେ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ବୁଲେଟ ଟ୍ରେନର ସ୍ଵପ୍ନ ଦେଖାଇଥିଲେ । ପୁନଶ୍ଚ କହିଥିଲେ ତାଙ୍କ ସରକାର ଏଭଳି ଭାରତ ନିର୍ମାଣ କରିବ ଯେ ଭାରତୀୟ ଯୁବକଙ୍କୁ ଚାକିରୀ ପାଇଁ ଆମେରିକା ଯିବାକୁ ପଡ଼ିବ ନାହିଁ ବରଂ ଆମେରିକାର ଯୁବକମାନେ ଭାରତ ଆସିବାକୁ ଲାଇନ ଲଗାଇବେ । ତାହାହେଲେ ଦେଶରେ ସର୍ବାଧିକ ବେରୋଜଗାର କାହିଁକି । ୪୮୦ କିଲୋମିଟରର କୋଷ୍ଟାଲ ହାୱେ ଗଲା କୁଆଡ଼େ । 

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କଂଟାଲ ପିଛା ୨୯୩୦ ଟଙ୍କା ଘୋଷଣା କରିବେ କେବେ । ୨୦୨୧ ଜନଗଣନାରେ ପଛୁଆବର୍ଗକୁ ଅର୍ତଭୁକ୍ତ କରି ଏକ ଜାତିଭିତିକ ଜନଗଣନା କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରୁନାହିଁ କାହିଁକି । କଂଗ୍ରେସ ଅଧ୍ୟକ୍ଷ ଶ୍ରୀମତୀ ସୋନିଆ ଗାନ୍ଧୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁ ଜଣାଇଥିଲେ ଯେ ଯଦି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସଙ୍ଗଆସେ ତାହାହେଲେ କଂଗ୍ରେସ ଦଳ ନିସର୍ତ ସମର୍ଥନ ଦେବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ମହିଳା ସଂରକ୍ଷଣ ବିଲ ପାଇଁ ଦାବି କରି ଆସୁଛନ୍ତି । ମହିଳାମାନଙ୍କୁ ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ବିଲ ପାସ କରାଇବାରେ ବିଜେପିର କଂଠାବୋଧ କାହିଁକି । ଓଡ଼ିଶା ଗରିବ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ଓଡ଼ିଶାର ବିକାଶ ପାଇଁ ୟୁପିଏ ସରକାରଙ୍କ ଦ୍ବାରା ଗଠିତ ରଘୁରାମ ରାଜନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯାଉ ଓ ଓଡ଼ିଶାକୁ ସ୍ପେଶିଆଲ ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ କେବେ ?  

ରାଜ୍ୟରେ ଥିବା ଜାତୀୟ ରାଜପଥ ଗୁଡ଼ିକ ମରଣଜନ୍ତାରେ ପରିଣତ ଯେଉଁଠି ପାଇଁ ରାଜ୍ୟରେ ଦୁର୍ଘଟଣା ଘଟି ବ୍ୟାପକ ଜନଜୀବନ ନଷ୍ଟ ହେଉଛି । ଏହି ଦୁର୍ଘଟଣା ଜନିତ ମୃତ୍ୟୁପାଇଁ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଭର୍ସନା କରିଛନ୍ତି । ରାଜ୍ୟରେ ଥିବା ଏହି ରାଜପଥ ଜନିତ ସମସ୍ୟାର ସମାଧାନ କରିବେ କେବେ ? ଏ ସମସ୍ତ ପ୍ରଶ୍ନର ଉତର ବିଜେପି ଠାରୁ ଦାବି କରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଶାନ୍ତନୁ ସାହୁ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget